1. କୃଷି ଖବର

ଆମ କୃଷି, ଆମ ଖବର

କୃଷି ଜାଗରଣର ଅଗଣିତ ଓଡ଼ିଆ ପାଠକ ପାଠିକାମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା l କୃଷି ଜାଗରଣର ଚଳିତ ସଂଖ୍ୟାରେ ଆମେ ଉପସ୍ଥାପନ କରୁଛୁ କିଛି ଉପାଦେୟ ତଥା ମନକୁ ଛୁଇଁଲା ଭଳି କୃଷି ବ୍ୟବସାୟ ସହିତ ଜଡ଼ିତ କିଛି ଖବର l ଆସନ୍ତୁ ଟିକେ ଆଖି ପକାଇଦେବା...

Sugyan Kumar Nayak
Sugyan Kumar Nayak
Agri News

Agri News

କୃଷି ଜାଗରଣର ଅଗଣିତ ଓଡ଼ିଆ ପାଠକ ପାଠିକାମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା l କୃଷି ଜାଗରଣର ଚଳିତ ସଂଖ୍ୟାରେ ଆମେ ଉପସ୍ଥାପନ କରୁଛୁ କିଛି ଉପାଦେୟ ତଥା ମନକୁ ଛୁଇଁଲା ଭଳି କୃଷି ବ୍ୟବସାୟ ସହିତ ଜଡ଼ିତ କିଛି ଖବର l ଆସନ୍ତୁ ଟିକେ ଆଖି ପକାଇଦେବା...

୧. ଏକ ପ୍ରମୁଖ ବାଣିଜ୍ୟ ସଂସ୍ଥାନର ରିପୋର୍ଟ ଅନୁସାରେ ୨୦୨୦/୨୧ ବର୍ଷରେ ସେପ୍ଟେମ୍ବର ୩୦ ସୁଦ୍ଧା ଭାରତୀୟ ମିଲଗୁଡ଼ିକ ୪.୩ ମିଲିୟନ ଟନ ଚିନି ରପ୍ତାନୀ କରିବା ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି l ଏହି ରପ୍ତାନୀ ଦ୍ୱାରା ଗଚ୍ଛିତ ହୋଇରହିଥିବା ଚିନି ପରିମାଣ ହ୍ରାସ ହେବାରେ ସାହାଯ୍ୟ କରିବ ଏବଂ ଚିନିର ସ୍ଥାନୀୟ ମୂଲ୍ୟ ପ୍ରତି ସହାୟକ ହେବ l ହଜାର ହଜାର ଆଖୁଚାଷୀ ଆଖୁର ସରକାରୀ ଦର ପାଇପାରିବେ l ଇଣ୍ଡିଆନ ସୁଗାର ମିଲସ ଆସୋସିଏସନ ଏକ ବିବୃତି ଜଣାଇଛନ୍ତି ଯେ, "ପ୍ରାୟ ୪.୩ ମିଲିୟନ ଟନର ଚୁକ୍ତି ସ୍ଵାକ୍ଷର ହୋଇସାରିଛି l"

୨. କ୍ଷୁଦ୍ର ଚାଷୀମାନେ ଜମି କାଦୁଅରେ ସାହାଯ୍ୟ କରିବା ପାଇଁ ମହିନ୍ଦ୍ରା କମ୍ପାନୀର ସ୍ୱରାଜ ଟ୍ରାକ୍ଟର ସ୍ୱଳ୍ପ ହର୍ଷ ପାୱାର ଏବଂ ଅଧିକ ହର୍ଷ ପାୱାରବିଶିଷ୍ଟ ନୂତନ ରେଞ୍ଜର ଟ୍ରାକ୍ଟର ଲଞ୍ଚ କରିବାର ଯୋଜନା କରୁଛି l ମହିନ୍ଦ୍ରା କମ୍ପାନୀ ଜଣାଇଛି ଯେ, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ଏହା ଧାନ ମେକାନାଇଜେସନ ପ୍ରଚେଷ୍ଟାର ଏକ ସିରିଜ ଉପସ୍ଥାପନ କରିଛି l ଏହି ଅଞ୍ଚଳରେ ଏହାର ଉପସ୍ଥିତି ଜାହିର କରିବା ପାଇଁ ଏହା ଏକ ପ୍ରୟାସ ଅଟେ l ଖୁବ ନିକଟରେ ସ୍ୱରାଜ ଟ୍ରାକ୍ଟର ଏହାର ନ୍ୟୁ ସ୍ୱରାଜ 742XT ଟ୍ରାକ୍ଟର ମଡେଲ ଲଞ୍ଚ କରିଛି l ସ୍ୱତନ୍ତ୍ର ଭାବରେ ଧାନ ମେକାନାଇଜେସନ ନିମନ୍ତେ ଏହାର ବିକାଶ କରାଯାଇଛି, ଏହି 45hp (33.55 kW) ଟ୍ରାକ୍ଟର କାଦୁଅ କରିବାରେ ନିଜର କାର୍ଯ୍ୟଦକ୍ଷତା ଏବଂ ଇନ୍ଧନ ଦକ୍ଷତା ପ୍ରଦର୍ଶନ କରିବାରେ ସଫଳତା ହାସଲ କରିସାରିଛି l 

୩. ସମୁନ୍ନତି ହେଉଛି ଏକ ସ୍ୱତନ୍ତ୍ର କୃଷି ମୂଲ୍ୟ ଶୃଙ୍ଖଳ ସମାଧାନ ପ୍ରଦାନକାରୀ ସଂସ୍ଥା l ଏହି ସଂସ୍ଥା ଆଜି ଘୋଷଣା କରିଛି ଯେ, ଏହା କୃଷକ-କୈନ୍ଦ୍ରିକ କୃଷି ଯୋଗାଣ ଶୃଙ୍ଖଳ ପ୍ଲାଟଫର୍ମ, କାମତାନକୁ ଅଧିଗ୍ରହଣ କରିଛି l କୃଷକ ଉତ୍ପାଦ ସଂଗଠନ (ଏଫପିଓଏସ) ଗୁଡ଼ିକୁ, ଛୋଟ ବ୍ୟବସାୟୀ, କୃଷକ ମିଳିତକାରୀ ଓ କୃଷି ଏସଏମଇଗୁଡ଼ିକୁ ସେମାନଙ୍କର ମିଳିତ ବଜାର ଲିଙ୍କେଜ ପହଞ୍ଚାଇବା ପାଇଁ ସମୁନ୍ନତି ଏବଂ କାମତାନର ଏହି ସହଭାଗୀତା ଆଶା କରେ- କର୍ପୋରେଟ କ୍ରେତାମାନଙ୍କ ସହିତ ସେମାନଙ୍କୁ ଯୋଡ଼ିବାରେ ସାହାଯ୍ୟ କରି ଏବଂ କୃଷକଙ୍କ ଆୟ ବୃଦ୍ଧି କରିବାରେ ସାହାଯ୍ୟ କରି l 

ଏ ସମ୍ପର୍କରେ ସମୁନ୍ନତି ସଂସ୍ଥାର ପ୍ରତିଷ୍ଠାତା ଏବଂ ସିଇଓ, ଅନିଲ କୁମାର ଏସ.ଜି. କୁହନ୍ତି ଯେ, “କାମତାନ ଫାର୍ମସ ହାସଲ କରିଥିବା ଦ୍ରୁତ ଅଭିବୃଦ୍ଧି ସଫଳତାରେ ଆମେ ପ୍ରଭାବିତ l ସମସ୍ତ କୃଷି ଉତ୍ପାଦ ନିମନ୍ତେ ସେମାନେ ସୁଦକ୍ଷ ଯୋଗାଣ ଶୃଙ୍ଖଳ ଗଠନ କରିଛନ୍ତି, ନଷ୍ଟ ଏବଂ ଦକ୍ଷତାହୀନତାକୁ ହ୍ରାସ କରିବା ପାଇଁ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କରୁଛନ୍ତି, ଏହା ସହିତ ସେମାନେ ଉତ୍ପାଦନକାରୀ ଏବଂ କ୍ରେତାମାନଙ୍କୁ ଏକ ସୁଗମ, ସ୍ୱଚ୍ଛ ଏବଂ ମୂଲ୍ୟଭିତିକ ସମ୍ପର୍କରେ ଯୋଡ଼ୁଛନ୍ତି l”

କାମତାନ ଫାର୍ମ ଟେକ ପିଭିଟି ଏଲଟିଡିର ସହ-ପ୍ରତିଷ୍ଠାତା ଏବଂ ସିଇଓ, ଶ୍ରୀଯୁକ୍ତ ପ୍ରବେଶ ଶର୍ମା (ପୂର୍ବତନ ଆଇଏଏସ ଅଧିକାରୀ)  କହିଲେ, “ଆତ୍ମନିର୍ଭରଶୀଳତାର ପ୍ରଭାବରେ ଭାରତରେ କୃଷି ସେକ୍ଟର ଦ୍ରୁତ ଅଭିବୃଦ୍ଧି ସହିତ ଆଗକୁ ବଢୁଛି, ନୂତନ କରି ମୁଣ୍ଡ ଟେକୁଥିବା ମୂଲ୍ୟ ଶୃଙ୍ଖଳଗୁଡିକ ନିମନ୍ତେ ପ୍ରଚୁର ସମ୍ଭାବନା ରହିଛି l ସମୁନ୍ନତି ସହିତ କାମତାନର ସମନ୍ବିତକୁ ନେଇ ଆମେ ବହୁତ ଖୁସି ଅଟୁ, କାରଣ ଆମ ଉଭୟଙ୍କର ଲକ୍ଷ୍ୟ ରହିଛି ଯେ କୃଷି ମୂଲ୍ୟ ଶୃଙ୍ଖଳଗୁଡିକୁ ଅଧିକ ପରିମାଣରେ ସମନ୍ବିତ, ସ୍ୱଚ୍ଛ, ଏବଂ ଦକ୍ଷ କରିବା l”

୪. ସେଫେକ୍ସ କେମିକାଲସ୍ ଇଣ୍ଡିଆ ଏକ ବିବୃତିରେ ପ୍ରକାଶ କରିଛନ୍ତି ଯେ, ସେମାନେ ନିଜର ବ୍ୟବସାୟିକ ନେଟୱାର୍କକୁ ବୃଦ୍ଧି କରିଛନ୍ତି ଏବଂ ଖାଦ୍ୟ ନିରାପତ୍ତା ଏବଂ ସୁରକ୍ଷାକୁ ଏହି ବର୍ଷ ଆସାମ ଏବଂ ତାମିଲନାଡୁ ରାଜ୍ୟରେ ପହଞ୍ଚାଉଛନ୍ତି ! ଏହି ବୃଦ୍ଧି କେବଳ ଯେ ସେମାନଙ୍କ ଉପସ୍ଥିତିକୁ ସୁଦୃଢ଼ କରିବ ତାହା ନୁହେଁ, ଆହୁରି ମଧ୍ୟ ଏହା ଖାଦ୍ୟ ନିରାପତ୍ତା, ଜୀବନର ମାନ ଏବଂ ଦେଶରେ ସ୍ୱାସ୍ଥ୍ୟ ପ୍ରତି ସେମାନଙ୍କର ଥିବା ପ୍ରତିବଦ୍ଧତାର ଅବଦାନକୁ ପ୍ରଦର୍ଶନ କରିବ l

୫. ଦେହାତ କମ୍ପାନୀ ବିହାରର ମୋତିହାରୀ ଠାରେ ଏହାର ପ୍ରଥମ ମଡେଲ ଦେହାତ କେନ୍ଦ୍ରର ଶୁଭାରମ୍ଭ କରିଛି l ଏଥରେ କମ୍ପାନୀ ଡିଜିଟାଲ ଅନୁଭୂତି କେନ୍ଦ୍ର ଉପରେ କାର୍ଯ୍ୟ କରିବ l କମ୍ପାନୀର ନୋଡାଲ ପରିଚାଳକ, ଶ୍ରୀଯୁକ୍ତ ଆନନ୍ଦ କପୁର ପାଠକ କହିଲେ ଯେ, ଏହି କେନ୍ଦ୍ର କୃଷକମାନଙ୍କୁ ବିହନ ଠାରୁ ଆରମ୍ଭ କରି ଫସଲର ବଜାର ପର୍ଯ୍ୟନ୍ତ ସମସ୍ତ ସୂଚନା ଡିଜିଟାଲ ଆକାରରେ ପ୍ରଦାନ କରିବ l

୬. ଆଇଆଇଏଲ୍ ଫାଉଣ୍ଡେସନ ହାଇଦ୍ରାବାଦର କୃଷି ସ୍ଥାୟୀତ୍ୱ ଏବଂ ପରିବର୍ତ୍ତନ ସଂସ୍ଥା ସହିତ ହାତ ମିଳାଇଛି l ହ୍ୱାଟ୍ସଆପ୍ ମାଧ୍ୟମରେ ସ୍ଥାନୀୟ ତେଲୁଗୁ ଭାଷାରେ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଏବଂ କର୍ଣ୍ଣାଟକର କେତେକ ଅଂଶରେ କୃଷି ସମ୍ପର୍କିତ ଫସଲ ସୂଚନା, ପାଣିପାଗ ସୂଚନା, ରୋଗ ପୋକ ଆକ୍ରମଣ ସୂଚନା ଓ ଉପଦେଶ ନିୟମିତ ଭାବରେ ପ୍ରଦାନ କରିବାକୁ ଏହା ଲକ୍ଷ୍ୟ ରଖିଛି ଏବଂ ଏହା ଶୁଭାରମ୍ଭ ହେବା ଦିନ ଠାରୁ ଅନେକ କୃଷକମାନଙ୍କୁ ଲାଭ ପ୍ରଦାନ କରିଛି l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments