1. କୃଷି ଖବର

ଯୋଗାଣ ବିଭାଗ ଓ ପ୍ରଶାସନର ସୁପରିଚାଳନା ପାଇଁ ଗତବର୍ଷ ଠାରୁ ବର୍ତମାନ ସୁଦ୍ଧା ୧ଲକ୍ଷ କ୍ୱିଂଟାଲ ଅଧିକ ସଂଗ୍ରହ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଖରିଫ ଧାନ କ୍ରୟ ପାଇଁ ଡିସେମ୍ବର ମାସ ୧୮ ତାରିଖ ଠାରୁ ଧାନକ୍ରୟର ଶୁଭାରମ୍ଭ କରାଯାଇଥିଲା । ଡିସେମ୍ବର ୧୮ ତାରିଖ ଠାରୁ ଚଳିତ ମାସ ୧୦ ତାରିଖ ପର୍ଯ୍ୟନ୍ତ ବିଗତ ବର୍ଷ ଠାରୁ ୧ଲକ୍ଷ କ୍ୱିଂଟାଲରୁ ଅଧିକ ଧାନ ସଂଗ୍ରହ କରାଯାଇ ସାରିଛି । ଜିଲ୍ଲା ଯୋଗାଣ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗ ଓ ସୁପରିଚାଳନା ପାଇଁ ଏହି ଅଧିକା କ୍ୱିଂଟାଲ ଧାନ ସଂଗ୍ରହ ହୋଇପାରିଛି ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ନିରଦ କୁମାର ଦାଶ କହିଛନ୍ତି । ଚଳିତ ମାସ ୧୦ତାରିଖ ସୁଦ୍ଧା ୨ ଲକ୍ଷ ୬୩ ହଜାର ୭୫୧ କ୍ୱିଂଟାଲ ଧାନ ୬ ହଜାର ୬୩୦ଜଣ ଚାଷୀଙ୍କ ଠାରୁ ସଂଗ୍ରହ କରାଯାଇଛି ।

KJ Staff
KJ Staff

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଖରିଫ ଧାନ କ୍ରୟ ପାଇଁ ଡିସେମ୍ବର ମାସ ୧୮ ତାରିଖ ଠାରୁ ଧାନକ୍ରୟର ଶୁଭାରମ୍ଭ କରାଯାଇଥିଲା । ଡିସେମ୍ବର ୧୮ ତାରିଖ ଠାରୁ ଚଳିତ ମାସ ୧୦ ତାରିଖ ପର୍ଯ୍ୟନ୍ତ ବିଗତ ବର୍ଷ ଠାରୁ ୧ଲକ୍ଷ କ୍ୱିଂଟାଲରୁ ଅଧିକ ଧାନ ସଂଗ୍ରହ କରାଯାଇ ସାରିଛି । ଜିଲ୍ଲା ଯୋଗାଣ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗ ଓ ସୁପରିଚାଳନା ପାଇଁ ଏହି ଅଧିକା କ୍ୱିଂଟାଲ ଧାନ ସଂଗ୍ରହ ହୋଇପାରିଛି ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ନିରଦ କୁମାର ଦାଶ କହିଛନ୍ତି । ଚଳିତ ମାସ ୧୦ତାରିଖ ସୁଦ୍ଧା ୨ ଲକ୍ଷ ୬୩ ହଜାର ୭୫୧ କ୍ୱିଂଟାଲ ଧାନ ୬ ହଜାର ୬୩୦ଜଣ ଚାଷୀଙ୍କ ଠାରୁ ସଂଗ୍ରହ କରାଯାଇଛି । ସୂଚନା ଥାଉକି ଗତବର୍ଷ ଜାନୁଆରୀ ୧୦ ତା୍‌ରିଖ ସୁଦ୍ଧା ୧ଲକ୍ଷ ୭୦ ହଜାର କ୍ୱିଂଟାଲ ଧାନ ସଂଗ୍ରହ କରାଯାଇଥିବା ବେଳେ ଚଳିତ ବର୍ଷ ପ୍ରାୟ ୧ ଲକ୍ଷ କ୍ୱିଂଟାଲ ଧାନ ସଂଗ୍ରହ ହୋଇପାରିଛି ।

ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୯ ଲକ୍ଷ କ୍ୱିଂଟାଲ ଧାନ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେଥିନିମନ୍ତେ ୫୦ ହଜାର ୬୯ଜଣ ଚାଷୀ ଅନଲାଇନ ମାଧ୍ୟମରେ ନାମ ପଂଜିକରଣ କରିଛନ୍ତି । ଏହି ଧାନ ସଂଗ୍ରହ ଜିଲ୍ଲାରେ ଥିବା ୮୦ଟି ପାକ୍ସ ଜରିଆରେ ୧୫ଜଣ ମିଲରଙ୍କ ଦ୍ୱାରା ସଂଗ୍ରହ କରାଯାଉଛି । ଚାଷୀମାନଙ୍କ ସହଯୋଗରେ ସୁଚାରୁ ରୂପେ ଧାନା ସଂଗ୍ରହ କାର୍ଯ୍ୟ ଚାଲୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷୀମାନଙ୍କୁ ସାଧୁବାଦ ଜଣାଯାଇଛି । ସୂଚନା ଥାଉକି ଧାନକ୍ରୟ ନିମନ୍ତେ ପ୍ରଶାସନ ପକ୍ଷରୁ କରାଯାଇଥିବା ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଶ୍ରୀ ବେହେରା ଚାଷୀମାନଙ୍କ ସହିତ ଉତମ ବ୍ୟବହାର ପ୍ରଦର୍ଶନ କରି ଧାନକ୍ରୟ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଏଥିନିମନ୍ତେ ମିଲର, ଡିଆରସିଏସ ଏବଂ ନୋଡାଲ ଅଫିସର ମାନେ ମିଳିତ ଭାବେ ପ୍ରଚେଷ୍ଟା କରିବାକୁ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ । ଜିଲ୍ଲାପାଳଙ୍କ ଏହି ପରାମର୍ଶ ଓ ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ଯୋଗାଣ ବିଭାଗ ପକ୍ଷରୁ ଧାନକ୍ରୟ କାର୍ଯ୍ୟ ଚାଲୁରହିଛି ବୋଲି ଯୋଗାଣ ଅଧିକାରୀ ଶ୍ରୀ ଦାସ କହିଛନ୍ତି ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments