1. କୃଷି ଖବର

ବ୍ୟବସାୟିକ ଭିତ୍ତିରେ କରନ୍ତୁ ପାଳଙ୍ଗ ଶାଗ ଚାଷ , ମିଳିବ ଅନେକ ଫାଇଦା

ଶାଗ ଏକ ରୁଚିକର ଖାଦ୍ୟ । ଶାଗରେ ବିଭିନ୍ନ ପ୍ରକାରର ଧାତବ ଲବଣ ଥିବାରୁ ତାହା ସ୍ଵାସ୍ଥ୍ୟ ପକ୍ଷେ ଖୁବ୍ ଉପକାରୀ । ପ୍ରତିଦିନ ଆବଶ୍ୟକ ପରିମାଣରେ ଶାଗ ଖାଇଲେ ଝାଡ଼ା ପରିଷ୍କାର ହୁଏ । ଅନେକ ସବୁଜ ଶାଗରେ କ୍ୟାରୋଟିନ୍‌ ଥାଏ । ଯାହାକି ଦେହ ଭିତରେ ଭିଟାମିନ ଏ ରେ ପରିଣତ ହୋଇଥାଏ । ବୈଜ୍ଞାନିକମାନଙ୍କ ମତରେ ଶାଗରେ ଭିଟାମିନ୍ ଏ, ବି, ସି, କେ, ଚୂନ, ଲୌହ, ପଟାସ, ଫସ୍‌ଫରସ୍ ପ୍ରଭୃତି ଧାତବ ଲବଣ ମଧ୍ୟ ରହି ଥାଏ ।

Sudesna Nayak
Sudesna Nayak
Palak Spinach Farming in Odisha for profit

Palak Spinach Farming in Odisha for profit

ଶାଗ ଏକ ରୁଚିକର ଖାଦ୍ୟ । ଶାଗରେ ବିଭିନ୍ନ ପ୍ରକାରର ଧାତବ ଲବଣ ଥିବାରୁ ତାହା ସ୍ଵାସ୍ଥ୍ୟ ପକ୍ଷେ ଖୁବ୍ ଉପକାରୀ । ପ୍ରତିଦିନ ଆବଶ୍ୟକ ପରିମାଣରେ ଶାଗ ଖାଇଲେ ଝାଡ଼ା ପରିଷ୍କାର ହୁଏ । ଅନେକ ସବୁଜ ଶାଗରେ କ୍ୟାରୋଟିନ୍‌ ଥାଏ । ଯାହାକି ଦେହ ଭିତରେ ଭିଟାମିନ ଏ ରେ ପରିଣତ ହୋଇଥାଏ । ବୈଜ୍ଞାନିକମାନଙ୍କ ମତରେ ଶାଗରେ ଭିଟାମିନ୍ ଏ, ବି, ସି, କେ, ଚୂନ, ଲୌହ, ପଟାସ, ଫସ୍‌ଫରସ୍ ପ୍ରଭୃତି ଧାତବ ଲବଣ ମଧ୍ୟ ରହି ଥାଏ ।

ଶାଗ ଫସଲକୁ ଅମଳ ପରେ ପରେ ଖାଦ୍ୟ ପାଇଁ ବ୍ୟବହାର କରିବା ଉଚିତ୍ । ପ୍ରତ୍ୟେକ ଲୋକ ପ୍ରତିଦିନ କିଛି ନା କିଛି ଶାଗ ଖାଇବା ଉଚିତ୍ ।

ଆମ ରାଜ୍ୟରେ ଖଡ଼ା, କୋଶଳା, ଲେଉଟିଆ, ବଥୁଆ, ପୋଇ, ମେଥି ପ୍ରଭୃତି ଶାଗଚାଷ କରାଯାଇଥାଏ । ଖରାଦିନେ ଖଡ଼ା, ଲେଉଟିଆ, ପୋଇ ଓ ଶୀତଦିନେ କୋଶଳା, ବଥୁଆ, ପାଳଙ୍ଗ ମୁଖ୍ୟତଃ ଚାଷ ହୋଇଥାଏ ।

ପାଳଙ୍ଗ ଗୋଟିଏ ଶୀତଦିନିଆ ଫସଲ । ଆମ ରାଜ୍ୟରେ ସେପ୍ଟେମ୍ବର-ନଭେମ୍ବର ଏବଂ ଫେବୃୟାରୀ-ମାର୍ଚ୍ଚ ମାସରେ ଏହା ଲଗାଯାଇପାରେ । ଉତ୍ତାପ ବଢ଼ିଗଲେ ଫୁଲ ଶୀଘ୍ର ଆସି ଅମଳ କମିଯାଏ । ଅନେକ ପ୍ରକାର ମାଟିରେ ପାଳଙ୍ଗ ଚାଷ କରୁଥିଲେ ମଧ୍ୟ ନିଗିଡ଼ା , ଉର୍ବର , ବାଲିଦୋରସା ଏବଂ ଅମ୍ଳତା ୭.୦-୭.୫ ଥିବା ମାଟିରେ ଅଧିକ ଅମଳ ହୋଇଥାଏ । ତେଣୁ ବ୍ୟବସାୟିକ ଭିତ୍ତିରେ କରନ୍ତୁ ପାଳଙ୍ଗ ଶାଗ  ମିଳିବ ଅନେକ ଫାଇଦା । ଜମିକୁ ୩-୪ ଓଡ଼ ଗୁଣ୍ଡ ଚାଷ କରି ଏକର ପ୍ରତି ୧୦-୧୫ ଟନ୍ କମ୍ପୋଷ୍ଟ ମିଶାଇ ପଟାଳିରେ ଭଙ୍ଗାଯାଏ । ପଟାଳିକୁ ଜଳସେଚନ  କରି ମୂଳସାର ମିଶାଇ ୨୦ ସେ.ମି. ବ୍ୟବଧାନରେ ଗାରଟାଣି ୨-୩ ସେ.ମି ଗଭୀରରେ ମଞ୍ଜି ପୋତାଯାଏ । ୧୦ ଦିନ ମଧ୍ୟରେ ମଞ୍ଜିରୁ ଗଜା ବାହାରେ ।

ପାଳଙ୍ଗ ଶାଗ ଏକ ଏପରି ସବୁଜ ପରିବା ଯାହାକୁ ଆମ ସହଜରେ ବଜାରରେ ପାଇଥାଉ । ଆମେ ଏହାକୁ ଶାଗ, ତରକାରି, ସୁପ ଏବଂ ଜୁସ ଭାବରେ ପିଇବା ପାଇଁ ବ୍ୟବହାର କରିଥାଉ । ଏଥିରେ ଥିବା ଭିଟାମିନ ଏବଂ ମିନେରାଲ୍ସ ଆପଣଙ୍କ ଶରୀରକୁ ପ୍ରାୟ ସମସ୍ତ ପୋଷକ ତତ୍ତ୍ୱ ଯୋଗାଇବାରେ ସକ୍ଷମ ବୋଲି ବିବେଚନା କରାଯାଏ । ବୈଜ୍ଞାନିକ ଏବଂ ଡାକ୍ତରମାନେ ବିଶ୍ବାସ କରନ୍ତି ଯେ, ସକାଳେ ପାଳଙ୍ଗ ରସ ପିଇବା ଦ୍ୱାରା ଆପଣଙ୍କ ଶରୀରରେ ଅନେକ ପରିବର୍ତ୍ତନ ଆସିବ ଯେଉଁଥିପାଇଁ ଆପଣ ସୁସ୍ଥ ରହିପାରିବେ ।

ପାଳଙ୍ଗ ଶାଗରେ ନିହିତ ଥିବା ଲୁଟେଇନ୍ ଏବଂ ଜିକ୍ସାନ୍ଥିନ ପୋଷକତତ୍ତ୍ୱ ଆଖି ସୁରକ୍ଷାରେ ଢାଲର ଭୂମିକା ତୁଲାଇଥାଏ । ଏଥିର ପ୍ରଚୁର ପରିମାଣରେ ଭିଟାମିନ୍ କେ ରହିଛି ।

ପାଳଙ୍ଗ ଶାଗରେ ଥିବା ଭିଟାମିନ୍-ସି, ଇ, କେ ଆଦି ପୋଷକତତ୍ତ୍ୱ ଚର୍ମର ଔଜ୍ଜଲ୍ୟତା ବଜାୟ ରଖିବାରେ ସାହାଯ୍ୟ କରେ । ଏଥିରେ ଭିଟାମିନ୍ ଏ ଏବଂ ଲୌହର ଉପସ୍ଥିତି ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ରକ୍ତହୀନତାରୁ ଦୂରେଇ ରଖେ ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments