1. କୃଷି ଖବର

ପାକିସ୍ତାନ ଖାଉଛି ଝୀଂଟିକା ବିରିୟାନୀ ..

ପାକିସ୍ତାନ ଖାଉଛି ଝୀଂଟିକା ବିରିୟାନୀ ..

KJ Staff
KJ Staff

ଅତ୍ୟଧିକ ଝୀଂଟିକା ଆକ୍ରମଣ ର ସହଜ ଉପାୟ
ମନ୍ତ୍ରୀ କହିଲେ "ବିରିୟାନୀ କରି ଖାଇ ହେବ "

ଅତ୍ୟଧିକ ଝୀଂଟିକା ଦାଉ ରେ ଏବେ ପାକିସ୍ତାନ ର କରାଚୀ ସହର |ଲକ୍ଷାଧିକ  ଝୀଂଟିକା ଅକସ୍ମାତ ଭାବେ କରାଚୀ ରେ ଉନ୍ମୁକ୍ତ ଭାବେ ଉଡିବାର ଦେଖିବାକୁ ମିଳିଛି |ଦେଖନ୍ତୁ ଏହାର କିଛି ଝଲକ ..|କେଉଁଟି ଚାଷ ଜମି ଉପରେ ତା କେଉଁଠି ଖୋଲା ଆକାଶ ରେ ଉଡୁଛନ୍ତି ଝୀଂଟିକା ଦଳ |

ତେବେ ଏହାର ନିୟନ୍ତ୍ରଣ ଲାଗି ଉପଯୁକ୍ତ ବିଭିନ୍ନ ଉପଚାର କୁ ଆଡେଇ ଦେଇ ମନ୍ତ୍ରୀ ଇସ୍ମାଇଲ ରାହୋ ଏକ ହାସ୍ୟାସ୍ପଦ ଉପଚାର ର ମନ୍ତବ୍ୟ ଦେଇଛନ୍ତି |ଏହି ଝୀଂଟିକା ଦଳ ର ସଂଖ୍ୟା ନିୟନ୍ତ୍ରଣ କରିବାକୁ ସେ କହିଥିଲେ ," ବିରିୟାନୀ ବନାକେ ଖା ସକତେ ହେଁ" ଅର୍ଥାତ ,"ଏହି ଝୀଂଟିକା କୁ ବିରିୟାନୀ କରି ଖାଇବାକୁ ଉପଦେଶ ଦେଇଥିଲା ସିନ୍ଧ ର କୃଷି ମନ୍ତ୍ରୀ  |

ଏହାକୁ ବିରିୟାନୀ ଭାବେ ,କଢାଇ  ଭାବେ ଅଥବା ବାରବେକ୍ୟୁ  ଭାବେ ପୋଡି ଖାଇପାରିବେ ବୋଲି ସେ କହିଥିଲେ |

ସୋସିଆଲ ମେଡିଆ ରେ ଭାଇରାଲ ହୋଇଥିବା ଏକ ଭିଡିଓ ରେ ମନ୍ତ୍ରୀ ଏହିପରି ଏକ ମନ୍ତବ୍ୟ ଦେବାର ଦେଖିବାକୁ ମିଳିଛି |ଏଥିରେ ସେ ସ୍ପଷ୍ଟ କରିଥିଲେ ଯେ ଏହିପରି ବିଭିନ୍ନ ଭୋଜନ ପୂର୍ବରୁ ମଧ୍ୟ ଏଠାରେ ପ୍ରଚଳିତ ତେବେ ଏହାକୁ  ମଧ୍ୟ ବିଭିନ୍ନ ବ୍ୟଞ୍ଜନ ଭାବେ ପ୍ରସ୍ତୁତ କରାଯାଇପାରିବ |

ପୁନଃ ପ୍ରଶ୍ନ କରାଯିବାରୁ ସେ କହିଥିଲେ ଯେ ଏହି ଝୀଂଟିକା ସହର ବାସିନ୍ଦା ଙ୍କ ଲାଗି କୌଣସି ଆତଙ୍କ ର ପ୍ରତୀକ ନୁହେଁ ବୋଲି ସେ ସ୍ପଷ୍ଟ କରିଥିଲେ |

ଏକ ରିପୋର୍ଟ ଅନୁଯାୟୀ ପାକିସ୍ତାନ ର ଫସଲ ସୁରକ୍ଷା ବିଭାଗ କହିଛି ଯେ ଏହି ଅତ୍ୟଧିକ ଝୀଂଟିକା ମାନେ ବାଲୁଚିସ୍ତାନ କୁ ଗ୍ରୀଷ୍ମ ଦାଉ ରୁ ରକ୍ଷା ପାଇବାକୁ ଉଡିଯାନ୍ତି ତେଣୁ ଏହା କରାଚୀ ର ନିକଟବର୍ତୀ ଅଂଚଳରେ ବେଶ ଅଧିକ ଦେଖିବାକୁ ମିଳିଛି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments