1. କୃଷି ଖବର

୧୧୩ ଜଣଙ୍କୁ ପଦ୍ମ ସମ୍ମାନ …

ଜନରାଜ୍ୟ ଦିବସ ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାର ଶୁକ୍ରବାର ଦେଶ ର ୩ ଜଣ ବୀର ପୁତ୍ରଙ୍କୁ ଦେଶର ସର୍ବଶେଷ୍ଠ ନାଗରିକ ସମ୍ମାନ ଭାରତ ରତ୍ନ ଉପାଧି ପ୍ରଦାନ ପାଇଁ ଘୋଷଣା କରିଯାଇଥିଲା |ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ,ସମାଜସେବୀ ନାନାଜୀଙ୍କୁ ଦେଶମୁଖ ଓ ସଂଗୀତ ନିର୍ଦେଶକ ଭୂପେନ ହଜାରିକା |ଭୂପେନ ଓ ନାନାଜୀ

KJ Staff
KJ Staff

ଜନରାଜ୍ୟ ଦିବସ ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାର ଶୁକ୍ରବାର ଦେଶ ର ୩ ଜଣ ବୀର ପୁତ୍ରଙ୍କୁ ଦେଶର ସର୍ବଶେଷ୍ଠ ନାଗରିକ ସମ୍ମାନ ଭାରତ ରତ୍ନ ଉପାଧି ପ୍ରଦାନ ପାଇଁ ଘୋଷଣା କରିଯାଇଥିଲା |ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ,ସମାଜସେବୀ ନାନାଜୀଙ୍କୁ ଦେଶମୁଖ ଓ ସଂଗୀତ ନିର୍ଦେଶକ ଭୂପେନ ହଜାରିକା |ଭୂପେନ ଓ ନାନାଜୀଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ପ୍ରଦାନ ୨୬ ଜାନୁଆରୀ ଅବସରରେ କରାଯାଇଛି |

ସେହିପରି ଚଳିତ ବର୍ଷ ୧୧୩ ଜଣ ନାମ ପଦ୍ମ ପୁରସ୍କାର ପାଇଁ ଘୋଷଣା କରିଯାଇଥିଲା |ଏଥି ମଧ୍ୟରୁ ୪ ଜଣଙ୍କୁ ଦ୍ଵିତୀୟ ଶ୍ରେଷ୍ଠ ନାଗରିକ ସମ୍ମାନ ପଦ୍ମ ଭୂଷଣ ଓ ୯୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ କରାଯାଇଥିଲା |
ଓଡିଶାରୁ ପଦ୍ମ ଭୂଷଣ ଲାଗି ମନୋନୀତ ହୋଇଥିଲେ ଦୈତାରୀ ନାୟକ ,ଡଃ ପ୍ରକାଶ ରାଓ ,ଶ୍ରମତି କମଳା ପୂଜାରୀ ଓ ଗୀତ ମେହେଟ୍ଟା |ଦି.ପ୍ରକାଶ ରାଓ ଙ୍କୁ ନିଜର ସାମାଜିକ ଅବଦାନ ଲାଗି ସାମ୍ମନୀତ କରାଯାଇଥିଲା ବେଳେ ,ଶ୍ରମତି କମଳା ପୂଜାରୀ କୃଷି କ୍ଷେତ୍ର ରେ ନିଜର ବିଶିଷ୍ଟ ଉଦ୍ୟମ ପ୍ରଦର୍ଶନ ହେତୁ ସମ୍ମନିତ ହୋଇଛନ୍ତି |କୋରାପୁଟ ଜିଲାରେ ଜୈବିକ କୃଷି ଅବଲମ୍ବନ ଏବଂ ୧୦୦ ଟି ଧାନ କିସମ ର ସଂରକ୍ଷଣ କରିଥିବାରୁ ସେ ଏହି ସମ୍ମାନ ର ଅଧିକାରୀ ହୋଇପାରିଛନ୍ତି |

ଅନ୍ୟପକ୍ଷେ ଦୈତାରୀ ନାୟକ ,କେନ୍ଦୁଝର ଜିଲ୍ଲା ସ୍ତିତ ବୈତରଣୀ ଗ୍ରାମ ର ପାହାଡି ମନୁଷ୍ୟ ନାମରେ ବେଶ ପରିଚିତ |ଚାଷ ଜମି କୁ ପାଣି ମଡ଼େଇବାକୁ ,ପଥର ଭାଙ୍ଗି ୪ କି.ମି ର ଏକ କେନାଲ ଖୋଳି ଅସ୍ୱାଭାବିକ ସାହସ ର ପ୍ରଦର୍ଶନ କରିଥିବାରୁ ସେ ଲୋକଲୋଚନ କୁ ଆସିଛନ୍ତି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments