1. କୃଷି ଖବର

ଦେଶର ଖ୍ୟାତିସମ୍ପନ୍ନ କୋଟିପତି ବ୍ୟବସାୟୀଙ୍କ ପରଲୋକ

ସୋମବାର ବିଳମ୍ବିତ ରାତିରେ ମୁମ୍ବାଇରେ ପାଲୋନଜୀ ମିସ୍ତ୍ରୀ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 93 ବର୍ଷ ହୋଇଥିଲା ।

Shuvanshu Kar
Shuvanshu Kar
Pallonji Mistry, chairman of Shapoorji Pallonji group, passes away at 93

Pallonji Mistry, chairman of Shapoorji Pallonji group, passes away at 93

ବିଶିଷ୍ଟ ବ୍ୟବସାୟୀ ପାଲୋନଜୀ ମିସ୍ତ୍ରୀ (Pallonji Mistry)ଙ୍କ ପରଲୋକ । ଶାପୁରଜୀ ପାଲୋନଜୀ ଗ୍ରୁପର ମୁଖ୍ୟ ଥିଲେ ପାଲୋନଜୀ ମିସ୍ତ୍ରୀ । ସୋମବାର ବିଳମ୍ବିତ ରାତିରେ ମୁମ୍ବାଇରେ ପାଲୋନଜୀ ମିସ୍ତ୍ରୀ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 93 ବର୍ଷ ହୋଇଥିଲା ।

ଶାପୁରଜୀ ପାଲୋନଜୀ ଗ୍ରୁପ(Shapoorji Pallonji Group) ଦେଶର ସବୁଠୁ ପ୍ରତିଷ୍ଠିତ ବ୍ୟବସାୟୀକ ସଂସ୍ଥା ମଧ୍ୟରୁ ଗୋଟିଏ । 150 ବର୍ଷରୁ ଅଧିକ ସମୟ ଧରି ବ୍ୟବସାୟୀକ ଦୁନିଆରେ ନିଜର ପ୍ରତିଷ୍ଠା ବଜାୟ ରଖିଥିବା ଶାପୁରଜୀ ପାଲୋନଜୀ ଗ୍ରୁପର ସଫଳତାର ଶ୍ରେୟ କୋଟିପତି ପାଲୋନଜୀ ମିସ୍ତ୍ରୀଙ୍କୁ ଦିଆଯାଏ ।

ପାଲୋନଜୀ ଗ୍ରୁପର ବ୍ୟବସାୟ ନିର୍ମାଣ, ଇଞ୍ଜିନିୟରିଂ, ରିୟଲ ଇଷ୍ଟେଟ ସମେତ ଅନ୍ୟ କ୍ଷେତ୍ରରେ ପରିବ୍ୟାପ୍ତି । ସୂଚନା ଅନୁଯାୟୀ, ଶାପୁରଜୀ(Shapoorji Pallonji Group)ଗ୍ରୁପରେ 50 ହଜାର ଲୋକ କାମ କରନ୍ତି । ବିଶ୍ବର 50ଟି ଦେଶରେ ଶାପୁରଜୀ ଗ୍ରୁପର କମ୍ପାନୀ ରହିଛି ।

ପାଲୋନଜୀ ମିସ୍ତ୍ରୀ ଭାରତର ସର୍ବପୁରାତନ କୋଟିପତି ଥିଲେ । ଗୁଜୁରାଟର ଏକ ପାରସି ପରିବାରରେ ଜନ୍ମିତ ଏହି ବିଜନେସ ପର୍ସନାଲିଟିଙ୍କ ମୁମ୍ବାଇରେ ପରଲୋକ ହୋଇଛି । ବ୍ୟବସାୟ ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ପାଲୋନଜୀ ମିସ୍ତ୍ରୀ 2016 ମସିହାରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ । ପାଲୋନଜୀ ମିସ୍ତ୍ରୀଙ୍କ ପୁଅ ସାଇରସ୍ ମିସ୍ତ୍ରୀ ଟାଟା ସନ୍ସର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ ହୋଇଥିଲେ । 2012 ରୁ 2016 ମଧ୍ୟରେ ସାଇରସ୍ ମିସ୍ତ୍ରୀ ଟାଟା ସନ୍ସର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଥିଲେ । ହେଲେ ବିବାଦ ପରେ ତାଙ୍କୁ ଏହି ପଦରୁ ଇସ୍ତଫା ଦେବାକୁ ପଡିଲା ।

ଦେଶର ଖ୍ୟାତିସମ୍ପନ୍ନ କମ୍ପାନୀ ଟାଟା ସନ୍ସରେ ଶାପୁରଜୀ ପାଲୋନଜୀ ଗ୍ରୁପ୍ର 18.37 ପ୍ରତିଶତ ଶେୟର ରହିଛି । କିଛି ବର୍ଷ ପୂର୍ବେ, ପାଲୋନଜୀ ମିସ୍ତ୍ରୀଙ୍କ ପୁଅ ସାଇରସ୍ ମିସ୍ତ୍ରୀ ଟାଟା ସନ୍ସର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ ହୋଇଥିଲେ। ହେଲେ ପରେ ବିବାଦ କାରଣରୁ ତାଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ ପଡ଼ିଲା ।

ଏହି ପୁରା ବିବାଦ ପରେ ପାଲୋନଜୀ ଟାଟା ସନ୍ସରେ ନିଜର ସମସ୍ତ ଅଂଶ ବିକ୍ରି କରିବାକୁ ଚାହୁଁଥିଲେ । ସୂଚନାନୁସାରେ, ଶାପୁରଜୀ ପାଲୋନଜୀ ଗ୍ରୁପ୍ ବର୍ତ୍ତମାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। କମ୍ପାନୀ ଉପରେ ଋଣ ଭାର କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏଭଳି ପରିସ୍ଥିତିରେ କମ୍ପାନୀ ଋଣ ବୋଝରୁ ମୁକ୍ତ ହେବା ପାଇଁ ଟାଟା ସନ୍ସରେ ଥିବା ଅଂଶଧନକୁ ବିକ୍ରି କରିବାକୁ ଚାହୁଁଛି ।

କୃଷକଙ୍କ କାର୍ଯ୍ୟ ହେବ ସହଜ ; TAFE ଲଞ୍ଚ କରିଲା ନୂଆ ଟ୍ରାକ୍ଟର

ସୋନାଲିକାର ଉନ୍ନତ ଟେକ୍ନୋଲୋଜି, ଚାଷକୁ କରିବ ସହଜ

ପାଲୋନଜୀ ମିସ୍ତ୍ରୀ 1929 ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବିଷୟରେ ଏହା ଚର୍ଚ୍ଚା ହୁଏ ଯେ ସେ ହେଉଛନ୍ତି ଦୁନିଆର ସବୁଠାରୁ ବଡ ଅଜ୍ଞାତ କୋଟିପତି । ପାଲୋନଜି ମିସ୍ତ୍ରୀଙ୍କ ପାଖରେ 55 ହଜାର କୋଟି ମୂଲ୍ୟର ସମ୍ପତ୍ତି ଅଛି । ସେ ହେଉଛନ୍ତି ଦୁନିଆର 41 ତମ ଧନୀ ବ୍ୟକ୍ତି । ଏତେ ଧନସମ୍ପତ୍ତି ସତ୍ତ୍ୱେ, ତାଙ୍କୁ କୌଣସି ସାର୍ବଜନୀନ ଫୋରମରେ ଦେଖିବାକୁ ମିଳେନାହିଁ ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments