1. କୃଷି ଖବର

Petrol Price: କମିଲା ପେଟ୍ରୋଲ ରେଟ୍‌

ଗ୍ରାହକଙ୍କୁ ଟିକେ ଆଶ୍ବସ୍ତି ପ୍ରଦାନ କରିଛି l

Tanushree Mahapatra
Tanushree Mahapatra
petrol and diesel price updated, image source - pexels

petrol and diesel price updated, image source - pexels

ଗ୍ରାହକଙ୍କ ପାଇଁ ଖୁସି ଖବର! ଭୁବନେଶ୍ବରରେ ପେଟ୍ରୋଲ ଲିଟର ପ୍ରତି ୧୦୧.୩୪ ଟଙ୍କା ରହିଛି ଏବଂ ଡିଜେଲ ମୂଲ୍ୟ ୯୨.୯୧ ଟଙ୍କା ରହିଛି । ଜୁନ୍‌ ୨୫ ତାରିଖ ଅର୍ଥାତ୍ ମଙ୍ଗଳବାର ଦିନ ଭୁବନେଶ୍ବରରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି ୧୦୧.୦୫ ଟଙ୍କା ଏବଂ ଡିଜେଲ ମୂଲ୍ୟ ୯୨.୬୨ ଟଙ୍କା ରହିଥିଲା । ସେହିପରି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପ୍ରତି ୯୪.୭୨ ଟଙ୍କା ରହିଛି ଏବଂ ଡିଜେଲ ମୂଲ୍ୟ ୮୭.୬୨ ଟଙ୍କା ରହିଛି । ଯାହା ଗ୍ରାହକଙ୍କୁ ଟିକେ ଆଶ୍ବସ୍ତି ପ୍ରଦାନ କରିଛି l

ଅନ୍ୟ ସହର ଗୁଡିକ ମଧ୍ୟରେ ପ୍ରାୟତଃ ଦାମରେ କୌଣସି ପରିବର୍ତ୍ତନ ହୋଇନଥିବା ଦେଖିବାକୁ ମିଳିଛି  । ତେବେ ମୁମ୍ବାଇରେ ପେଟ୍ରୋଲ ୧୦୪.୨୧ ଟଙ୍କା ରହିଛି ଏବଂ ଡିଜେଲ ରହିଛି ୯୨.୧୫ ଟଙ୍କା । ଅନ୍ୟପଟେ କୋଲକାତାରେ ସୋମବାର ଦିନ ପେଟ୍ରୋଲ ୧୦୩.୯୪ ଟଙ୍କା ଏବଂ ଡିଜେଲ ଲିଟର ପ୍ରତି ୯୦.୭୬ ଟଙ୍କା ରହିଥିବା ଦେଖିବାକୁ ମିଳିଛି । ସେହିପରି ଚେନ୍ନାଇରେ ମଧ୍ୟ ପେଟ୍ରୋଲ ଦାମ କମିଛି । ପେଟ୍ରୋଲ ଲିଟର ପ୍ରତି ୧୦୦.୮୫ ଟଙ୍କା ରହିଥିବା ବେଳେ ଅନ୍ୟପଟେ ଡିଜେଲ ୯୨.୪୪ ଟଙ୍କା ରହିଛି । ଅନ୍ୟତମ ପ୍ରମୁଖ ସହର ବେଙ୍ଗାଲୁରୁରେ ସେହିପରି ଆଜି ପେଟ୍ରୋଲ ଦର ୧୦୨.୮୬ ଟଙ୍କା ଓ ଡିଜେଲ ଲିଟର ପ୍ରତି ୮୮.୯୪ ଟଙ୍କା ରହିଛି ।

ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ଜାଣିପାରିବେ ଯାହା ଅତି ସହଜ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ SMS। କାରଣ ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ ସେହି ଅନୁଯାୟୀ ଦର ଆପଣଙ୍କୁ SMS ମାଧ୍ୟମରେ ଜଣ ପଡ଼ିବ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟ ତରଫରୁ ଜଣାପଡ଼ିଥାଏ ।

ତେବେ ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇ ନୂତନ ଦର ଲାଗୁ ହୋଇଥାଏ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିହେବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୋଇଥାଏ । ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଅଶୋଧିତ ତୈଳ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ ।

ଅଧିକ ପଢ଼ନ୍ତୁ

Weather Update: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା

Gold Price: ଏତିକି କମିଲା ସୁନାଦର

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ