1. କୃଷି ଖବର

ଚିନ୍ତାରେ ପାକିସ୍ତାନ!

ଚିନ୍ତାରେ ପାକିସ୍ତାନ!

KJ Staff
KJ Staff


ପାକିସ୍ତାନ ର ଅର୍ଥନୀତି ଭୁଶୁଡିବାରେ ଲାଗିଛି |ଜିଡିପି (ଉତ୍ପାଦ )ସବୁଠାରୁ ସର୍ବନିମ୍ନ ଥିବାରୁ ଏବେ ବିଶ୍ୱ ବ୍ୟାଙ୍କ ଏବଂ ଅନ୍ତର୍ଜାତିଆ ମୁଦ୍ରା ପାଣ୍ଠି ସଂସ୍ଥା ପାକିସ୍ଥାନ କୁ ଋଣ ଦେଉ ନାହାନ୍ତି |ଫଳରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ଚଢା ଦର ରେ ବଜାରରେ ବିକ୍ରି ହେଉଛି |
ନୂଆ ପାକିସ୍ତାନ ଗଠନ ର ନାରା ଦେଇ କ୍ଷମତା କୁ ଆସିଥିବା ଇମ୍ରାନ ଖାଁ ଦେଶର ଅର୍ଥନୀତି କୁ ସଜାଡିବାରେ ଲାଗିଛନ୍ତି |ଏଥିପାଇଁ ସେ ସରକାରୀ ଖର୍ଚ କାଟ କରିବା ଆରମ୍ଭ ମଧ୍ୟ କରିଥିଲେ ଏବଂ ଚୀନକୁ ଗଧ ବିକ୍ରି କରି କିଛି ଟଙ୍କା ମଧ୍ୟ ଅର୍ଜନ କରିଥିଲେ |ବିଶ୍ୱ ବ୍ୟାଙ୍କ ୨୦୧୮ ରିପୋର୍ଟ ଅନୁଯାୟୀ ଭାରତ ର ଜିଡିପି ୨୦୮୮ ବିଲିଅନ ଆମେରିକୀୟ ଡଲାର ଥିଲାବେଳେ ପାକିସ୍ଥାନର ମାତ୍ର ୨୭୩ ବିଲିଅନ ଡଲାର ରହିଛି |

ଏବେ ଏକ ଆମେରିକୀୟ ଡଲାର =୧୫୯.୯୪ ପାକିସ୍ଥାନୀ ରୁପି |ସେହିପରି ଭାରତ ର ୧ ଟଙ୍କା ପାକିସ୍ତାନ ର ୨ ଟଙ୍କା ୩୨ ପଇସା ସହ ସମାନ |
ତେବେ ଭାରତ କୁ ଆକାଶ ମାର୍ଗ କଟକଣା ପରେ ପାକିସ୍ଥାନ ହରାଇଛି ୮୫୦ କୋଟି |ଦେଶର ର ଆର୍ଥିକ ସ୍ଥିତି ପରିବର୍ତନ ଲାଗି ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ |ପ୍ରଥମେ ସେ ଅବ୍ୟବହୃତ ସରକାରୀ ବଙ୍ଗଳା ,ଆଦି ନିଲାମ ଡାକି କିଛି ଟଙ୍କା ଯୋଗାଡ କରିଥିଲେ |ପରବର୍ତୀ ସମୟରେ ଚୀନକୁ ଗଧ ବିକ୍ରି କରି ଆଉ କିଛି ଅର୍ଥ ଉପାର୍ଜନ କରିଥିଲେ |ଗଧ ଚମଡ଼ାରୁ ଏକ ପ୍ରକାର ଔଷଧ ତିଆରି ହୋଇଥାଏ ବୋଲି ପ୍ରକାଶ |ଅନ୍ୟପକ୍ଷେ ଦେଶର ଘରୋଇ ଉତ୍ପାଦ ହ୍ରାସ ପାଉଥିବାରୁ କୌଣସି ଅନ୍ତର୍ଜାତୀୟ ବ୍ୟାଙ୍କ ବା ସଂସ୍ଥା ପାକିସ୍ଥାନ କୁ ଋଣ ଦେବାକୁ ଉଚିତ ମନେ କରୁ ନାହିଁ |ତେବେ ଟ୍ରମ୍ପ ସରକାର ମଧ୍ୟ ଏହାକୁ ବନ୍ଦ କରିଦେବା ପରେ ପାକିସ୍ଥାନ ଏବେ ଘୋର ଆର୍ଥିକ ସଙ୍କଟ ରେ ଗତି କରୁଛି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments