1. କୃଷି ଖବର

ଚାଷୀଙ୍କ କଲ୍ୟାଣ ପାଇଁ କୃଷି ଜାଗରଣର ନୂଆ ପ୍ରୟାସ, ଜାଣନ୍ତୁ କଣ ରହିଛି ଏହାର ଲକ୍ଷ...

ଷୀଙ୍କ କୌଶଳ ବିକାଶ ପାଇଁ କୃଷି ଜାଗରଣ ପକ୍ଷରୁ ବ୍ୟାପକ ପହଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହା ଅନେକ ଚାଷୀ ଓ ଚାଷୀଙ୍କ ହିତରେ କାର୍ଯ୍ୟ କରୁଥିବା କମ୍ପାନୀମାନଙ୍କୁ ଲାଭ ପହଞ୍ଚାଇବ ।

Shuvanshu Kar
Shuvanshu Kar

କୃଷକଙ୍କ କଲ୍ୟାଣ ପାଇଁ କୃଷି ଜାଗରଣ(Krishi Jagran)ର ନୂତନ ଅଭିଯାନ । ଚାଷୀଙ୍କ କୌଶଳ ବିକାଶ ପାଇଁ କୃଷି ଜାଗରଣ ପକ୍ଷରୁ ବ୍ୟାପକ ପହଞ୍ଚ କାର୍ଯ୍ୟକ୍ରମ(Outreach program) ଅନୁଷ୍ଠିତ ହେଉଛି । ଏହା ଅନେକ ଚାଷୀ ଓ ଚାଷୀଙ୍କ ହିତରେ କାର୍ଯ୍ୟ କରୁଥିବା କମ୍ପାନୀମାନଙ୍କୁ ଲାଭ ପହଞ୍ଚାଇବ ।

କଟକ ଜିଲ୍ଲା ମାହାଙ୍ଗାରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ବିଶେଷ କରି ଏହା ଏକ କ୍ଷୂଦ୍ର ଚାଷୀ ମେଳା । ଏହି କାର୍ଯ୍ୟକ୍ରମରେ ଅନେକ ଚାଷୀ ଯୋଡି ହୋଇଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

ଅନେକ କମ୍ପାନୀ ଚାଷୀଙ୍କ ହିତରେ କାର୍ଯ୍ୟ କରିବାକୁ ଚାହାନ୍ତି । କମ୍ପାନୀମାନେ ଚାଷୀଙ୍କ ନିକଟରେ ନିଜର ଉତ୍ପାଦକୁ ପ୍ରୋତ୍ସାହିତ କରିଥାନ୍ତି । ତେବେ ଚାଷୀମାନଙ୍କୁ ଏକଜୁଟ କରି ସେମାନଙ୍କ ହିତରେ ବିଭିନ୍ନ କୃଷକ କଲ୍ୟାଣକାରୀ କମ୍ପାନୀଗୁଡିକ ଉତ୍ପାଦକୁ ପ୍ରୋତ୍ସାହନ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ ।

କୃଷି ଜାଗରଣ ସହଯୋଗରେ କମ୍ପାନୀମାନେ ନିଜର ଉତ୍ପାଦ ଚାଷୀଙ୍କ ନିକଟରେ ସୁବିଧାରେ ପହଞ୍ଚାଇପାରିବେ । ଏହା ଫଳରେ କମ୍ପାନୀ ଲାଭ ପାଇବା ସହିତ ଚାଷୀମାନେ ମଧ୍ୟ ଉପକୃତ ହେବେ । ଯେଉଁ କମ୍ପାନୀମାନେ କୃଷି ଜାଗରଣ ସହିତ ସହବନ୍ଧିତ ରହିଛନ୍ତି, ସେମାନଙ୍କୁ ନେଇ ଫିଜିକାଲ ରୂପେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଛି ।

କାର୍ଯ୍ୟକ୍ରମରେ କୃଷକଙ୍କୁ ଏକଜୁଟ କରାଯାଇ ପ୍ରଶିକ୍ଷଣ ଦିଆଯାଉଛି । ଚାଷୀ ଓ କୃଷକ କଲ୍ୟାଣ ନିମନ୍ତେ କାର୍ଯ୍ୟ କରୁଥିବା କମ୍ପାନୀମାନଙ୍କ ପାଇଁ କୃଷି ଜାଗରଣ ଏହି ମଞ୍ଚ ପ୍ରଦାନ କରୁଛି ।

ହିମାଂଶୁ ପାଠକ ହେଲେ ଭାରତୀୟ କୃଷି ଆନୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ

ପ୍ରଧାନମନ୍ତ୍ରୀଙ୍କ ବଡ ସୂଚନା, ଗତ ଆଠ ବର୍ଷରେ ଗ୍ରାମ୍ୟ ଉଦ୍ୟୋଗ ସୃଷ୍ଟି କରିଛି 1.5 କୋଟି ନିଯୁକ୍ତି

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments