1. କୃଷି ଖବର

ପାକିସ୍ତାନ ର ଦୃଢ ନିଷ୍ପତି

ରଦ୍ଧ ହେଲା ବାଣିଜ୍ୟ ସମ୍ପର୍କ : -କାଶ୍ମୀର ପ୍ରସଙ୍ଗ ରେ ଇମ୍ରାନ ଗଢିଲେ ୭ ଜଣିଆ କମିଟି -କୂଟନୈତିକ ସମ୍ପର୍କ କମାଇବା ,ଉଚ୍ଚାୟୁକ୍ତଙ୍କୁ ଫେରାଇଦେବ -ବନ୍ଦହେଲା ୩ ଆକାଶପଥ

KJ Staff
KJ Staff

ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ଭାରତ ସରକାରଙ୍କ ପଦକ୍ଷେପ ର ମୁକାବିଲା ପାଇଁ ପାକିସ୍ତାନ ସରକାର ବଡ ନିଷ୍ପତି ନେଇଛନ୍ତି |ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାଁ ବୁଧବାର ଜାତୀୟ ସୁରକ୍ଷା କମିଟି ବୈଠକ ଡକାଇ କାଶ୍ମୀର ପ୍ରସଙ୍ଗ ୭ ଜଣିଆ ଉଚ୍ଚସ୍ଥରୀୟ କମିଟି ଗଠନ କରିବା ସହ ଭାରତ ସହିତ ଦ୍ୱିପାକ୍ଷିକ କୂଟନୈତିକ ସମ୍ପର୍କ ହ୍ରାସ କରିବାକୁ ନିଷ୍ପତି ନେଇଛନ୍ତି |ଏଥିସହ ବାଣିଜ୍ୟ ସମ୍ପର୍କ ରଦ୍ଧ କରିବା ସାଙ୍ଗରେ ୯ ଟି ରୁ ୩ ଟି ଆକାଶ ପଥକୁ ମଧ୍ୟ ବନ୍ଦ କରାଯାଇଛି |

ଏହି ପରିପ୍ରେକ୍ଷୀ ରେ ଇସ୍ଲାମଵାଦ ରେ ଅବସ୍ଥାପିତ ଭାରତୀୟ ଉଚ୍ଛଯୁକ୍ତ ଅଜୟ ବିସାରିଆ ଙ୍କୁ ପାକିସ୍ତାନ ଚଡି ଚାଲିଯିବା ପାଇଁ କୁହାଯାଇଛି |ସେହିପରି ନୂଆଦିଲ୍ଲୀ ରେ ନବନିଯୁକ୍ତି ପାକିସ୍ଥାନୀ ଉଚ୍ଚାୟୁକ୍ତ ମୁନିନୁଲ ହକ ଙ୍କୁ କାର୍ଯ୍ୟରେ ଯୋଗଦେବାରୁ ବାରଣ କରାଯାଇଛି |

ଚଳିତ ବର୍ଷ ପୁଲୱାମା ଘଟଣା ପରେ ଭାରତ ସରକାର ପାକିସ୍ଥାନକୁ ପ୍ରାଦନ କରିଥିବା "ସର୍ବାଧିକ ଅନୁଗ୍ରହିତା ରାଷ୍ଟ୍ର "ର ମର୍ଯ୍ୟାଦା ପ୍ରତ୍ୟାହାର କରାଇନେଇଥିଲା |ଏହା ବ୍ୟତୀତ ପାକିସ୍ତାନ ରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଭାରତ ୨୦୦ % ଆମଦାନୀ ଶୁଳ୍କ ଧାର୍ଯ୍ୟ କରିଥିଲା |ସେବେଠାରୁ ପାକିସ୍ତାନୀ ବ୍ୟପାରୀ ଓ ବିଭିନ୍ନ କମ୍ପାନୀ କ୍ଷେତି ସହି ଆସୁଥିଲେ |

ସମ୍ପ୍ରତି ପାକିସ୍ତାନର ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ହୋଇ ପଡିଛି |ତେଣୁ ଭାରତ ସହ ଵାଣିଜ୍ୟକ ସମ୍ପର୍କ ଛିନ୍ନ କରିବା ପାକିସ୍ତାନ ଲାଗି ନିଜ ଗୋଡ଼ରେ କୁରାଢ଼ୀ ମାରିବା ସଦୃଶ ହୋଇଯିବ ବୋଲି "ଫେଡେରେସନ ଅଫ ଇଣ୍ଡିଆ ଏକ୍ସପୋର୍ଟ ଅର୍ଗାନାଇଜେସନ ର ମହାନିର୍ଦେଶକ ଅଜୟ ସହାଇ କହିଛନ୍ତି |ଭାରତ ଉପରେ ଏହାର ୦.୧% ର ପ୍ରଭାବ ପଡିବ ନାହିଁ ବୋଲି ଅର୍ଥନୀତିଜ୍ଞନ ମାନେ ସ୍ପଷ୍ଟ କରିଛନ୍ତି |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments