1. କୃଷି ଖବର

ସାବଧାନ ! ରାତିରେ ଧାନ କାଟୁଛନ୍ତି କି ?

ଚାଷୀଙ୍କ ପାଇଁ ରାତିରେ ଧାନ ଅମଳ କଲେ କ୍ଷତି ସହିବାର ଯଥେଷ୍ଟ ଆଶଙ୍କା ରହିଛି ।

Shuvanshu Kar
Shuvanshu Kar
paddy harvesting at night can cause loss to farmers

paddy harvesting at night can cause loss to farmers

ସରିଛି ଖରିଫ ଋତୁ । ବିଭିନ୍ନ ପ୍ରକାରର ଧାନ କ୍ଷେତରେ ପାଚିବା ଆରମ୍ଭ ହୋଇଗଲାଣି । ତେଣୁ ଏହି ସମୟରେ ଅନେକ ଚାଷୀ ଫସଲ ଅମଳ(paddy harvesting) କରିବା ଆରମ୍ଭ କରିଛନ୍ତି । ଚାଷୀମାନେ ଫସଲ ଅମଳ(paddy harvesting) ଶେଷ କରିବାକୁ ଦିନରାତି ପରିଶ୍ରମ କରୁଛନ୍ତି ।

ଚାଷୀଙ୍କ ପାଇଁ ରାତିରେ ଧାନ ଅମଳ କଲେ କ୍ଷତି ସହିବାର ଯଥେଷ୍ଟ ଆଶଙ୍କା ରହିଛି । ବାସ୍ତବରେ, ରାତିରେ ଧାନ ଅମଳ କଲେ ଶସ୍ୟରେ ଆର୍ଦ୍ରତା ବୃଦ୍ଧି ପାଇଥାଏ । ଯାହା କୃଷକଙ୍କ କଠିନ ପରିଶ୍ରମକୁ ପାଣିରେ ପକାଇବା ପାଇଁ ଯଥେଷ୍ଟ । ଏହାକୁ ଦୃଷ୍ଟିରେ ରଖି ପଞ୍ଜାବର ଅନେକ ଜିଲ୍ଲାର ଚାଷୀଙ୍କୁ ରାତିରେ ଧାନ ଅମଳ ନକରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି ।

ଆଦ୍ରତା ରହିଲେ ଏଭଳି ପରିସ୍ଥିତିରେ ଚାଷୀଙ୍କୁ ଫସଲକୁ କମ୍ ମୂଲ୍ୟରେ ବିକ୍ରି କରିବାକୁ ପଡିବ କିମ୍ବା ଫସଲର ଆର୍ଦ୍ରତା ଦୂର କରିବାକୁ ଏହାକୁ ଶୁଖାଇବାକୁ ହେବ ।

ଧାନ ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (MSP) ଘୋଷଣା କରାଯାଇଛି । ଯାହା ଅଧୀନରେ ସାଧାରଣ ବର୍ଗର ଧାନ ପାଇଁ 2015 କ୍ୱିଣ୍ଟାଲ ଏମଏସପି ସ୍ଥିର କରାଯାଇଛି। ହେଲେ ଏମଏସପିରେ ଫସଲ ବିକ୍ରୟ କରିବା ପାଇଁ ଚାଷୀମାନଙ୍କୁ ମଧ୍ୟ କିଛି ସର୍ତ୍ତ ଅନୁସରଣ କରିବାକୁ ପଡିବ । ଯାହା ଅଧୀନରେ ଶସ୍ୟର ଗୁଣ ଗୁରୁତ୍ୱପୂର୍ଣ୍ଣ । ଏହି ନିୟମଗୁଡିକ ମଧ୍ୟରୁ ଗୋଟିଏ ଅନୁଯାୟୀ, ଶସ୍ୟରେ 17 ପ୍ରତିଶତରୁ କମ୍ ଆର୍ଦ୍ରତା ରହିବା ଉଚିତ୍ । ଯଦି ଏହାଠାରୁ ଅଧିକ ରହିବ, ତାହେଲେ କୃଷକମାନେ ଫସଲର ଏମଏସପିର ଲାଭ ପାଇପାରିବେ ନାହିଁ ।

ଏଭଳି ପରିସ୍ଥିତିରେ, ଯଦି ଚାଷୀମାନେ ରାତିରେ ଧାନ ଅମଳ କରନ୍ତି, ତେବେ ଫସଲରେ ଆର୍ଦ୍ରତା ବୃଦ୍ଧି ପାଇପାରେ । ଏହି କାରଣରୁ ଚାଷୀମାନେ ସେମାନଙ୍କର ଉତ୍ପାଦକୁ ଏମଏସପିରେ ବିକ୍ରୟ କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

Kharif rice production: ଏଥର 6% କମିବ ଖରିଫ ଧାନ ଉତ୍ପାଦନ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments