1. କୃଷି ଖବର

ଆସୁଅଛି ଆଉ ଏକ ମହାବାତ୍ୟା …

ଆସୁଅଛି ଆଉ ଏକ ମହାବାତ୍ୟା …

KJ Staff
KJ Staff

ଭୟଙ୍କର ହେଉଛି "ଫଣି".
-ଗୋପାଳପୁର -ଚାନ୍ଦବାଲି ମଧ୍ୟରେ ପୁରୀ ଦେଇ ଅତିକ୍ରମ କରିବାର ସମ୍ଭାବନା
-୧୮୫ କି.ମି ଟପିବ ପବନ ବେଗ
-ଉପକୂଳ ଜିଲାରେ ପ୍ରବଳ ବର୍ଷ ଆଶଙ୍କା
-୨ ମିଟର ଉଚ୍ଚରେ ଉଠିବା ଜୁଆର
-୧୨ ଜିଲା ପ୍ରଶାସନ ସଜାଗ ନିର୍ଦେଶ


ଭୟଙ୍କର ରୂପେ ରେ ଓଡିଶା ଉପକୂଳ କୁ ମାଡି ଆସୁଛି ଫଣି |ଅତି ଭୟଙ୍କର ସାମୁଦ୍ରିକ ଝଡ ରୂପ ନେଇ ସାରିଥିବା ଫଣି ଆସନ୍ତା ମେ ୩ ତାରିଖ ଅପରାହ୍ନ ରେ ପୁରୀ ନିକଟରେ ଓଡିଶା ଉପକୂଳ ଅତିକ୍ରମ କରିବ|ଓଡିଶା ରେ ସ୍ଥଳ ଭାଗ ଛୁଇଁବା ସମୟରେ ଏହାର ବେଗ ୧୭୫ ରୁ ୧୮୫ କି.ମି ଟପିବାର ଆଶଙ୍କା ରହିଛି |

ଏପରି ବାତ୍ୟା ର ବେଗ ୨୦୦ କି.ମି ଟପିଯିବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ |
ବଙ୍ଗୋପ ସାଗର ର ଦକ୍ଷିଣ ପୂର୍ବ ରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଫଣି ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୨୨ କି .ମି ବେଗ ରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ମଙ୍ଗଳବାର ୧୧.୩୦ ଟା ସୁଦ୍ଧା ଓଡ଼ିଶାର ପୁରୀ ଠାରୁ ୭୬୦ କି.ମି ଦୂର ଦକ୍ଷିଣ ,ଦକ୍ଷିଣ ପଶ୍ଚିମ ଆନ୍ଧ୍ର ପ୍ରଦେଶ ର ବିଶାଖାପାଟନମ ଠାରୁ ୫୬୦ କି.ମି ଦୂର ଦକ୍ଷିଣ ,ଦକ୍ଷିଣ ପୂର୍ବ ଏବଂ ଶ୍ରୀ ଲଙ୍କା ତ୍ରୀଙ୍କମାଲି ଠାରୁ ୬୬୦ କି.ମି ଦୂର ଉତ୍ତର ,ଉତ୍ତର ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି

|ଆଜି ମଧ୍ୟ ରାତ୍ରି ସୁଦ୍ଧା ଅତି ଭୟଙ୍କର ସାମୁଦ୍ରିକ ଝଡ ରେ ପରିଣତ ହେବା ପରେ ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ଏହା ଉତ୍ତର ପଶ୍ଚିମ ଦିଗ ରେ ଗତି କରିବ |ପରେ ଏହା ଉତ୍ତର ପୂର୍ବ ମୋଡ ନେଇ ଓଡିଶା ଉପକୂଳ ଗୋପାଳପୁର ଓ ଚାନ୍ଦବାଲି ଦେଇ ଗତି କରିବ |

ଏନେଇ ପ୍ରସନିକ ପ୍ରସ୍ତୁତି ଜୋରଦାର ଚାଲିଛି |ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ସମ୍ଭାବ୍ୟ ପରିସ୍ଥିତିର ସମୀକ୍ଷା କରିଛନ୍ତି |ବାତ୍ୟା ରେ ଭଦ୍ରକ ,ବାଲେଶ୍ୱର ,କେନ୍ଦ୍ରାପଡା ,ଜଗତସିଂହପୁର ,ପୁରୀ ,ଭଦ୍ରକ ,ଗଞ୍ଜାମ ,ଗଜପତି ,ଖୋର୍ଦ୍ଧା ,ମୟୁରଭଞ୍ଜ ଜିଲ୍ଲା ଆଦି କ୍ଷେତିଗ୍ରସ୍ତ ହେବାର ସମ୍ଭାବନା ରହିଛି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments