ପେଟ୍ରୋଲ (Petrol) ଓ ଡିଜେଲ (Diesel)ଦରରେ ଲାଗୁନି ବ୍ରେକ୍ । ଆଜି (ମଙ୍ଗଳବାର) ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୬ ପଇସା ଓ ଡିଜେଲ ଲିଟର ପିଛା ୭୪ ପଇସା ବୃଦ୍ଧି ପାଇଛି ।
ଭୁବନେଶ୍ୱର (BHUBANESWAR)ରେ ପେଟ୍ରୋଲ ଲିଟର ୧୦୭ଟଙ୍କା ୧୧ ଓ ଡିଜେଲ ଲିଟର ପିଛା ଦର ୯୬ ଟଙ୍କା ୮୩ ପଇସାରେ ପହଞ୍ଚିଛି । ଗତ ୮ ଦିନ ଭିତରେ ପେଟ୍ରୋଲ ଡିଜେଲ (Petrol Diesel Price) ଦର ୭ ଥର ବଢିଲାଣି ତେଲ ଦର । ତେଲ ଦର ବୃଦ୍ଧି ଯୋଗୁଁ ଅନ୍ୟାନ୍ୟ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଯାହା ସିଧାସଳଖ ଖାଉଟିଙ୍କ ପକେଟକୁ ପ୍ରଭାବିତ କରିଛି ।
ସେପଟେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ (Petrol)ଦର ଶହେ ପାର କରିଛି । ଦିଲ୍ଲୀରେ ପେଟ୍ରୋଲ୍ ଲିଟର ପିଛା ୭୬ ପଇସାରୁ ଅଧିକ ବଢିଲା । ସେହିପରି ଡିଜେଲ୍ (Diesel) ଲିଟର ପିଛା ୬୭ ପଇସାରୁ ଅଧିକ ବଢିଛି । ଦିଲ୍ଲୀରେ ପେଟ୍ରୋଲ ୧୦୦.୨୧ ଓ ଡିଜେଲ୍ ୯୧.୪୭ ଟଙ୍କା ।
ମୁମ୍ବାଇରେ ପେଟ୍ରୋଲ (Petrol)୧୧୫.୦୪ ଓ ଡିଜେଲ୍ ୯୯.୨୫ଟଙ୍କା । ଚେନ୍ନାଇରେ ପେଟ୍ରୋଲ ୧୦୫.୯୪ ଓ ଡିଜେଲ୍ (Diesel)୯୬ ଟଙ୍କା । କୋଲକାତାରେ ପେଟ୍ରୋଲ ୧୦୯.୬୮ ଓ ଡିଜେଲ୍ ୯୪.୬୨ ଟଙ୍କା ।
ପ୍ରକାଶ ଥାଉ ଯେ, ଭୁବନେଶ୍ୱର (BHUBANESWAR)ରେ ପେଟ୍ରୋଲ ଲିଟର ପିଛା ୮୬ ଓ ଡିଜେଲ ୭୪ ପଇସା ମହଙ୍ଗା । ପେଟ୍ରୋଲ ଲିଟର ୧୦୭ଟଙ୍କା ୧୧ ଓ ଡିଜେଲ ଲିଟର ପିଛା ଦର ୯୬ ଟଙ୍କା ୮୩ ପଇସା ହୋଇଛି । ଅଷ୍ଟମ ଦିନରେ ସପ୍ତମ ଥର ପାଇଁ ତେଲ ଦର ବୃଦ୍ଧି ପାଇଛି ।
ଆଜି ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର,ଜାଣନ୍ତୁ ଆହୁରି କେତେ ଟଙ୍କା ଯାଏଁ ବଢ଼ିବ
ପୁଣି ବଢ଼ିଲା ପେଟ୍ରୋଲ ଦର; ଜାଣନ୍ତୁ ଆଜି କେତେ ବଢ଼ିଲା