1. କୃଷି ଖବର

ନୂଆବର୍ଷ ଅବସରରେ ଭବନେଶ୍ବରେ ହ୍ରାସ ପାଇଛି ପେଟ୍ରୋଲ ଓ ଡିଜେଲ ଦର; ଜାଣନ୍ତୁ ଆଜିର ମୂଲ୍ୟ

ମନ୍ଦିର ମାଳୀନି (temple city) ସହର ଭୁବନେଶ୍ବର (Bhubaneswar) ରେ ନୂଆବର୍ଷ (new year) ରେ ପେଟ୍ରୋଲ (petrol price) ଓ ଡିଜେଲ (diesel price) ମୂଲ୍ୟ ହ୍ରାସ୍ ପାଇଛି । ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୨.୧୦ ଟଙ୍କା ରେକର୍ଡ ହୋଇଥିବାବେଳେ ଡିଜେଲ (diesel)ହାର ଆଜି (ଶନିବାର) ଲିଟର ପିଛା ୯୧.୯୧ ଟଙ୍କା ରେକର୍ଡ କରାଯାଇଛି ।

Sudesna Nayak
Sudesna Nayak
petrol and diesel prices fall on new year 2022 check price Bhubaneswar

ସୂଚନା ଅନୁଯାୟୀ, ଶୁକ୍ରବାର ଦିନ (Friday)ପେଟ୍ରୋଲ ହାର ଲିଟର ପିଛା ୧୦୨.୨୭ ଟଙ୍କା ଓ ଡିଜେଲ ହାର ୯୧.୯୧ ଟଙ୍କା ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଯଥାକ୍ରମେ ୧୭ ପଇସା ଓ ୧୫ ପଇସା ହ୍ରାସ ପାଇଛି ।

କହିବାକୁ ଗଲେ, ଚେନ୍ନାଇ, କୋଲକାତା ଓ ମୁମ୍ବାଇ ପରି ଭାରତର ପ୍ରମୁଖ ସହରରେ ପେଟ୍ରୋଲ ମୂଲ୍ୟ (petrol price) ଯଥାକ୍ରମେ ୧୦୧.୫୧, ୧୦୪.୬୭ ଟଙ୍କା ଓ ୧୦୯.୯୮ ଟଙ୍କା ରେକର୍ଡ କରାଯାଇଛି ।
ଅନ୍ୟପକ୍ଷରେ ଡିଜେଲ ମୂଲ୍ୟ (diesel price) ଚେନ୍ନାଇରେ ୯୧.୫୩ ଟଙ୍କା, କୋଲକାତାରେ ୮୯.୭୯ ଟଙ୍କା ଓ ମୁମ୍ବାଇରେ ଏହି ହାର ୯୪.୧୪ ଟଙ୍କା ରେକର୍ଡ କରାଯାଇଛି ।

ଏହି ସମୟରେ, ଜାତୀୟ ରାଜଧାନୀ ଦିଲ୍ଲୀ (Delhi)ରେ ପେଟ୍ରୋଲର ମୂଲ୍ୟ (petrol price) ଲିଟର ପିଛା ୯୫.୪୧ ଟଙ୍କା ରେକର୍ଡ ହୋଇଥିବାବେଳେ ଡିଜେଲ ଲିଟର (diesel price) ପିଛା ୮୬.୬୭ ଟଙ୍କା ରହିଛି ।

ପ୍ରକାଶ ଥାଉ କି, ଆପଣ ନିଜ ସହରର ପେଟ୍ରୋଲର ମୂଲ୍ୟ ମଧ୍ୟ ଜାଣିପାରିବେ ଓ ଆପଣମାନଙ୍କ ସହରର କୋଡ୍ ପଠାଇ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇ ପାରିବେ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ ICOL ୱେବସାଇଟରେ ପାଇପାରିବେ ।

ସୂଚନା ଥାଉ କି ଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟା ରେ ବଦଳିଥାଏ ।

ଗରିବଙ୍କୁ ଶସ୍ତାରେ ମିଳିବ ପେଟ୍ରୋଲ-ଡିଜେଲ, ୨୫ ଟଙ୍କା କମିଲା ତୈଳ ଦର

BPL କାର୍ଡଧାରୀଙ୍କୁ ୨୫ ଟଙ୍କା ଶସ୍ତାରେ ମିଳିବ ପେଟ୍ରୋଲ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments