1. କୃଷି ଖବର

ଗଡ଼ିଲା ତୀର୍ଥ ରେଳ !

ଗଡ଼ିଲା ତୀର୍ଥ ରେଳ !

KJ Staff
KJ Staff

ଭୁବନେଶ୍ୱର ରୁ କାମାକ୍ଷା ଯାତ୍ରା !
ସାମିଲ ହେଲେ ୯୬୪ ତୀର୍ଥଯାତ୍ରୀ ସବୁ ବଗିରେ କଡା ସୁରକ୍ଷା
୨୪ ଘଣ୍ଟିଆ ଡାକ୍ତର ବ୍ୟବସ୍ଥା

ନିଜ ନିଜ ଜିଲ୍ଲା ଅନୁଯାୟୀ ଧାଡିରେ ପଶିଥିଲେ ତୀର୍ଥଯାତ୍ରୀ ଏବଂ ତାଙ୍କୁ ସ୍ୱାଗତ ଜଣାଇଥିଲେ ପର୍ଯ୍ୟଟନ ବିଭାଗର ଅଧିକାରୀମାନ |ଫୁଲମାଳ ସମେତ ଖାଦ୍ୟ ପୁଡିଆ ଓ ପାଣି ବୋତଲ ସହିତ ହୋଇଥିଲା ସ୍ୱାଗତ |ହୁଳହୁଳି ଓ ହରିବୋଲ ଶବ୍ଦରେ ଫାଟିପଡୁଥିଲା ପ୍ଲାଟଫର୍ମ |

ମୁଖ୍ୟମନ୍ତ୍ରୀ ଙ୍କୁ ନିକଟରେ ଦେଖି ଭାବବିହ୍ୱୋଳ ଯାତ୍ରୀଙ୍କୁ ଶୁଭକାମନା ଜଣାଇଥିଲା ମୁଖ୍ୟମନ୍ତ୍ରୀ |ରବିବାର ଅପରାହ୍ନ୧୨.୨୫ ରେ ଭୁବନେଶ୍ୱର ରୁ ଏକ ସ୍ୱତନ୍ତ୍ର ଟ୍ରେନ କଲିକତା ଓ କାମାକ୍ଷା ଅଭିମୁଖେ ଯାତ୍ରା କରିଛି ଯାହାକୁ ଉଦ୍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |୧୫ ଟି ବଗି ଵିଶିତ ଏହି ଟ୍ରେନ ରେ ବରିଷ୍ଠ ନାଗରିକ ଙ୍କ ଲାଗି ରହିଛି ସବୁ ପ୍ରକାର ର ବ୍ୟବସ୍ଥା |

ପ୍ରତି ବଗିରେ ୨ ଜଣ ଏସକର୍ଟ ସମେତ ୨୪ ଘଣ୍ଟିଆ ଡାକ୍ତରୀ ବ୍ୟବସ୍ତା ଏବଂ ଏଇଆରସିଟିସି ର ପ୍ରାୟେ ୧୦୦ ରୁ ଅଧିକ କର୍ମଚାରୀ ବରିଷ୍ଠ ନାଗରିକ ଙ୍କ ସେବା ଲାଗି ନିୟୋଜିତ ରହିଛନ୍ତି |
ଯାତ୍ରୀମାନେ ପ୍ରଥମେ କଲିକତା ଯାଇ ସେଠାରେ ଦକ୍ଷିଣେଶ୍ୱର କାଳୀ ଦର୍ଶନ ପରେ ବେଲୁର ମଠ ଯିବେ ଏବଂ ଶେଷରେ କାମାକ୍ଷା ମନ୍ଦିର ଅଭିମୁଖ ହେବେ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments