News

ଖସିଲା ତେଲ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ

ରାଜ୍ୟରେ ସାମାନ୍ୟ ହ୍ରାସ ହୋଇଛି ପେଟ୍ରୋଲ ଦର। ବୈଶ୍ୱିକ ବଜାରରେ ଅଶୋଧିତ ତୈଳ ଦରରେ ପୁଣି ଥରେ ବୃଦ୍ଧି ଦେଖାଦେଇଛି । ସେପଟେ ଆଜି (ଶନିବାର) ଅର୍ଥାତ ଡିସେମ୍ୱର ୩୧ରେ ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି କରିଦେଇଛନ୍ତି ।

31 December, 2022 11:59 AM IST By: Priyambada Rana

ରାଜ୍ୟରେ ସାମାନ୍ୟ ହ୍ରାସ ହୋଇଛି ପେଟ୍ରୋଲ ଦର। ବୈଶ୍ୱିକ ବଜାରରେ ଅଶୋଧିତ ତୈଳ (Crude Oil) ଦରରେ ପୁଣି ଥରେ ବୃଦ୍ଧି ଦେଖାଦେଇଛି । ସେପଟେ ଆଜି (ଶନିବାର) ଅର୍ଥାତ ଡିସେମ୍ୱର ୩୧ରେ ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି କରିଦେଇଛନ୍ତି । ଦେଶରେ ୨୨୧ ଦିନ ହେବ ପେଟ୍ରୋଲ ଓ ଡିଜେଲ (Petrol-Diesel Price) ରେ କିଛି ପରିବର୍ତ୍ତନ ଘଟିନାହିଁ । ଆଜି ସକାଳେ ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ପିଛା ୮୫.୯୧ ଡଲାରକୁ ପହଞ୍ଚିଛି । ସେହିପରି ଡବ୍ଲୁଟିଆଇ ବ୍ୟାରେଲ ପିଛା ୮୦.୨୬ ଡଲାରକୁ ପହଞ୍ଚିଛି । 

ଇଣ୍ଡିଆନ ଅଏଲ କୋର୍ପୋରେଶନ (IOC) ଅନୁଯାୟୀ, ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୯୬.୭୨ ଟଙ୍କା ଓ ଗୋଟିଏ ଲିଟର ଡିଜେଲ ୮୯.୬୨ ଟଙ୍କା ରହିଛି । ସେହିପରି ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ସ୍ଥିରତା ଦେଖାଦେଇଛି । ସେପଟେ ରାଜଧାନୀ ଭୁବନେଶ୍ୱରରେ ତୈଳ ଦରରେ ହ୍ରାସ ଘଟିଛି ।

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୯୬.୭୨ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇ(Mumbai)ରେ ଲିଟର ପିଛା ୧୦୬.୩୧ ଟଙ୍କା ରହିଛି । କୋଲକାତା ଲିଟର ପିଛା ୧୦୬.୦୩ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇ(Chennai)ରେ ପେଟ୍ରୋଲ ଲିଟର ପିଛା ୧୦୨.୭୩ ଟଙ୍କା ରହିଛି । ସେହିପରି ଭୁବନେଶ୍ୱର(Bhubaneswar)ରେ ପେଟ୍ରୋଲ ଦର ୧୦୩.୧୧ ଟଙ୍କା ରହିଛି । ଗତକାଲି ଏଠାରେ ପେଟ୍ରୋଲ ଦର ୧୦୩.୧୯ ଟଙ୍କା ଥିଲା । ସେହିପରି ହାଇଦ୍ରାବାଦରେ ପେଟ୍ରୋଲ ଦର ୧୦୯.୬୬ ଟଙ୍କା ରହିଛି । ବେଙ୍ଗାଲୁରୁରେ ପେଟ୍ରୋଲ ଦର ୧୦୧.୯୪ ଟଙ୍କା ରହିଛି ।

ଆଜି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୯.୬୨ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୪.୨୭ ଟଙ୍କା ଓ କୋଲକାତାରେ ଲିଟର ପିଛା ୯୨.୭୬ ଟଙ୍କା ରହିଛି । ଚେନ୍ନାଇରେ ଆଜି ଡିଜେଲ ଲିଟର ପିଛା ୯୪.୩୩ ଟଙ୍କା ରହିଛି । ରାଜଧାନୀ ଭୁବନେଶ୍ୱରରେ ଡିଜେଲ ଦର ୯୪.୬୮ ଟଙ୍କାରେ ବିକ୍ରି ହେଉଛି । ଗତକାଲି ଡିଜେଲ ଦର ୯୪.୭୬ ଟଙ୍କା ଥିଲା । ସେପଟେ ହାଇଦ୍ରାବାଦରେ ଡିଜେଲ ମୂଲ୍ୟ ୯୭.୮୨ ଟଙ୍କା ଥିବାବେଳେ ବେଙ୍ଗାଲୁରୁରେ ୮୭.୮୯ ଟଙ୍କା ରହିଛି ।

ଆପଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ । ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଓ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ 9224992249 ନମ୍ବରକୁ ପଠାଇବାକୁ ପଡିବ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ ।

ଖୁସି ଖବର !ଏବେ ସରକାର ବାଣ୍ଟିବେ ମାଗଣା ରାସନ

ଭୟଭୀତ ଚାଷୀ, ସରିଯିବ ସାର! ସରକାର କହିଲେ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)