1. କୃଷି ଖବର

ଆଜି ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର,ଜାଣନ୍ତୁ ଆହୁରି କେତେ ଟଙ୍କା ଯାଏଁ ବଢ଼ିବ

ଆଜି ବୁଧବାର ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍ । ଲିଟର ପିଛା ୭୫ ରୁ ୮୫ ପଇସା ପର୍ଯ୍ୟନ୍ତ ବଢ଼ିଛି ତେଲ ଦର ।

Sudesna Nayak
Sudesna Nayak
Petrol Diesel Price Hike in Bhubaneswar on 23 march 2022

Petrol Diesel Price Hike in Bhubaneswar on 23 march 2022

ଆଜି ବୁଧବାର (Wednesday)ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍ (Petrol Diesel Price Hike) । ଲିଟର ପିଛା ୭୫ ରୁ ୮୫ ପଇସା ପର୍ଯ୍ୟନ୍ତ ବଢ଼ିଛି ତେଲ ଦର ।

ସୂଚନା ଅନୁଯାୟୀ, ରାଜଧାନୀ ଦିଲ୍ଲୀ (Delhi)ରେ ୮୦ ଓ ମୁମ୍ବାଇ (Mumbai)ରେ ୮୫ ପଇସା ତୈଳ ଦର ବୃଦ୍ଧି ପାଇଛି । ସେହିପରି ଚେନ୍ନାଇ (Chennai) ରେ ପେଟ୍ରୋଲ ୭୫ ଓ ଡିଜେଲ୍ ୭୬ ପଇସା ବଢ଼ିଛି । କୋଲକାତାରେ ପେଟ୍ରୋଲ (Petrol)୮୩ ଓ ଡିଜେଲ୍ (Diesel)୮୦ ପଇସା ବଢ଼ିଛି ।

ଗତକାଲି ୧୩୭ ଦିନ ପରେ ପେଟ୍ରୋଲ, ଡିଜେଲ୍ ଓ ଗ୍ୟାସ ଦର ବୃଦ୍ଧି ପାଇଛି । ଗତକାଲି ପେଟ୍ରୋଲ ଓ ଡିଜେଲ ଦର ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଥିଲା ।

ଯଦି ଆମେ ଏହାକୁ ଦେଖିବା ତେବେ ହିଁ ଦେଶରେ ପେଟ୍ରୋଲ (Petrol)ଓ ଡିଜେଲ (Diesel)ର ମୂଲ୍ୟ ୧୪.୪୦ ଟଙ୍କା ବୃଦ୍ଧି ହୋଇପାରେ । ଋଷ-ୟୁକ୍ରେନ ଯୁଦ୍ଧ (Russia-Ukraine War) ଯୋଗୁଁ ସ୍ଥିତି ଆହୁରି ବିଗିଡ଼ି ଯାଇଛି ।

ଫଳରେ ଭୁବନେଶ୍ୱର (Bhubaneswar)ରେ ପେଟ୍ରୋଲ ୯୬ ପଇସା ବୃଦ୍ଧି ପାଇ ଲିଟର ପ୍ରତି ୧୦୨ ଟଙ୍କା ୭୪ ପଇସା ହୋଇଛି । ସେହିପରି ଡିଜେଲ ଦର ୯୧ ପଇସା ବୃଦ୍ଧି ପାଇ ୯୨.୫୪ ଟଙ୍କା ହୋଇଛି । ସେହିପରି କେନ୍ଦ୍ର ସରକାର (Central Govt)ଏଲ୍‌ପିଜି ସିଲିଣ୍ଡର (LPG Cylinder)ଦାମ୍‌ରେ ମଧ୍ୟ ୫୦ ଟଙ୍କା ବୃଦ୍ଧି କରିଛନ୍ତି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସହରରେ ୧୪.୨ କେଜିଆ ଏଲ୍‌ପିଜି ସିଲିଣ୍ଡର ଦାମ୍ ୧,୦୦୦ ଟଙ୍କାରୁ ଅଧିକ ହୋଇଛି ।

ପ୍ରକାଶ ଥାଉ ଯେ, ଅନ୍ତର୍ଜାତିକ ବଜାରରେ ଏବେ ଆଶୋଧିତ ତୈଳ ଦର ୧୧୩ ଡଲାର ପାଖାପାଖି ରହିଛି । ଏହା ବ୍ୟତୀତ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୭୬-୭୭ ଟଙ୍କା ସ୍ତର ରହିଛି । ଏହି କାରଣରୁ କମ୍ପାନିଗୁଡ଼ିକ ଗ୍ୟାସ ଦର ବଢ଼ାଇଛନ୍ତି । ଶେଷ ଥର ଲାଗି ୨୦୨୧ ଅକ୍ଟୋବର ୬ରେ ଏଲ୍‌ପିଜି ଦାମ୍ ବଢ଼ିଥିଲା । ତେବେ ୫ଟି ରାଜ୍ୟରେ ନିର୍ବାଚନ ହେବାକୁ ଥିବାରୁ କେବଳ ଏଲ୍‌ପିଜି ନୁହେଁ, ପେଟ୍ରୋଲ (Petrol)ଓ ଡିଜେଲ୍ (Diesel)ଦରବୃଦ୍ଧି ଉପରେ ମଧ୍ୟ ରୋକ ଲଗାଯାଇଥିଲା । ଏହି ୫ଟି ରାଜ୍ୟରେ ସରକାର ଗଠନ ପ୍ରକ୍ରିୟା ଶେଷ ହେବା ସହ ଗତକାଲି ଠାରୁ ହିଁ ତେଲ ଓ ଗ୍ୟାସ୍ ଦାମ୍ ବଢ଼ିବା ପ୍ରକ୍ରିୟା ଆରମ୍ଭ ହୋଇଛି ।

ପୁଣି ବଢ଼ିଲା ପେଟ୍ରୋଲ ଦର; ଜାଣନ୍ତୁ ଆଜି କେତେ ବଢ଼ିଲା

ଗରିବଙ୍କୁ ଶସ୍ତାରେ ମିଳିବ ପେଟ୍ରୋଲ-ଡିଜେଲ, ୨୫ ଟଙ୍କା କମିଲା ତୈଳ ଦର

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments