1. କୃଷି ଖବର

ପ୍ରଫେସର ଡଃ. ପ୍ରଭାତ ରାଉଳ ହେଲେ OUAT କୂଳପତି

ଓୟୁଏଟିର କୁଳପତି ଭାବେ ପ୍ରଫେସର ପ୍ରଭାତ କୁମାର ରାଉଳଙ୍କୁ ଦିଆଯାଇଛି ନିଯୁକ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ଏହି ନିଯୁକ୍ତି ଉପରେ ମୋହର ମାରିଛନ୍ତି ।

Shuvanshu Kar
Shuvanshu Kar
Pravat Kumar Roul appointed new VC of OUAT

Pravat Kumar Roul appointed new VC of OUAT

ଓଡ଼ିଶା ୟୁନିଭର୍ସିଟି ଅଫ୍‍ ଅଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି (OUAT)କୁ ମିଳିଛି ନୂଆ କୂଳପତି । ଓୟୁଏଟିର କୁଳପତି ଭାବେ ପ୍ରଫେସର ପ୍ରଭାତ କୁମାର ରାଉଳଙ୍କୁ ଦିଆଯାଇଛି ନିଯୁକ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ଏହି ନିଯୁକ୍ତି ଉପରେ ମୋହର ମାରିଛନ୍ତି ।

ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ପ୍ରଫେସର ପ୍ରଭାତ କୁମାର ରାଉଳ ଓୟୁଏଟି ଦାୟିତ୍ୱରେ ରହିବେ । ପ୍ରଫେସର ରାଉଳ ବର୍ତ୍ତମାନ ଓଡିଶା କୃଷି ପ୍ରୋତ୍ସାହନ ଏବଂ ପୁଞ୍ଜି ଲଗାଣ ନିଗମ ଲିଃ(APICOL) ପରିଚାଳନା ନିର୍ଦ୍ଦେଶକ ଦାୟିତ୍ବରେ ଅଛନ୍ତି । ପ୍ରଭାତଙ୍କ ନିକଟରେ ୨୯ ବର୍ଷର ଅଧ୍ୟାପନା ଅଭିଜ୍ଞତା ରହିଛି। ସେ ୨୪ଟି ପୁସ୍ତକ ରଚନା କରିଥିବା ବେଳେ ତାଙ୍କ ଅଧୀନରେ ୯ ଜଣ ପିଏଚଡି କରିଛନ୍ତି।

ପ୍ରଫେସର ରାଉଳ ଓୟୁଏଟି ଡିନ୍ ଦାୟିତ୍ବରେ ଥିବାବେଳେ ତାଙ୍କୁ ଆପିକଲ୍ ପରିଚାଳନା ନିର୍ଦ୍ଦେଶକ ଭାବେ ଡେପୁଟେସନରେ ପଠାଇଥିଲେ ରାଜ୍ୟ ସରକାର ।

ଏହାପୂର୍ବରୁ ଓୟୁଏଟି କୁଳପତି ଦ୍ବାୟିତ୍ବରେ ଥିଲେ ପବନ କୁମାର ଅଗ୍ରୱାଲ । ପବନ କୁମାରଙ୍କ କାର୍ଯ୍ୟକାଳ ସମାପ୍ତ ହେବାପରେ ଏହି ପଦ ଖାଲିପଡିଥିଲା । ବର୍ତ୍ତମାନ ଏଥିରେ କୃଷି ବିଶେଷଜ୍ଞ ପ୍ରଫେସର ରାଉଳଙ୍କୁ ନିଯୁକ୍ତି ମିଳିଛି ।

ଓୟୁଏଟି କୁଳପତି ନିଯୁକ୍ତି ପ୍ରକ୍ରିୟା …

କଲବଲ କରୁଛନ୍ତି ନାଲି ପିମ୍ପୁଡି, ରାଣୀକୁ ଖୋଜିବାକୁ ଗାଁରେ ପହଞ୍ଚିଲା OUAT ଟିମ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments