1. କୃଷି ଖବର

ଭୟଭୀତ ଚାଷୀ, ସରିଯିବ ସାର! ସରକାର କହିଲେ...

ଗୁଜୁରାଟରେ ସାରର ଅଭାବ ଦେଖିବାକୁ ମିଳିଛି! ପୂର୍ବରୁ ଗୁଜୁରାଟ ସରକାର ରବି ଋତୁ ଫସଲ ଓ ଗ୍ରୀଷ୍ମ ଫସଲ ପାଇଁ ୧୨.୫ ଲକ୍ଷ ମେଟ୍ରିକ ଟନ୍ ସାର ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ମାତ୍ର ଏବେ ଗଚ୍ଛିତ ସାର କମ୍ ପଡ଼ିଯିବାରୁ, ବଜାରରେ ସାରର ଅଭାବୀ ବିକ୍ରୀ ଦେଖିବାକୁ ମିଳିଛି ।

Priyambada Rana
Priyambada Rana
Gujarat govt asks farmers ‘not to hoard fertilizers’

Gujarat govt asks farmers ‘not to hoard fertilizers’

ଗୁଜୁରାଟରେ ସାରର ଅଭାବ ଦେଖିବାକୁ ମିଳିଛି! ପୂର୍ବରୁ ଗୁଜୁରାଟ ସରକାର ରବି ଋତୁ(Rabi Season) ଫସଲ ଓ ଗ୍ରୀଷ୍ମ ଫସଲ(Summer Crops) ପାଇଁ ୧୨.୫ ଲକ୍ଷ ମେଟ୍ରିକ ଟନ୍ ସାର ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ମାତ୍ର ଏବେ ଗଚ୍ଛିତ ସାର କମ୍ ପଡ଼ିଯିବାରୁ, ବଜାରରେ ସାରର ଅଭାବୀ ବିକ୍ରୀ ଦେଖିବାକୁ ମିଳିଛି । ଏଭଳି ଗୁଜବ ରାଜ୍ୟରେ ପ୍ରଚାରିତ ହେବା ପରେ ସରକାର, କୃଷକ(Farmers) ଓ ବ୍ୟବସାୟୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି । ଏ ନେଇ ରାଜ୍ୟ ସରକାର ଆବଶ୍ୟକତା ଠାରୁ ଅଧିକ ସାର ନ କିଣିବାକୁ ଚାଷୀଙ୍କୁ ଅନୁରୋଧ କରିଛନ୍ତି । ଅନାବଶ୍ୟକ ସାରର ଷ୍ଟକ ରଖି ନଷ୍ଟ ନ କରିବାକୁ ପରାମର୍ଶ ଦେଇଛନ୍ତି ସରକାର ।

ରବି ଋତୁ ଫସଲ ପାଇଁ ୨୦୨୨ ଡିସେମ୍ବର ସୁଦ୍ଧା ୭.୫ ଲକ୍ଷ ମେଟ୍ରିକ ଟନ୍ ସାରର ଆବଶ୍ୟକତା ରହିଥିଲା । ବର୍ତ୍ତମାନ ୮.୭୧ ଲକ୍ଷ ମେଟ୍ରିକ ଟନ୍ ଲପଲବ୍ଧ ଥିବା ସୂଚନା ଦେଇଛନ୍ତି ସରକାର ।ସେହିଭଳି ୧.୮ ଲକ୍ଷ ମେଟ୍ରିକ ଟନ୍ ଡି-ଆମୋନିଆ ଫସଫେଟ ବା ଡିଏପି(DAP)ର ଆବଶ୍ୟକତା ଥିବା ବେଳେ ଗଚ୍ଛିତ ଅଛି ମୋଟ ୨.୪୯ ଲକ୍ଷ ମେଟ୍ରିକ୍ ଟନ୍ । ସେପରି ୧.୮୭ ଲକ୍ଷ ମେଟ୍ରିକ ଟନ୍ ଏନପିକେର ଆବଶ୍ୟକତା ଥିବା ବେଳେ ୨.୬୬ ଲକ୍ଷ ମେଟ୍ରିକ ଟନ୍ ଉପଲବ୍ଧ ଥିବା କହିଛି କୃଷି ବିଭାଗ । ସେହିପରି ୪୬,୦୦୦ ମେଟ୍ରିକ ଟନ ଏମଓପିର ଆବଶ୍ୟକତା ଥିବା ବେଳେ ୫୦,୦୦୦ ମେଟ୍ରିକ ଟନ୍ ଷ୍ଟକ ଉପଲବ୍ଧ ଥିବା ଗୁଜରାଟ ସରକାରଙ୍କ ସହ କୃଷି ନିର୍ଦ୍ଦେଶକ ଏସ,ଜେ ସୋଲାଙ୍କି କହିଛନ୍ତି ।

ସୋଲାଙ୍କି ଆହୁରି ମଧ୍ୟ କହିଛନ୍ତି ଯେ ସାରର ଉପଲବ୍ଧତାକୁ ନେଇ ରାଜ୍ୟରେ ଏବେ ବହୁମାତ୍ରାରେ ଗୁଜବ ପ୍ରଚାରିତ ହେଉଛି । ଯାହାକି ସମ୍ପୂର୍ଣ୍ଣ ଭାବେ ମିଥ୍ୟା। ଏଭଳି ମିଥ୍ୟା ପ୍ରଚାରକୁ ସତ ମାନି ଚାଷୀ ଭୟଭୀତ ହେବା ସହ ଆଗୁଆ ସାର ଗଚ୍ଛିତ କରି ରଖିବାରେ ଲାଗିଛନ୍ତି । ତେବେ ରାଜ୍ୟରେ ପ୍ରଚୁର ପରିମାଣର ସାର ଗଚ୍ଛିତ ଅଛି ଅନାବଶ୍ୟକ ସାର ସଂରକ୍ଷଣ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ ଚାଷୀଙ୍କୁ ଅନୁରୋଧ କରିଛନ୍ତି ।ରାଜ୍ୟ ସରକାର କେନ୍ଦରୁ ରବି ଓ ଗ୍ରୀଷ୍ମ ଫସଲ ପାଇଁ ୧୨.୫ଲକ୍ଷ ମେଟ୍ରିକ ଟନ୍ ୟୁରିୟା, ୨.୫ ଲକ୍ଷ ମେଟ୍ରିକ ଟନ୍ ଡିଏପି, ୨.୮୫ ଲକ୍ଷ ମେଟ୍ରିକ ଟନ୍ ଏନପିକେ ଏବଂ ୬୦ ହଜାର ମେଟ୍ରିକ୍ ଟନ୍ ମୋପି ଷ୍ଟକ ଆଣିବାକୁ ଯାଉଛନ୍ତି । ରେଳ ପଥ ଏବଂ ସଡ଼କ ପଥ ଦେଇ ନିୟମିତ ଭାବେ ସାର ଆସୁଥିବା ସୋଲାଙ୍କି ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ସାର ବିକ୍ରି କରୁଥିବା ଖୁଚୁରା ବ୍ୟବସାୟୀମାନେ ନିଜ ବ୍ୟବସାୟ ବୃଦ୍ଧି ପାଇଁ ଚାଷୀଙ୍କୁ ଭୟଭିତ କରିବାକୁ ଚେଷ୍ଟା କରୁଛନ୍ତି ।ସେମାନେ ଗୁଜବ ଖେଳାଉଛନ୍ତି ଯେ ସରକାରଙ୍କ କୃଷି ବିଭାଗରେ ଆବଶ୍ୟକୀୟ ସାର ଶେଷ ହେବାକୁ ଲାଗିଛି ।ଯାହାକି କୃଷକଙ୍କୁ ଭୟଭୀତ କରାଇଛି । ଆଉ ଏହାର ଫାଇଦା ଉଠାଇ ଖୁଚୁରା ବ୍ୟବସାୟୀମାନେ ସରକାରୀ ଦାମରୁ ଚଢ଼ା ଦରରେ ସାର ଓ କୀଟନାଶକ ବିକ୍ରି କରି ମାଲାମାଲ ହେଉଛନ୍ତି । ତେବେ ଏଭଳି ସବୁ ଗୁଜବ ଠାରୁ ଦୂରେଇ ସତର୍କ ରହିବାକୁ ସରକାର ଚାଷୀମାନଙ୍କୁ ଅନୁରୋଧ କରିଛନ୍ତି ।

ଭଲ ଫସଲ ଉତ୍ପାଦନ ପାଇଁ ଜୈବିକ ସାରର ଆବଶ୍ୟତା !!

ଗାଜର ଘାସରୁ ଜୈବିକ ସାର ତିଆରି, ଆପଣ ଜାଣନ୍ତି କି ?

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments