1. କୃଷି ଖବର

ଦାଉ ସାଧିବ "ଫେଣି" ..

ଦାଉ ସାଧିବ "ଫେଣି" ..

KJ Staff
KJ Staff

ତାମିଲ ନାଡୁ ଉପକୂଳ ରେ ରେଡ ଆଲର୍ଟ
୪୮ ମଧ୍ୟ ରେ ଘନିଭୁତ ଆଶଙ୍କା
ଓଡିଶା ପ୍ରତି ବିପଦ ସୂଚନା ଅସ୍ପଷ୍ଟ ..

ଭାରତ ମହାସାଗର ଓ ଦକ୍ଷିଣ ବଙ୍ଗୋପସାଗର କେନ୍ଦ୍ରସ୍ଥଳ ରେ ସୃଷ୍ଟି ହୋଇଛି ଲଘୁଚାପ |ଆସନ୍ତା ୨୪ ଘଣ୍ଟା ମଧ୍ୟ ରେ ଏହି ଲଘୁଚାପ ଘନୀଭୂତ ହୋଇ ସାମୁଦ୍ରିକ ଝଡ ର ରୂପ ନେବା ଏବଂ ଏପ୍ରିଲ ୩୦ ଓ ମେ ୧ ରେ ତାମିଲ ନାଡୁ ଓ ପୁଡୁଚେରୀ ଉପକୂଳରେ ଘଟ କରିବାରେ ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ |ଏହି ସାମୁଦ୍ରିକ ଝଡ଼କୁ ଓଡିଶାକୁ କେତେ ପ୍ରଭାବିତ କରିବା ତାହା ଏପର୍ଯ୍ୟନ୍ତ ଆକଳନ କରାଯାଇ ନାହିଁ |

ଏହି ଝଡ କୁ ବାଂଲାଦେଶ ଦ୍ୱାରା "ଫେଣି "ନାମରେ ନାମିତ କରାଯାଇଛି |ଖୁବ ଶୀଘ୍ର ଏନେଇ ସମ୍ପୂର୍ଣ ସୂଚନା ମିଳିବ ବୋଲି ପାଣିପାଗ ବିଶେଷଜ୍ଞ ମାନେ କହିଛନ୍ତି |ଅନ୍ୟପକ୍ଷେ ସମ୍ଭାବ୍ୟ ଝଡ ଓ ବର୍ଷ ଆଶଙ୍କା କରି ତାମିଲ ନାଡୁ ସରକାର ଉପକୂଳ ଅଞ୍ଚଳରେ ରେଡ ଆଲର୍ଟ ଜାରି କରିଛନ୍ତି |ଏହାର ପ୍ରଭାବ ଶ୍ରୀଲଙ୍କା ର ଉତ୍ତର ଭାଗ ଓ ତାମିଲ ନାଡୁ ର ଦକ୍ଷିଣ ଭାଗ ରେ ଦେଖିବାକୁ ମିଳିବାର ସମ୍ଭାବନା ରହିଛି |

ଅନ୍ୟପକ୍ଷେ କିଛି ଦିନ କାଳବୈଶାଖୀ ପରେ ପୁଣି ବଢିଛି ତାତି |ଗୁରୁବାର ସମଗ୍ର ରାଜ୍ୟରେ ଅସମ୍ଭାଳ ତାତି ପରିଲିକ୍ଷିତ ହୋଇଥିଲା |ତେବେ ପଶ୍ଚିମ ଓଡ଼ିଶାର ଅବସ୍ଥା ଜଟିଳ ଆଡକୁ ଗତି କରିଛି |ଆଜି ରାଜ୍ୟର ୧୧ ଟି ଜିଲାରେ ପାରଦ ୪୦ ଡିଗ୍ରୀ ସେଲସିଅସ ଅତିକ୍ରମ କରିଛି |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments