1. କୃଷି ଖବର

Repo Rate Hike:ପୁଣି ରେପୋ ରେଟ ବଢାଇଲା ରିଜର୍ଭ ବ୍ୟାଙ୍କ

ବର୍ତ୍ତମାନ ରେପୋ ରେଟ 0.50 ପ୍ରତିଶତ ବୃଦ୍ଧି ହୋଇ 4.90 ପ୍ରତିଶତ ହୋଇଯାଇଛି । ଗତ 1 ମାସ ମଧ୍ୟରେ ରେପୋ ରେଟରେ ଏହା ଦ୍ବିତୀୟ ଥର ବୃଦ୍ଧି ହୋଇଛି ।

Shuvanshu Kar
Shuvanshu Kar
RBI raises repo rate by 50bps to 4.90%

RBI raises repo rate by 50bps to 4.90%

ଦୀର୍ଘ ଦିନରୁ ଆକାଶ ଛୁଆଁ ଦରଦାମ(Inflation) କାରଣରୁ ପୁଣି ଥରେ ରେପୋ ରେଟ ବଢାଇବାକୁ ଘୋଷଣା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ବର୍ତ୍ତମାନ ରେପୋ ରେଟ(Repo Rate Hike) 0.50 ପ୍ରତିଶତ ବୃଦ୍ଧି ହୋଇ 4.90 ପ୍ରତିଶତ ହୋଇଯାଇଛି । ଗତ 1 ମାସ ମଧ୍ୟରେ ରେପୋ ରେଟରେ ଏହା ଦ୍ବିତୀୟ ଥର ବୃଦ୍ଧି ହୋଇଛି ।

ମୁଦ୍ରାନୀତି ସମିତିର ବୈଠକ(RBI MPC June Meet) ପରେ ବୁଧବାର ରେପୋ ରେଟରେ ବୃଦ୍ଧି ନେଇ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ(RBI Governor Shaktikanta Das) । ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମିତିର ଏହି ସୋମବାରରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି । ଏହା ଚଳିତ ଆର୍ଥିକ ବର୍ଷରେ ଆରବିଆଇ ଏମପିସିର ତୃତୀୟ ବୈଠକ ଥିଲା । ବୈଠକରେ 5 ଜଣ ସଦସ୍ୟ ଗଭର୍ଣ୍ଣର ଦାସଙ୍କ ନେତୃତ୍ବରେ ଦରଦାମ ବୃଦ୍ଧି ଓ ଆର୍ଥିକ ଅଭିବୃଦ୍ଧି ଉପରେ ବିଚାର ବିମର୍ଶ କରିଛନ୍ତି ।

ବେକାବୁ ଦରଦାମକୁ ଦୃଷ୍ଟିରେ ରଖି ରେପୋ ରେଟ ବଢାଇବା ବ୍ୟତିତ ଆଉ କୌଣସି ବିକଳ୍ପ ନଥିବା କମିଟିର ସଦସ୍ୟମାନେ ସହମତି ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ଦୀର୍ଘ ଦିନ ପରେ ଗତ ମାସ ରେପୋ ରେଟ ବୃଦ୍ଧି କରିବା ନେଇ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଗଭର୍ଣ୍ଣର ଅଚାନକ ହୋଇଥିବା ଜରୁରୀ ବୈଠକ ପରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥଇରେ ରେପୋ ରେଟ 0.40 ପ୍ରତିଶତ ବୃଦ୍ଧି ନେଇ ନିଷ୍ପତ୍ତି ନେଇଥିଲେ । ଏହି ବୈଠକରେ ଏମପିସି ସଦସ୍ୟଙ୍କ ସମତିରେ ରେପୋ ରେଟକୁ 0.40 ପ୍ରତିଶତ ବୃଦ୍ଧି କରିବାର ନିଷ୍ପତ୍ତି ନିଆଯାଇଥିଲା । ଏହା ବ୍ୟତିତ ରିଜର୍ଭ ବ୍ୟାଙ୍କ ମେ ମାସରେ ରେପୋ ରେଟ କ୍ୟାଶ ରିଜର୍ଭ ରେସିଓକୁ ମଧ୍ୟ 0.50 ପ୍ରତିଶତ ବୃଦ୍ଧି କରିବା ନେଇ ନିଷ୍ପତ୍ତି ନେଇଥିଲା । ହେଲେ ଆକୋମୋଡେଟିଭ ମନିଟାରୀ ପଲିସି ଷ୍ଟାନ୍ସ ପୂର୍ବ ଭଳି ରହିଥିଲା ।

ସରକାରଙ୍କ ରିପୋର୍ଟ ଅନୁଯାୟୀ ଏପ୍ରିଲ 2022ରେ ଖୁଚୁରା ଦର 7.8 ପ୍ରତିଶତ ରହିଥିଲା । ସେହିପରି ଏପ୍ରିଲ 2022ରେ ହୋଲସେଲ ଦରରେ ବୃଦ୍ଧି ଘଟି 15.08 ପ୍ରତିଶତରେ ପହଞ୍ଚିଥିଲା । ଯହା ଡିସେମ୍ବର 1998 ପରେ ସବୁଠୁ ଅଧିକ ରହିଛି । ଏପ୍ରିଲ ମାସରେ ରେକର୍ଡ ଦରବୃଦ୍ଧିର କାରଣ ରହିଥିଲା ଖାଦ୍ୟ ଓ ତୈଳର ଆକାଶ ଛୁଆଁ ଦର ।

ସବୁ ଜିଲ୍ଲାରେ ଆୟୋଜିତ ହେବ ଋଣ ସମ୍ପର୍କ କାର୍ଯ୍ୟକ୍ରମ

ଟମାଟୋ ବଜାରରେ ନିଆଁ, 100 ଛୁଇଁଲା ଦର

ଖାଦ୍ୟ ଦରବୃଦ୍ଧିର କଥା ଯଦି କହିବା ତେବେ ମାର୍ଚ୍ଚରେ 7.68 ପ୍ରତିଶତରୁ ଲମ୍ଫମାରି ଏହା 8.38 ପ୍ରତିଶତରେ ପହଞ୍ଚିଯାଇଥିଲା । ତେବେ ମେ ମାସରେ ଦରବୃଦ୍ଧିର ରିପୋର୍ଟ ଜାରି ହୋଇନାହିଁ । ହେଲେ ଗତ ଦିନଗୁଡିକରେ ଟମାଟୋର ଦର ଯେଭଳି ଭାବରେ ବଢିଥିଲା, ସେଥିରୁ ଦର ବୃଦ୍ଧି ଅଧିକ ରହିବା ନେଇ ପୂର୍ବାନୁମାନ କରାଯାଉଥିଲା । ଅନ୍ୟପକ୍ଷେ ସରକାର ପେଟ୍ରୋଲ ଓ ଡିଜେଲରେ ଟ୍ୟାକ୍ସ କମ କରିବା, ଅଶୌଧିତ ସୋୟାବିନ ଓ ସୁର୍ଯ୍ୟମୁଖୀ ତେଲରୁ ଆମଦାନୀ ଶୁଳ୍କ ହଟାଇବା ଭଳି ପଦକ୍ଷେପ ନେଇଥିଲେ । ସରକାରଙ୍କ ଏହି ପ୍ରୟାସ ଦର ବୃଦ୍ଧିରେ କିଛିଟା ଲଗାମ ଲଗାଇପାରେ ବୋଲି ଆଶା କରାଯାଉଛି ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments