1. କୃଷି ଖବର

ମାଡିଆସୁଛି ବାତ୍ୟା ର ଭୟ .

ମାଡିଆସୁଛି ବାତ୍ୟା ର ଭୟ .

KJ Staff
KJ Staff

-ଭୟଙ୍କର ରୂପ ନେଉଛି ଫଣୀ,୨ ରୁ ବର୍ଷ
-୪୦ ଡିଗ୍ରୀ ଉପରେ ରାଜ୍ୟର ୧୪ ସହର
-ଜଳୁଛି ତାଳଚେର ,ତାପମାତ୍ରା ୪୬.୩

ଅସହ୍ୟ ତାତି ସହ ଏବେ ବାତ୍ୟା ର ଭୟ ବଢ଼ିବାରେ ଲାଗିଛି |ଅସମ୍ଭାଳ ଏବଂ ଭୟଙ୍କର ଏବେ ରାଜ୍ୟ ର ପାଣିପାଗ |ଦକ୍ଷିଣପୂର୍ବ ବଙ୍ଗୋପ ସାଗର ଓ ଏହାର ନିକଟବର୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝାଡା "ଫଣୀ "ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି |ଏହା କ୍ରମଶଃ ଭୟଙ୍କର ବାତ୍ୟା ରୂପ ନେବାରେ ଲାଗିଛି |ଓଡିଶା ଉପରେ ଫଣୀ ବାତ୍ୟା ର ପ୍ରଭାବ ଏବେ ମଧ୍ୟ ଅସ୍ପଷ୍ଟ ଥିଲା ବେଳେ ଆସନ୍ତା ମାସ ୨ ତାରିଖ ର ବର୍ଷ ର ସମ୍ଭାବନା ରହିଛି |

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଭୟଙ୍କର ବାତ୍ୟା ର ରୂପ ନେବା ସହ ୧ ତାରିଖ ସୁଦ୍ଧା ଉତ୍ତର ପୂର୍ବ ଦିଗ କୁ ଗତି କରିବାର ସମ୍ଭାବନ ରହିଛି |ବର୍ତମାନ ଏହା ଘଣ୍ଟା ପ୍ରତି ୨୭ କି.ମି ବେଗ ରେ ଆଗକୁ ବଢୁଛି |
୨ ତାରିଖ ରୁ ଦକ୍ଷିଣ ଓଡିଶା ର ବିଭିନ୍ନ ସ୍ଥାନରେ ବର୍ଷ ର ସମ୍ଭାବନ ରହିଛି |ଏହି ସମୟରେ ଓଡିଶା ଉପକୂଳ ରେ ୩୦-୪୦ କି.ମି ଏବଂ ୩ ତାରିଖ ରୁ ୬୦-୭୦ କି.ମି ବେଗ ରେ ପବନ ବହିବାର ସମ୍ଭାବନ ରହିଛି |ମତ୍ସ୍ୟଜୀବୀଙ୍କ ଲାଗି ସତର୍କତା ସୂଚନା ଜାରି କରାଯାଇଛି |

ଶନିବାର ଏହି ବର୍ଷ ସବୁଠାରୁ ଉତ୍ତପ୍ତ ସହର ଭାବେ ଟିଟଲାଗଡ ପରଦା ୪୫ ଡିଗ୍ରୀ ସେଲସିଅସ ରେ ଥିବା ବେଳେ ରବିବାର ସହରରେ ତାପମାତ୍ରା ସର୍ବାଧିକ ୪୬.୩ ରେକର୍ଡ କରଯାଇଛି |ଆଜି ୧୪ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି |ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ର ପ୍ରଭାବ ଜାରି ରହିବ |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments