1. କୃଷି ଖବର

ଧାନ ଚାଷ ପାଇଁ ଜମି ପ୍ରସ୍ତୁତିକରଣ, ଆସନ୍ତୁ ଜାଣିବା କାହିଁକି ରହିଛି ଏହାର ଆବଶ୍ୟକତା...

କୃଷିକାର୍ଯ୍ୟର ପ୍ରଥମ ମୌଳିକ କାର୍ଯ୍ୟ ହେଉଛି ଜମି ପ୍ରସ୍ତୁତିକରଣ । ବିହନର ସଠିକ ସ୍ଥାପନା ଏବଂ ଫସଲ ବୃଦ୍ଧିପାଇଁ ଏହା ଅନୂକୁଳ ବାତାବରଣ ସୃଷ୍ଟି କରିଥାଏ । ଏହି କାମ ମୁଖ୍ୟତଃ ଏକ ହଳ ସାହାଯ୍ୟରେ କରାଯାଏ ।

Sudesna Nayak
Sudesna Nayak
Paddy Cultivation Done Right: A Guide to Land Preparation

Paddy Cultivation Done Right: A Guide to Land Preparation

କୃଷିକାର୍ଯ୍ୟର ପ୍ରଥମ ମୌଳିକ କାର୍ଯ୍ୟ ହେଉଛି ଜମି ପ୍ରସ୍ତୁତିକରଣ । ବିହନର ସଠିକ ସ୍ଥାପନା ଏବଂ ଫସଲ ବୃଦ୍ଧିପାଇଁ ଏହା ଅନୂକୁଳ ବାତାବରଣ ସୃଷ୍ଟି କରିଥାଏ । ଏହି କାମ ମୁଖ୍ୟତଃ ଏକ ହଳ ସାହାଯ୍ୟରେ କରାଯାଏ । ଜମି ପ୍ରସ୍ତୁତିକରଣ କିମ୍ବା ହଳକରିବା ଦ୍ୱାରା ଗଛର ଅବଶେଷ ମାଟିରେ ମିଶିଯାଇ ଏହାକୁ ଉର୍ବର କରିଥାଏ । ଏହି ପ୍ରକ୍ରିୟା ଦ୍ୱାରା ପୁର୍ବବର୍ତ୍ତୀ ଫସଲରେ ଥିବା ରୋଗ ପୋକ, କୀଟାଣୁ ଏବଂ ରୋଗକାରୀ ଜୀବାଣୁ ନଷ୍ଟ ହୋଇଯିବା ସହ ଚିରସ୍ଥାୟୀ ତୃଣ ସବୁ ମଧ୍ୟ ନଷ୍ଟ ହୋଇଯାଇଥାଏ ।

ଜମି ପ୍ରସ୍ତୁତି ସର୍ବନିମ୍ନ ଚାଷଠାରୁ ଆରମ୍ଭ କରି ମୃତ୍ତିକା ଗଠନରେ ପରିବର୍ତ୍ତନ ଆଣେ ଆଉ ଏହାକୁ ଅଧିକ ଉର୍ବର କରିଥାଏ । ଜମି ପ୍ରସ୍ତୁତି ପ୍ରକ୍ରିୟାର 4 ଟି ପଦକ୍ଷେପ:

ମାଟି ହଳ କରିବା, ମିଶ୍ରଣ କରିବା ଏବଂ ତଳ ଉପର କରିବା ପରେ ଏହା ଚାଷ କରିବା ପାଇଁ ବ୍ୟବହୃତ ହୁଏ । ପରିଶେଷରେ ମୃତ୍ତିକା ସ୍ତର କରିବା ପାଇଁ ଲେଭେଲିଂ ବ୍ୟବହୃତ ହୁଏ ।

ଧାନ ଚାଷ ପାଇଁ ଜମି ପ୍ରସ୍ତୁତି କାହିଁକି ଆବଶ୍ୟକ?


• କ୍ଷେତରେ ଜଳର ସ୍ଥିର ଗଭୀରତା ବଜାୟ ରଖିବା ପାଇଁ

• ଜଳର ଦକ୍ଷତା ବୃଦ୍ଧି, ଜଳର ଏକ ଗଭୀରତା ରକ୍ଷା କରିବା ପାଇଁ

• ଅମ୍ଳଜାନର ଅଧିକ ସ୍ଥିର ବଣ୍ଟନ ପାଇଁ

Paddy Cultivation Done Right: A Guide to Land Preparation

Paddy Cultivation Done Right: A Guide to Land Preparation

ଜମି ପ୍ରସ୍ତୁତିକରଣ ଚେରର ଉତ୍ତମ ବୃଦ୍ଧିରେ ସାହାଯ୍ୟ କରିଥାଏ । ଗୁଣ୍ଡ ମାଟିରେ ଚେରର ଭଲ ବୃଦ୍ଧି ଘଟିଥାଏ । ହଳ କରିବା ଦ୍ୱାରା ପୁର୍ବବର୍ତ୍ତୀ ଫସଲରେ ଥିବା ରୋଗ ପୋକ, କୀଟାଣୁ ଏବଂ ରୋଗକାରୀ ଜୀବାଣୁ ନଷ୍ଟ ହୋଇଯିବା ସହ ଚିରସ୍ଥାୟୀ ଦଳ ସବୁ ମଧ୍ୟ ନଷ୍ଟ ହୋଇଯାଇଥାଏ ଏବଂ ଏହା ନୁଆ ଫସଲର ଚେରକୁ ଉତ୍ତମ ପାଣି ଓ ପୋଷକ ଶୋଷଣ କରିବାରେ ସାହାଯ୍ୟ କରିଥାଏ । ହଳ କରିବାର ଅନ୍ୟାନ୍ୟ କାରଣ ମଧ୍ୟରୁ ମୃତ୍ତିକାର ଜଳ ଧାରଣ କ୍ଷମତାରେ ବୃଦ୍ଧି, ଜଳ ସଂରକ୍ଷଣ ଏବଂ ଜମିରେ ସଠିକ ଉତ୍ତାପ ରଖିବା । ଚାଷୀମାନେ ହଳ କରିବା ପାଇଁ ବିଭିନ୍ନ ପ୍ରକାରର ମେସିନ୍ ପାଇପାରିବେ । ତେବେ STIHLର ପାୱାର୍ ୱିଡର୍ (MH 710) ଚାଷୀଙ୍କୁ ସମସ୍ତ ସୁବିଧା ସହଯୋଗ ରହିଥିବା ଯନ୍ତ୍ର ଯୋଗାଇ ଦେବା ।

ମାଟିକୁ ପରିଷ୍କାର ଏବଂ ହାଲୁକା କରିବା ସହିତ ତୃଣକ କାଟିବା ଏବଂ ମାଟି ସହିତ ସାମଗ୍ରୀ ମିଶ୍ରଣ କରିବା ପାଇଁ ହରୋରିଙ୍ଗ୍ ହେଉଛି ଏକ ଉତ୍ତମ ଦ୍ବିତୀୟକ ଚାଷ କୌଶଳ । କ୍ଷେତରେ ଘାସ ଏବଂ ବାଳୁଙ୍ଗା ନଷ୍ଟ
କରିବାରେ ଏହା ସାହାଯ୍ୟ କରେ ଏବଂ ଫସଲର ଅବଶିଷ୍ଟ ଅଂଶକୁ ଉପରିଭାଗ ସହିତ ମିଶ୍ରଣ କରେ । ଏହି ପ୍ରକ୍ରିୟାଟି STIHLର ପାୱାର୍ ୱିଡର୍ (MH 710) ଆବଶ୍ୟକ କରେ ।

Paddy Cultivation Done Right: A Guide to Land Preparation

Paddy Cultivation Done Right: A Guide to Land Preparation

ହଳ ଜଳକୁ ମାଟି ଭାତରକୁ ପ୍ରବେଶ କରିବାକୁ ସାହାଯ୍ୟ କରିଥାଏ । ଧାନ କ୍ଷେତରେ 5-10 ସେମି ଗଭୀରତାରେ ପାଣି ଥିବା ସମୟରେ ହଳ କରାଯାଏ । ଏହା ଆବର୍ଜନାକୁ ଘୁଞ୍ଚାଇଥାଏ । ଏହି ପଦକ୍ଷେପରେ ବ୍ୟବହାର କରିବାକୁ ଉପଯୁକ୍ତ ଯନ୍ତ୍ର ହେଉଛି ହଳ ଚକ ସଂଲଗ୍ନ ସହିତ STIHLର ପାୱାର୍ ୱିଡର୍ (MH 710) ଯାହା କେବଳ ମାଟିକୁ ତଳଉପର କରିବାରେ ସହୟକ ହୋଇଥଆଏ ।

ମାଟି ଟେଳାସବୁକୁ ଭାଙ୍ଗିବା ତଥା ମୃତ୍ତିକାର ଜଳୀୟ ଅଂଶ ମାତ୍ରା ସଂରକ୍ଷଣ କରିବା ପାଇଁ ଜମିକୁ ସମତୁଲ କରାଯାଏ । ଜମି ଯଦି ଗଡାଣିଆ ହୋଇଥାଏ, ତେବେ ଏହାକୁ ସମତୁଲ କରି ଏବଂ ଜମି ହିଡ ନିର୍ମାଣ କରାଯାଏ । ଜମିରୁ ଅତ୍ୟଧିକ ପାଣି ବାହାର କରି ଦିଅନ୍ତୁ । ପାଣି ନିଷ୍କାସନ କରିବା ପୂର୍ବରୁ ନାଳୀ ଭିତରୁ ଅନାବନା ଗଛଲତା ସବୁ ବାହାର କରିଦିଅନ୍ତୁ ଯେପରିକି ପାଣି ଭଲଭାବରେ ପ୍ରବାହିତ ହୋଇ ପାରିବ ।

ଅଫିସିଆଲ ଇ-ମେଲ- info@stihl.in

ଯୋଗାଯୋଗ ନମ୍ବର- 9028411222

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments