News

କେତେ ସଫଳ ପାରମ୍ପାରିକ କୃଷି ପଦ୍ଧତ୍ତି ?

ଭୁବନେଶ୍ୱର ଠାରେ ଥିବା ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟରରେ ଅନୁସନ୍ଧାନମୂଳକ ଶିକ୍ଷାଦାନ ଉଦ୍ଦେଶ୍ୟରେ ୪ ସ୍ୱତନ୍ତ୍ର ବିଭାଗ ନିର୍ମିତ ହେବାକୁ ଯାଉଛି ।ଏ ନେଇ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ୩୯ବାର୍ଷିକ ସମାରୋହରେ ପ୍ରକାଶ କରିଛନ୍ତି ବିଶ୍ୱବିଦ୍ୟାଳୟର କୂଳପତି ପ୍ରଭାତ କୁମାର ରାଉଳ ।

27 December, 2022 2:44 PM IST By: Priyambada Rana

ଭୁବନେଶ୍ୱର ଠାରେ ଥିବା ଓଡ଼ିଶା କୃଷି ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟର(OUAT)ରେ ଅନୁସନ୍ଧାନମୂଳକ ଶିକ୍ଷାଦାନ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ବିଭାଗ(Centres of Excellence) ନିର୍ମିତ ହେବାକୁ ଯାଉଛି ନେଇ ବିଶ୍ୱବିଦ୍ୟାଳୟ(University)ରେ ଅନୁଷ୍ଠିତ ୩୯ବାର୍ଷିକ ସମାରୋହରେ ପ୍ରକାଶ କରିଛନ୍ତି ବିଶ୍ୱବିଦ୍ୟାଳୟର କୂଳପତି ପ୍ରଭାତ କୁମାର ରାଉଳ(Prabhat Raulo)ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଟି ସ୍ୱତନ୍ତ୍ର ବିଭାଗରେ ଅଣ-ବୈଜ୍ଞାନିକ(Non-Science), କୃଷି ସମ୍ବଳିତ ତଥ୍ୟ, ପାକୃତିକ ଉତ୍ସର ବ୍ୟବହାର, ଜେନୋମିକ ଶିକ୍ଷା(Genomic Studies) ଟ୍ରାଇବାଲ କୃଷି(Tribal Agriculture) ପଦ୍ଧତ୍ତି ସମ୍ବନ୍ଧରେ ଶିକ୍ଷା ପ୍ରଦାନ କରାଯିବ

ଏହି ବିଭାଗ ଜରିଆରେ କୃଷି ସମ୍ପର୍କିତ ବିଭିନ୍ନ ତଥ୍ୟ ପ୍ରଦାନ କରାଯିବା ନେଇ ବ୍ୟବସ୍ଥା କରାଯିବ । କୃଷି କ୍ଷେତ୍ରରେ ନାନୋ ଟେକନୋଲୋଜି ଜରିଆରେ ଉପଯୁକ୍ତ ଜୈବିକ ସାର(Fertilisers)ର ବ୍ୟବହାର, ସାର ପ୍ରସ୍ତୁତି ପ୍ରଣାଳୀ, କେଉଁ ଚାରା ପାଇଁ କେଉଁ କୀଟନାଶକ ଆବଶ୍ୟକ ଇତ୍ୟାଦି କୃଷି ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରାଯିବ । ଚାରା ରୋପଣ ଠାରୁ ଆରମ୍ଭ କରି ଚାରାର ସାମଗ୍ରୀକ ବିକାଶ ପର୍ଯ୍ୟନ୍ତ କେଉଁ ପ୍ରଣାଳୀକୁ ଅନୁସରଣ କରାଯିବା ଆବଶ୍ୟକ ସେ ନେଇ ଶିକ୍ଷାର୍ଥୀଙ୍କୁ ଶିକ୍ଷା ପ୍ରଦାନ କରିବ ଏହି ଅନୁଷ୍ଠାନ ।  ଏଥି ସହିତ ଖେତରେ କମ୍ ପରିମାଣର ସାର ଓ କୀଟନାଶକ ବ୍ୟବହାର କରି କିପରି ଭାବେ ଅଧିକ ଶସ୍ୟ ଉତ୍ପାଦନ କରାଯାଇପାରିବ ସେ ନେଇ ମଧ୍ୟ ତାଲିମ ପ୍ରଦାନ କରାଯିବ । ଅଧିକ ମାତ୍ରାରେ ରସାୟନିକ ସାର ବ୍ୟବହାର ଦ୍ୱାରା ମୃତ୍ତିକା କ୍ଷୟ ବା ମୃତ୍ତିକା ପ୍ରଦୂଷଣ(Soil Pollution)ର ସମ୍ଭାବନା ରହିଥାଏ, ଯାହାକି ଖେତର ଉର୍ବରତାକୁ ମଧ୍ୟ ନଷ୍ଟ କରିଥାଏ । ତେଣୁ ଜୈବିକ ଉପାୟରେ କିପରି ଭାବେ ଭଲ ଅମଳ କରାଯାଇପାରିବ ସେ ନେଇ ଶିକ୍ଷାଦାନ କରାଯିବ । ଏଥି ସହ ସେନସର ଜରିଆରେ କେଉଁ ଜମି କେତେ ଉର୍ବର ତାହା ମଧ୍ୟ ଚିହ୍ନଟ କରାଯାଇପାରିବ ।

ଏହି ଉତ୍କର୍ଷ ଶିକ୍ଷା କେନ୍ଦ୍ର ଜରିଆରେ ପ୍ରାକୃତିକ ଉପାୟରେ କିପରି ଚାଷ କରାଯାଇ ପାରିବ ସେ ନେଇ ତାଲିମ ଦିଆଯିବାର ବ୍ୟବସ୍ଥା ରହିବ । ଏମିତି କି ପ୍ରାକୃତିକ ଉତ୍ସ ଯଥା ପାଣି, ଗୋବର, ଖତ(pesticide), ବାଲି, ପାଉଁଶ ଆଦିକୁ ବ୍ୟବହାର କରି କିପରି ଉନ୍ନତମାନର ଚାଷ କରାଯାଇପାରିବ ତାହା ପାଠ୍ୟକ୍ରମରେ ସାମିଲ କରାଯିବ । ପ୍ରାକୃତିକ ଚାଷ ପ୍ରଣାଳିରେ ଟେକନୋଲୋଜିର ବ୍ୟବହାର କରି ଯେପରି ଅଧିକ ଲାଭ ହାସଲ କରାଯାଇପାରିବ ସେ ସମ୍ବନ୍ଧୀୟ ତାଲିମ ମଧ୍ୟ ଦିଆଯିବ । ଡ୍ରୋନ ଜରିଆରେ ଫସଲରେ କୀଟନାଶକ ସିଞ୍ଚନ, ଅଭିନବ ଜଳସେଚନ ପ୍ରକ୍ରିୟା ଇତ୍ୟାଦି ଉପରେ ଅଧିକ ଗୁରୁତ୍ୱ ଦିଆଯିବ ।

ବୈଜ୍ଞାନିକ ଉପାୟରେ ପୂରାତନ କୃଷି ପଦ୍ଧତି(Traditional Agricultural System)କୁ ଆପଣାଇ କିପରି ଉନ୍ନତମାନର ଚାଷ କରାଯାଇପାରିବ ତାକୁ ଗୁରୁତ୍ୱ ଦିଆଯିବ । କୃଷି କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିବ ଏହି କେନ୍ଦ୍ର । ପୂରାତନ କାଳରେ ଆଦିବାସୀ ସମ୍ପ୍ରଦାୟର ଲୋକେ ପ୍ରାକୃତିକ ଉତ୍ସର ବ୍ୟବହାର କରି ଯେପରି ଫସଲ ଉତ୍ପାଦନ କରୁଥିଲେ, ଏବେ ତାହାକୁ ଆପଣାଇବାର ସମୟ ଆସି ଯାଇଛି ।ଯାହାର ଶିକ୍ଷା ଦାନ ପାଇଁ ଏହି ୪ଟି ହେବାକୁ ଥିବା ଉତ୍କର୍ଷ କେନ୍ଦ୍ର ସାହାଯ୍ୟ କରିବ । ସେହିପରି ଭବିଷ୍ୟତ ଶିକ୍ଷାଦନ ପାଇଁ ବିଭିନ୍ନ ପ୍ରକାରର ବୀଜ ସଂରକ୍ଷଣ ପଦ୍ଧତ୍ତି ଆଦି କ୍ଷେତ୍ରରେ ଏହି କେନ୍ଦ୍ର ସଫଳ ପ୍ରତିପାଦିତ ହେବ ।

ସେହିପରି ଓୟୁଏଟିର ପ୍ରାଣୀ ଚିକିତ୍ସା ବିଜ୍ଞାନ, ପଶୁପାଳନ ବିଭାଗରେ ଉନ୍ନତମାନର ରିସର୍ଚ୍ଚ ଓ ଚିକିତ୍ସା ସୁବିଧା ପାଇଁ ରାଜ୍ୟ ସରକାର ୨୫ କୋଟି ଟଙ୍କା ମଞ୍ଜୁର କରିଥିବା କହିଛନ୍ତି ବିଶ୍ୱବିଦ୍ୟାଳୟର କୂଳପତି ପ୍ରଭାତ ରାଉଳ । ବିଶ୍ୱବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ୭୨୭.୮ କୋଟି ଟଙ୍କା ଅନୁମୋଦନ କରିଥିବା କୁହାଯାଇଛି ।

ପ୍ରଫେସର ଡଃ. ପ୍ରଭାତ ରାଉଳ ହେଲେ OUAT କୂଳପତି

କଲବଲ କରୁଛନ୍ତି ନାଲି ପିମ୍ପୁଡି, ରାଣୀକୁ ଖୋଜିବାକୁ ଗାଁରେ ପହଞ୍ଚିଲା OUAT ଟିମ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)