1. କୃଷି ଖବର

Petrol Price: ଆଜିର ପେଟ୍ରୋଲ ଡିଜେଲ ଦର

ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଚିନ୍ତା ବଢ଼ାଇ ଦେଇଛି...

Tanushree Mahapatra
Tanushree Mahapatra
petrol diesel price on 23rd march, image source - pixeles

petrol diesel price on 23rd march, image source - pixeles

ଆଜି ସାରା ଦେଶର ନୂତନ ଭାବେ ପେଟ୍ରୋଲ ଡିଜେଲ ମୂଲ୍ୟ ପ୍ରକାଶ ପାଇଛି । ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟ ସାମାନ୍ୟ ସ୍ଥିର ରହିଥିହା ଦେଖିବାକୁ ମିଳିଛି । ଆଜି ଅର୍ଥାତ ଶନିବାର ଦିନ ଦେଶର ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଚିନ୍ତା ବଢ଼ାଇ ଦେଇଛି । ଖାଦ୍ୟ ସାମଗ୍ରୀ ସହିତ ତୈଳ ଏବଂ ଇନ୍ଧନ ଦର ଚିନ୍ତା ବଢ଼ାଇଛି l

ଓଡ଼ିଶାରେ ଆଜି ପେଟ୍ରୋଲ ମୂଲ୍ୟ ୧ ଲିଟର ପିଛା  ୧୦୧.୦୬ ଟଙ୍କା ରହିଛି । ସେହିପରି ଡିଜେଲ ୧ ଲିଟର ପିଛା ୯୨.୬୪ ଟଙ୍କା ରହିଛି । ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୧ ଲିଟର ପିଛା ୯୪.୭୨ ଟଙ୍କା ରହିଥିବା ବେଳେ ଡିଜେଲ ୧ ଲିଟର ପିଛା ୮୭.୬୨ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ୧୦୪.୨୧ ଟଙ୍କା ରହିଥିବା ବେଳେ ଡିଜେଲ ୯୨.୧୫ ଟଙ୍କା ରହିଛି । ସେପଟେ ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ ୧୦୦.୮୫ ରହିଥିବା ବେଳେ ଡିଜେଲ ମୂଲ୍ୟ ୯୨.୪୩ ଟଙ୍କା ରହିଛି । ଅନ୍ୟପଟେ କୋଲକାତାରେ ପେଟ୍ରୋଲ ମୂଲ୍ୟ ୧୦୩.୯୪ ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ  ୯୦.୭୬ ଟଙ୍କା ରହିଛି ।

ଯଦି ନିଜ ସହରର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସହଜରେ ଜାଣିବାକୁ ଚାହୁଁଛନ୍ତି ତେବେ ନିମ୍ନରେ ସହଜ ଉପାୟ ଆଲୋଚନା ହୋଇଛି ଆର୍ଟିକଲ ମାଧ୍ୟମରେ । ଏଥିପାଇଁ ତୌଳ ମାର୍କେଟିଂ ଗୁଡିକର ୱେବସାଇଟକୁ ଯିବା ପାଇଁ କିମ୍ବା ଏକ SMS ପଠାଇବାକୁ ପଡିବ ଆପଣଙ୍କୁ । ଆପଣ ଜଣେ ଇଣ୍ଡିଆନ ଅଏଲ୍ ଗ୍ରାହକ ତେବେ ଆପଣ RSP ସହିତ 9224992249 ନମ୍ବରକୁ SMS ପଠାନ୍ତୁ l ଅନ୍ୟପଟେ BPCL ଗ୍ରାହକ ଯଦି ଆପଣ ତେବେ RSP ଲେଖି 9223112222 ନମ୍ବରକୁ SMS ପଠାନ୍ତୁ । ଏହାପରେ ଆପଣଙ୍କୁ SMS ମାଧ୍ୟମରେ ସମସ୍ତ ସୂଚନା ମିଳିଯିବ।

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଘଟିକାରେ ବଦଳିଥାଏ ଏବଂ ନୂଆ ଦର ଲାଗୁ ହୋଇଥାଏ । ସକାଳ ୬ ଟାରୁ ନୂତନ ଦର କାର୍ଯ୍ୟକାରୀ ହୋଇଥାଏ ଗ୍ରାହକଙ୍କ ପାଇଁ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲରଙ୍କ କମିଶନ, ଭାଟ୍ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ହେବା ପରେ ଏହାର ମୂଲ୍ୟ ଦ୍ୱିଗୁଣିତ ହୁଏ । ଏହି କାରଣରୁ ଯୋଗୁଁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପରିବର୍ତ୍ତନ ଦେଖାଯାଇଥାଏ ।

Odisha Swayam Yojana: ଏହି ଯୋଜନାରେ ସହଜରେ ମିଳିବ ଋଣ, ଦେବାକୁ ପଡ଼ିବ ନାହିଁ ସୁଧ

Tulsi Leaves: ବ୍ୟବହାର କରନ୍ତୁ ଏହି ପତ୍ର, ଦୂର ହେଉଛି ଅନେକ ରୋଗ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments