News

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ମୂଲ୍ୟ

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୧୨ ଜୁନ୍ ଅର୍ଥାତ ଆଜି ପାଇଁ ପ୍ରକାଶ ପାଇଛି ......

12 June, 2024 11:03 AM IST By: Tanushree Mahapatra

ଆଜି ତୈଳ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟା ସମୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଅପଡେଟ୍ କରିଥାନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୧୨ ଜୁନ୍ ଅର୍ଥାତ ଆଜି ପାଇଁ ପ୍ରକାଶ ପାଇଛି । ଯାହାଦ୍ୱାରା ଦେଶର ସମସ୍ତ ସହରରେ ସେମାନଙ୍କର ମୂଲ୍ୟ ଭିନ୍ନ ଭିନ୍ନ ରହିଥାଏ । ଆଜି ପାଇଁ ନୂଆ ଦର ଲାଗୁ ହୋଇଛି l

ତେବେ ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟ ଆଧାର କରି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସ୍ଥିର କରିଥାନ୍ତି । ତେଣୁ ଦେଶର ସମସ୍ତ ସହରରେ ସେମାନଙ୍କର ମୂଲ୍ୟ ଭିନ୍ନ ଭିନ୍ନ ରହିଥାଏ । ବାସ୍ତବରେ ସୂଚନା ଅନୁଯାୟୀ, ପେଟ୍ରୋଲ ଏବଂ ଡିଜେଲ ଡର ଉପରେ ଜିଏସଟି ପ୍ରଯୁଜ୍ୟ ହୋଇ ନଥାଏ । ରାଜ୍ୟ ସରକାର ଏହା ଉପରେ ଭ୍ୟାଟ୍ ଲାଗୁ କରିଥାନ୍ତି ।

ଭାଟ୍ ହାର ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ l ଯେଉଁଥିପାଇଁ ସମସ୍ତ ସହରରେ ଏହି ମୂଲ୍ୟ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ତେବେ ୨୦୧୭ ମସିହାଠାରୁ ପେଟ୍ରୋଲ ଏବଂ ଡିଜେଲର ହାର ପ୍ରତିଦିନ ସକାଳ ୬ଟାରେ ନୂତନ ଦର ଅପଡେଟ୍ ହୁଏ । ଆଜିଠାରୁ ଦେଶରେ ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି ।

ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହୋଈଥିବା ଦେଖିବାକୁ ମିଳୁଛି । କିଛି ସହରରେ ଦାମ ଅପରିବର୍ତ୍ତିତ ମଧ୍ୟ ରହିଥିବା ସୂଚନା ରହିଛି । ଆଉ ବାକି କିଛି ସ୍ଥାନରେ ମୂଲ୍ୟରେ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ  ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଛି l ଅନ୍ୟପଟେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୨ ଟଙ୍କା ୬୨ ପଇସା ରହିଛି ।

ଅଧିକ ପଢ଼ନ୍ତୁ

ଡାଇବେଟିସ ପାଇଁ ରାମବାଣ ବେଲ ପତ୍ର

କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନଙ୍କୁ ମିଳିଲା କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଦାୟିତ୍ୱ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)