1. କୃଷି ଖବର

ବ୍ୟାଙ୍କର ଘରୋଇକରଣ ପ୍ରସଙ୍ଗରେ କଣ ଭାବନ୍ତି RBI ଗଭର୍ଣ୍ଣର ?

ବ୍ୟାଙ୍କିଙ୍ଗ କ୍ଷେତ୍ରର ନିୟାମକ ଭାବରେ ଭାରତୀୟ ରିଜର୍ଭ ବ୍ୟାଙ୍କ ମାଲିକାନା ପ୍ରତି ନିରପେକ୍ଷ ବୋଲି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ସାକ୍ଷାତକାରରେ କହିଛନ୍ତି ।

Shuvanshu Kar
Shuvanshu Kar
What Shaktikanta Das feels about bank privatisation

What Shaktikanta Das feels about bank privatisation

ସରକାରୀ ବ୍ୟାଙ୍କର ଘରୋଇକରଣ(bank privatisation)କୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ(Reserve Bank of India)ଗଭର୍ଣ୍ଣର ଶକ୍ତିକାନ୍ତ ଦାସ(Shaktikanta Das) । ବ୍ୟାଙ୍କିଙ୍ଗ କ୍ଷେତ୍ରର ନିୟାମକ ଭାବରେ ଭାରତୀୟ ରିଜର୍ଭ ବ୍ୟାଙ୍କ ମାଲିକାନା ପ୍ରତି ନିରପେକ୍ଷ ବୋଲି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ସାକ୍ଷାତକାରରେ କହିଛନ୍ତି ।

ସରକାରୀ ବ୍ୟାଙ୍କଗୁଡିକର ଘରୋଇକରଣ ପ୍ରସଙ୍ଗରେ ଏହାର ବୁଲେଟିନରେ ପ୍ରକାଶିତ ଏକ ଆର୍ଟିକିଲ ସହ ଜଡିତ ଖବର ଉପରେ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟୀକରଣ ଜାରି କରିଥିଲା । ଆରବିଆଇ କହିଥିଲା ଯେ କିଛି ରିପୋର୍ଟରେ ଏହି ଆର୍ଟିକିଲକୁ ଉଦ୍ଧୃତ କରି ସିଦ୍ଧାନ୍ତ ନିଆଯାଇଛି ଯେ ରିଜର୍ଭ ବ୍ୟାଙ୍କ ସରକାରୀ ବ୍ୟାଙ୍କର ଘରୋଇକରଣକୁ ବିରୋଧ କରୁଛି, ଯାହା ଠିକ ନୁହେଁ। ତେବେ ବୁଲେଟିନରେ ପ୍ରକାଶିତ ଆର୍ଟିକିଲରେ ଉଲ୍ଲେଖ କରାଯାଇଥିବା ବିଷୟବସ୍ତୁ ଲେଖକଙ୍କ ବ୍ୟକ୍ତିଗତ ମତ ଏବଂ ଏହାକୁ ରିଜର୍ଭ ବ୍ୟାଙ୍କର ମତ ଭାବରେ ଗ୍ରହଣ କରିବା ଉଚିତ୍ ନୁହେଁ ବୋଲି ଆରବିଆଇ ନିଜ ସ୍ପଷ୍ଟୀକରଣରେ କହିଥିଲା । ତେବେ ଏହାପରେ ଏହି ପ୍ରସଂଗରେ ସାମ୍ନାକୁ ଆସିଛି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ପ୍ରତିକ୍ରିୟା ।

ନିର୍ଦ୍ଧିଷ୍ଟ ନିର୍ଦ୍ଦେଶାବଳୀକୁ ପାଳନ କରାଯିବା ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ର ଏକ ସୁପରିଚାଳିତ ଢଙ୍ଗରେ ଚାଲିବା ନେଇ ସୁନିଶ୍ଚିତ କରିବା ଆରବିଆଇର କାର୍ଯ୍ୟ ବୋଲି କହିଛନ୍ତି ଶକ୍ତିକାନ୍ତ । ସେହି ନିୟାମକ କାର୍ଯ୍ୟକାରୀ ହେଉଛି ଓ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଏକ ସୁବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟ ହେଉଛି । ବ୍ୟାଙ୍କଗୁଡିକ ମଜବୁତ । ତେବେ ମାଲିକାନା ନିରପେକ୍ଷ ବୋଲି ଦାସ ପୁଣିଥରେ ସ୍ପଷ୍ଟୀକରଣ ଦେଇଛନ୍ତି ।

ଶୁକ୍ରବାର ଜାରି କରାଯାଇଥିବା ଏକ ବିବୃତ୍ତିରେ ଆରବିଆଇ କହିଥିଲା ଯେ କିଛି ଗଣମାଧ୍ୟମ ରିପୋର୍ଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସରାକାରୀ ବ୍ୟାଙ୍କଗୁଡିକର ଘରୋଇକରଣ ବିରୋଧରେ ବୋଲି କୁହାଯାଇଛି। ଏହି ଗଣମାଧ୍ୟମ ରିପୋର୍ଟରେ, ଆରବିଆଇ ବୁଲେଟିନର ଅଗଷ୍ଟ 2022 ର ଏକ ଆର୍ଟିକିଲକୁ ଉଲ୍ଲେଖ କରିବାବେଳେ ଏହା କୁହାଯାଇଛି । ପବ୍ଲିକ୍ ସେକ୍ଟର ବ୍ୟାଙ୍କଗୁଡିକର ଘରୋଇକରଣ ଏକ ବିକଳ୍ପ ଦୃଷ୍ଟିକୋଣ ନାମକ ଏହି ଆର୍ଟିକିଲ୍ ଆରବିଆଇ ଅନୁସନ୍ଧାନକାରୀଙ୍କ ଦ୍ୱାରା ଲେଖାଯାଇଥିଲା ।

ରିଜର୍ଭ ବ୍ୟାଙ୍କ ଅନୁଯାୟୀ ଲେଖକଙ୍କ ଏହା ବ୍ୟକ୍ତିଗତ ମତ । ଏହାକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ମତ ବୋଲି ଧରାଯାଇପାରିବ ନାହିଁ । ସେହି ଆର୍ଟିକିଲରେ ମଧ୍ୟ ଏହା ସ୍ପଷ୍ଟ ଭାବରେ ଦର୍ଶାଯାଇଛି ।

Repo Rate Hike:ପୁଣି ରେପୋ ରେଟ ବଢାଇଲା ରିଜର୍ଭ ବ୍ୟାଙ୍କ

Repo Rate hike: ଆଉ 50 ବେସିସ ପଏଣ୍ଟ ରେପୋ ଦର ବଢାଇଲା RBI

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments