News

ଅସୁସ୍ଥ ଅଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ

ଅସୁସ୍ଥ ଅଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ । ସ୍ବାସ୍ଥ୍ୟବସ୍ଥା ବିଗିଡିବା ଯୋଗୁଁ କମଳା ପୂଜାରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

23 August, 2022 5:33 PM IST By: Shuvanshu Kar

ଅସୁସ୍ଥ ଅଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ(Padma Shri Kamala Pujari) । ସ୍ବାସ୍ଥ୍ୟବସ୍ଥା ବିଗିଡିବା ଯୋଗୁଁ କମଳା ପୂଜାରୀ(Padma Shri Kamala Pujari)ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ଡାକ୍ତରୀ ଟିମ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି । ତେବେ କମଳା ପୂଜାରୀ(Padma Shri Kamala Pujari)ଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଜଣାପଡିଛି ।

ପରିବାର ଲୋକେ କମଳା ପୂଜାରୀଙ୍କ ନିକଟରେ ଉପସ୍ଥିତ ରହିଛନ୍ତି । ଦେହ ଖରାପ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ମାସକ ତଳେ ମଧ୍ୟ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ କମଳା ।

କୃଷି କ୍ଷେତ୍ରରେ ମହତ୍ବପୂର୍ଣ୍ଣ ଅବଦାନ ନେଇ କମଳା ପୂଜାରୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଥିଲେ ସରକାର । କୋରାପୁଟ ଜିଲ୍ଲାର ଆଦିବାସୀ ମହିଳା ଅଟନ୍ତି କମଳା ପୂଜାରୀ । ପଦ୍ମଶ୍ରୀ କମଳା ପୁଝାରୀ ଲୁପ୍ତପ୍ରାୟ ଧାନ ବିହନକୁ ସଂରକ୍ଷିତ କରିବା ସହିତ ତାକୁ ଜୈବିକ ପ୍ରଣାଳୀରେ ଚାଷ କରି ଚର୍ଚ୍ଚାକୁ ଆସିଥିଲେ ।

ଶିକ୍ଷାରୁ ବଞ୍ଚିତ ସତ୍ତ୍ବେ କମଳା ପୂଜାରୀ ୧୦୦ରୁ ଅଧିକ କିସମର ଧାନକୁ ସଂରକ୍ଷିତ ରଖି ଜୈବିକ ଉପାୟରେ ଏହାକୁ ଚାଷ କରୁଥିଲେ। ରାସାୟନିକ ସାର ବଦଳରେ ଜୈବିକ ପ୍ରକ୍ରିୟାରେ ଚାଷ କରିବାକୁ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ସଚେତନ କରାଇଆସୁଛନ୍ତି କମଳା ।

କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ା ବ୍ଳକ ଅନ୍ତର୍ଗତ କାଣ୍ଡକିଗୁଡ଼ା ଗ୍ରାମରେ କମଳା ପୂଜାରୀଙ୍କ ଜନ୍ମ । ନାରୀ ସଶକ୍ତିକରଣ ସହିତ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ଅନେକ କାର୍ଯ୍ୟ କରିଛନ୍ତି କମଳା । ଭାରତ ସରକାର ୨୦୦୩ ମସିହାରେ ତାଙ୍କୁ କୃଷି ବିଶାରଦ ସମ୍ମାନରେ ମଧ୍ୟ ସମ୍ମାନିତ କରିଛନ୍ତି ।

ବନ୍ୟା ଉଜାଡିଲା ଫସଲ, କ୍ଷୟକ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ ଦେଲେ ସରକାର

ବ୍ୟାଙ୍କର ଘରୋଇକରଣ ପ୍ରସଙ୍ଗରେ କଣ ଭାବନ୍ତି RBI ଗଭର୍ଣ୍ଣର ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)