1. କୃଷି ଖବର

‘ଶ୍ରୀରତ୍ନ’ ମାଣ୍ଡିଆ: ୧ ହେକ୍ଟର ଜମିରେ ଉତ୍ପାଦନ ହେବ ୨୩ କୁଇଣ୍ଟାଲ

ମାଣ୍ଡିଆ ହେଉଛି ଏକ ପୁଷ୍ଟିକର ଖାଦ୍ୟ । ମାଣ୍ଡିଆରେ ରହିଛି ୩୦ ଗୁଣ ଅଧିକ କ୍ୟାଲସିୟମ୍‌ ଏବଂ ୪ ଗୁଣ ଅଧିକ ଲୌହସାର । ଏଥିସହ ମାଣ୍ଡିଆରେ ଅଧିକ ଫାଇଭର, ମିନେରାଲ୍ସ, ଆଣ୍ଟି ଅକ୍ସିଡାଣ୍ଟ ଓ ତନ୍ତୁ ଭରି ରହିଛି । ଏହା ସ୍ୱଳ୍ପ ଗ୍ଲାଇସେମିକ୍‌ ଇଣ୍ଡେକ୍ସ ଯୁକ୍ତ ଥିବାରୁ ଏହାକୁ ଡାଏବେଟିସ୍‌ ରୋଗୀ ମଧ୍ୟ ଖାଇପାରିବେ ।

Tanushree Mahapatra
Tanushree Mahapatra
Ouat develop new variety of millet sriratna , image source - @ouat

Ouat develop new variety of millet sriratna , image source - @ouat

ମାଣ୍ଡିଆ ହେଉଛି ଏକ ପୁଷ୍ଟିକର ଖାଦ୍ୟ । ମାଣ୍ଡିଆରେ ରହିଛି ୩୦ ଗୁଣ ଅଧିକ କ୍ୟାଲସିୟମ୍‌ ଏବଂ ୪ ଗୁଣ ଅଧିକ ଲୌହସାର  । ଏଥିସହ ମାଣ୍ଡିଆରେ ଅଧିକ ଫାଇଭର, ମିନେରାଲ୍ସ, ଆଣ୍ଟି ଅକ୍ସିଡାଣ୍ଟ ଓ ତନ୍ତୁ ଭରି ରହିଛି ।

ଏହା ସ୍ୱଳ୍ପ ଗ୍ଲାଇସେମିକ୍‌ ଇଣ୍ଡେକ୍ସ ଯୁକ୍ତ ଥିବାରୁ ଏହାକୁ ଡାଏବେଟିସ୍‌ ରୋଗୀ ମଧ୍ୟ ଖାଇପାରିବେ । ଦିନକୁ ଦିନ ମାଣ୍ଡିଆ ଚାଷ ପ୍ରତି ବଢୁଛି ଲୋକଙ୍କ ଭରସା ।ବର୍ତ୍ତମାନ ମାଣ୍ଡିଆ ଘରେ ଘରେ ପରିଚିତ । ସରକାର ମଧ୍ୟ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ମିଲେଟ ମିଶନ ମାଧ୍ୟମରେ ଚାଷୀଙ୍କୁ କରୁଛନ୍ତି ଉତ୍ସାହିତ । ଗଞ୍ଜାମ ଜିଲ୍ଲାର ସୋରଡା ବ୍ଲକରେ ଶହ ଶହ ଚାଷୀ ମାଣ୍ଡିଆ ଚାଷ କରି ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି । ମାଣ୍ଡିଆ ଗୋଟିଏ ଉଷ୍ଣମଣ୍ଡଳୀୟ ଫସଲ  । 

ସେହିପରି ରାଜ୍ୟ ସରକାର ମାଣ୍ଡିଆର ଉତ୍ପାଦନ, ପ୍ରଚାର, ପ୍ରସାର ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଏହା ମଧ୍ୟରେ OUAT ଦେଇଛି ଖୁସି ଖବର । କାରଣ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ମାଣ୍ଡିଆର ଏକ ନୂତନ ପୁଷ୍ଟିଯୁକ୍ତ କିସମ ‘ଶ୍ରୀରତ୍ନ’ ବିକାଶିତ କରିଛି । ତେବେ ଏହି ନୂଆ କିସମର ମାଣ୍ଡିଆ ଅପପୁଷ୍ଟିକୁ ରୋକିବାରେ ସହାୟକ ହେବ ବୋଲି କୁହାଯାଉଛି ।

ଏହି ନୂତନ କିସମ ମାଣ୍ଡିଆ ୧ ହେକ୍ଟର ଜମିରେ ପ୍ରାୟତଃ ୨୩.୫ କୁଇଣ୍ଟାଲ ମାଣ୍ଟିଆ ଉତ୍ପାଦନ ହୋଇ ପାରିବ ବୋଲି ସୂଚନା ରହିଛି । ଏହି ନୂତନ କିସମ ମାଣ୍ଡିଆ ଉଭୟ ଖରିଫ ଓ ରବି ଋତୁରେ ଅମଳ ହୋଇ ପାରିବ । ଏହି ନୂତନ କିସମ ଅଧିକ ପୁଷ୍ଟିଯୁକ୍ତ ହୋଇଥିବାରୁ ଏହାକୁ ଖାଦ୍ୟରେ ସାମିଲ କଲେ ବିଭିନ୍ନ ପ୍ରକାରର ଉପକାର ମିଳିବ ବୋଲି ଗବେଷକମାନେ ମତଦେଇ କହିଛନ୍ତି । ଯେପରିକି, ମାଣ୍ଡିଆର ଅନ୍ୟ କିସମରେ ପ୍ରତି କେଜିରେ ୩୫ ମିଲିଗ୍ରାମ ଆଇରନ ଏବଂ ୧୮ ମିଲିଗ୍ରାମ ଜିଙ୍କ ରହିଥାଏ । କିନ୍ତୁ ‘ଶ୍ରୀରତ୍ନ’ ମାଣ୍ଡିଆର ପ୍ରତି କେଜିରେ ପାଖାପାଖି ୫୦.୨ ମିଲିଗ୍ରାମ ଆଇରନ ଓ ୨୧.୬ ମିଲିଗ୍ରାମ ଜିଙ୍କ ରହିଛି । ଯାହା ଶରୀର ପାଇଁ ଖୁବ ଉପକାରୀ l

ଏହି ନୂତନ କିସମ ‘ଶ୍ରୀରତ୍ନ’ ମାଣ୍ଡିଆରେ ଆଇରନ ରହିଥିବାରୁ ତାହା ଶରୀରର ହାଲିଆପଣ ଦୂର କରିବ ବୋଲି ଗବେଷକମାନେ ମତ ଦେଇଛନ୍ତି । ଏଥିସହିତ ଦେହକୁ ଅଧିକ ଶକ୍ତି ମିଳିବା ସହିତ ଲୋହିତ ରକ୍ତ କଣିକା ତିଆରି କରିବାରେ ଏହି ନୂତନ କିସମ ସହାୟକ ହେବ । ତେବେ ଏଥିରେ ଜିଙ୍କ, ଆଇରନ ବ୍ୟତୀତ ଅଧିକ ମାତ୍ରାରେ କ୍ୟାଲସିୟମ ଥିବାରୁ ଏହା ହାଡ଼କୁ ଶକ୍ତ କରିବା ସହିତ ହାର୍ଟ, ଶରୀରର ମାଂସପେଶୀ ଏବଂ ଶିରାପ୍ରଶିରାର ପରିଚାଳନାରେ ସହାୟକ ହେବ । ରକ୍ତରେ କୋଲେଷ୍ଟରଲର ମାତ୍ରାକୁ ମଧ୍ୟ ହ୍ରାସ କରିବା ସହିତ ଓଜନକୁ ମଧ୍ୟ ନିୟନ୍ତ୍ରଣରେ ରଖିବ ଏହି ନୂତନ ମାଣ୍ଡିଆ କିସମ । ନୂତନ ମାଣ୍ଡିଆର କିସମ ମାତ୍ର ୧୧୭ ଦିନରେ ଏହାକୁ ଅମଳ କରାଯାଇ ପାରୁଛି ଯାହା ଖୁବ ଅଳ୍ପ ସମୟ । ତେବେ ସର୍ବଭାରତୀୟ ସମନ୍ୱିତ କ୍ଷୁଦ୍ରଶସ୍ୟ ଜାତୀୟ ଫସଲ ଗବେଷଣା ପ୍ରକଳ୍ପରେ ଏନେଇ ଅଧିକ ରିସର୍ଚ୍ଚ କରାଯାଉଥିବା ଜଣାପଡିଛି  । ସୂଚନା ଅନୁଯାୟୀ, ଓୟୁଏଟି ଅଧିନରେ ଥିବା ସମସ୍ତ କୃଷି ବିଜ୍ଞାନ କେନ୍ଦ୍ରକୁ ‘ଶ୍ରୀରତ୍ନ’ ମାଣ୍ଡିଆ କିସମକୁ ଚାଷ ପାଇଁ ଦିଆଯାଇଛି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments