1. କୃଷି ଖବର

ଲାଭଜନକ ଅମୃତଭଣ୍ଡା ଚାଷ

ଅମୃତଭଣ୍ଡା ପରିବା ଭାବରେ ଆମର ପ୍ରତିଦିନର ରୋଷେଇରେ ବ୍ୟବହାର କରାଯିବା ସଙ୍ଗେ ସଙ୍ଗେ କେତେକ ସ୍ଥଳରେ ଆମେ ପାଚିଲା ଅମୃତଭଣ୍ଡାକୁ ଫଳ ଭାବରେ ବ୍ୟବହାର କରୁ l କିନ୍ତୁ ଆମ ରାଜ୍ୟ ଓଡ଼ିଶାରେ ଉପଲବ୍ଧ ହେଉଥିବା ଅଧିକାଂଶ ଅମୃତଭଣ୍ଡା ବାହାର ରାଜ୍ୟରୁ ଆସୁଛି l ଚାଷୀଭାଇମାନେ ନିଜର ପଡ଼ିଆ ଜମିରେ ମଧ୍ୟ ଏହାକୁ ଚାଷ କରିପାରିବେ ଏବଂ ଲାଭବାନ ହୋଇପାରିବେ l ଏହା ଦ୍ୱାରା ଆମର ସ୍ଥାନୀୟ ଆବଶ୍ୟକତା ମଧ୍ୟ ପୂରଣ ହୋଇପାରିବ l ଓଡ଼ିଶାର ଚାଷୀଭାଇମାନଙ୍କ ନିମନ୍ତେ ଅମୃତଭଣ୍ଡା ଚାଷ ବିଷୟରେ କିଛି ଉପଯୋଗୀ ସୂଚନାକୁ ଏଠାରେ ଆଜି ଉପସ୍ଥାପନ କରାଯାଉଛି l

Sugyan Kumar Nayak
Sugyan Kumar Nayak
Papaya Farming

ଅମୃତଭଣ୍ଡାକୁ ଆମେ ଫଳ ଏବଂ ପରିବା ରୂପେ ବ୍ୟବହାର କରୁଛେ । ଏଥିରୁ ଖାଦ୍ୟ ପ୍ରକ୍ରିୟା କରଣରେ ଜେଲି, ଜାମ ମଧ୍ୟ ପ୍ରସ୍ତୁତ ହୋଇପାରୁଛି । ଔଷଧୀୟ ଭାବେ ଏହାକୁ ମଧ୍ୟ ବ୍ୟବହାର କରାଯାଇଥାଏ । ଅମୃତଭଣ୍ଡା ଖାଇବା ଦ୍ଵାରା କୋଷ୍ଠକାଠିନ୍ୟ ଦୂର ହୋଇଥାଏ । ଏଥିରେ ଭିଟାମିନ ସି ଓ ଏ ଭରପୁର ରହିଛି । ଏଥିପାଇଁ ମାଟିର କିସମର ଆବଶ୍ୟକତା ନାହିଁ । ସବୁ ପ୍ରକାର ମାଟିରେ ଅମୃତଭଣ୍ଡା ଚାଷ କରିହେବ ବୋଲି କୃଷି ବିଶାରଦମାନେ ପରାମର୍ଶ ଦେଇଛନ୍ତି । ବାଡ଼ି ବଗିଚା ହେଉ ବା ପଡ଼ିଆ ଜମି ସବୁ ପ୍ରକାର ଜମିରେ ଅମୃତଭଣ୍ଡା ଚାଷ ହୋଇଥାଏ । ଏହା ଦ୍ଵାରା ପରିବେଶ ସୁରକ୍ଷା ସହ ଚାହିଦା ମେଣ୍ଟାଯାଇପାରିବ ।

ଜଳବାୟୁ

ଉଷ୍ମ ଓ ଆର୍ଦ୍ର ଜଳବାୟୁ ଅମୃତଭଣ୍ଡା ଚାଷପାଇଁ ଅତ୍ୟନ୍ତ ଅନୁକୂଳ । ନିଗିଡ଼ା ଭୂମିରେ ଏହି ଚାଷ ବେଶ ଉପଯୋଗୀ । ଗଛମୂଳେ ପାଣି ଜମି ରହିଲେ ଗଛଗୁଡ଼ିକ ପଚି ନଷ୍ଟ ହୋଇଯାଇଥାଏ । ତେଣୁ ଏଥିପାଇଁ ଚାଷୀମାନେ ଧ୍ୟାନ ଦେବା ଉଚିତ । କାଣ୍ଡଶଢା ରୋଗରୁ ରକ୍ଷା କରିବା ପାଇଁ ଉଚ୍ଚ ନିଗିଡ଼ା ଦୋରସା, ପଟୁମାଟି, ବାଲିଆମାଟି ଏହି ଚାଷପାଇଁ ଉପଯୋଗୀ ।

ବିହନ

ପୁଷା ମାଜିଷ୍ଟିକ, ସୂର୍ଯ୍ୟ, ପୁଷା ଜାଏଣ୍ଟ, ପୁଷା ଡେସିସିଅସ, ହନିତ୍ୟ, କୁର୍ଗ ହନିଡ୍ୟୁ, ସନରାଇଜ ସାଲୋ, କୋଇମ୍ବାଟୁର ଓ ରାଞ୍ଚ ପ୍ରଭୃତି ଉତ୍କୃଷ୍ଣ ମାନର ବିହନ । ଏତଦବ୍ୟତୀତ ରେଡଲେଡି ଓ ଲାଲ ପୁରୀ ପ୍ରଭୃତି ଶଙ୍କର ଜାତୀୟ ।

ମଞ୍ଜି ବୁଣିବା

ଏକ ଏକର ଜମି ପାଇଁ ୨୫୦ ଗ୍ରାମ ମଞ୍ଜି ଆବଶ୍ୟକ ହୋଇଥାଏ ।

୧୦ ଫୁଟ ଲମ୍ବ ୩ଫୁଟ ପ୍ରସ୍ତୁ ଓ ୬ ଇଞ୍ଚ ଉଚ୍ଚର ତଳ ଘେରା ପ୍ରସ୍ତୁତ କରିବା ଉଚିତ ।

୨ ଇଞ୍ଚ ବ୍ୟବଧାନରେ ଧାଡ଼ିରେ ୦.୫ ଇଞ୍ଚ ଗଭୀରତାରେ ମଞ୍ଜିକୁ ପୋତିବାକୁ ହୁଏ ।

ତେବେ ମଞ୍ଜି ପୋତିବା ପୂର୍ବରୁ ସେ ରସାନ କିମ୍ବା ଥିରାମରେ ବିଶୋଧନ କରିବା ଉଚିତ । ତିନି ସପ୍ତାହ ପରେ ମଞ୍ଜି ଗଜା ହୋଇଥାଏ । ଚାରା ଦୁଇପତ୍ର  ବିଶିଷ୍ଟ ହୋଇଗଲେ ତାହାକୁ ମୂଳ ମାଟିସହ ୪ ରୁ ୬ ଇଞ୍ଚ ଆକାରର ପଲିଥିନ ମୁଣିରେ ଉଠାଇ ରଖିବାକୁ ପଡ଼ିଥାଏ । ଗଜା ୭ ରୁ ୮ଇଞ୍ଚ ହୋଇଗଲେ ପ୍ରସ୍ତୁତ ହୋଇଥିବା ଜମିରେ ଲଗାଇବାକୁ ପଡ଼େ । ତେବେ ଲଗାଇଲା ବେଳେ ମୂଳକୁ ଭରା ରଖିବା ପ୍ରତି ଚାଷୀ ଧ୍ୟାନ ଦେଇଥାଏ । ସାଧାରଣତଃ ବର୍ଷର ଫ୍ରେବୃଆରୀ ମାର୍ଚ୍ଚ କିମ୍ବା ଜୁନ ଓ ସେପ୍ଟେମ୍ବର ମାସରେ ଚାରା ରୋପଣ କରାଗଲେ ଭଲ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments