1. କୃଷି ଖବର

ଗୋମାତା ଗିଳୁଛି ପ୍ଲାଷ୍ଟିକ୍ !!

ଦିନକୁ ଦିନ ଆମର ପ୍ଲାଷ୍ଟିକ ଏବଂ ସିନ୍ଥେଟିକ ସାମଗ୍ରୀ ବ୍ୟବହାର ଦ୍ରୁତ ଗତିରେ ବଢ଼ିଚାଲୁଛି l ଏହାର କୁପ୍ରଭାବ ଆମର ଚାରିପାଖରେ ଧୀରେ ଧୀରେ ପଡ଼ିବା ଆରମ୍ଭ କରିଲାଣି l ଏହାର ପ୍ରଧାନ କାରଣ ହେଉଛି ଆମ୍ଭେମାନେ ଯେଉଁ ପରିମାଣରେ ପ୍ଲାଷ୍ଟିକ ସାମଗ୍ରୀଗୁଡିକର ବ୍ୟବହାର କରୁଛେ ସେହି ପରିମାଣରେ ଏହାର ସୁବ୍ୟବସ୍ଥିତ ବିଘଟନ ପରିଚାଳନା ପ୍ରତି ସଚେତନ ହେଉନାହେଁ l ଯଦିଓ ଏହି ସାମଗ୍ରୀଗୁଡ଼ିକୁ ନିଷେଧ କରିବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ସଂଗଠନ ତଥା ବ୍ୟକ୍ତି ବିଶେଷଙ୍କର ସ୍ୱର ଉଠିଛି ତାହା ପ୍ରଭାବଶାଳୀ ହୋଇପାରିନାହିଁ l ଦିନକୁ ଦିନ ଏହି ପ୍ରକାରର ସଙ୍କଟ ବୃଦ୍ଧି ହେଉଥିବା ବେଳେ ଏଠି ପ୍ରତି କାହାର ନିଘା ନାହିଁ l ଆମର ଦାୟିତ୍ବହୀନତାର ସିଧା ସଳଖ ଶିକାର ହେଉଛନ୍ତି ଗୃହପାଳିତ ଜୀବଜନ୍ତୁ ଏବଂ ଆମର ପରିବେଶ l

Sugyan Kumar Nayak

ଭୋକ ବିକଳରେ ଖାଦ୍ୟ ପୁଡ଼ିଆକୁ ଖାଉଥିବା କୁକୁର ବା ଗାଈଗୋରୁ ଏହି ପ୍ଲାଷ୍ଟିକ ପୁଡ଼ିଆକୁ ଗିଳିଦେଇଥାନ୍ତି ଏବଂ ପରବର୍ତ୍ତୀ ସମୟରେ ଏହି ପ୍ଲାଷ୍ଟିକ ସେମାନଙ୍କ ପାକସ୍ଥଳୀରେ ଲାଗି ରହିଯାଏ ଏବଂ ମୃତ୍ୟୁର କାରଣ ହୁଏ l ଖୁବ ନିକଟରେ ଖବରର ଶିରୋନାମା ମଣ୍ଡନ କରିଛି ଅହମଦାବାଦର ସୁନ୍ଦରନାଗର ଟାଉନ ଘଟଣା l ଗୋଟିଏ ମୃତ ଗାଈର ପାକସ୍ଥଳୀରୁ ମିଳିଛି ବ୍ୟବହୃତ ଗ୍ଳୋବ୍ସ ଏବଂ ମାସ୍କ l ସହରାଞ୍ଚଳରେ ଥିବା ଗୃହ ପାଳିତ ଜୀବଜନ୍ତୁ ମାନେ ଏହାକୁ ଖାଦ୍ୟ ସହିତ ଖାଇ ମୃତ୍ୟୁ ମୂଖରେ ପଡୁଛନ୍ତି l କରୋନା ମହାମାରୀ ପରେ ପରେ ଏହି ପ୍ରକାରର ଘଟଣା ବୃଦ୍ଧି ହେବାରେ ଲାଗିଛି l

ଅନ୍ୟ ଏକ ଘଟଣା ଆମରେଲି ଜିଲ୍ଲାର ଲିଲିଆ ଗ୍ରାମରେ ହୋଇଛି l ସିଂହ ମାରିଦେଇଥିବା ଏକ ଗାଈର ପେଟ ଭିତରୁ ପୁଳା ପୁଳା ମାସ୍କ ବାହାରିଥିବାର ଦେଖିବାକୁ ମିଳିଛି l ଏଥିରୁ ପ୍ରମାଣିତ ହୋଇଛି ଯେ କରୋନା ମହାମାରୀରେ ବ୍ୟବହାର କରାଯାଇଥିବା ମାସ୍କ ଏବଂ ଗ୍ଳୋବ୍ସକୁ ସୁବ୍ୟବସ୍ଥିତ ଭାବରେ ନଷ୍ଟ କରିବା ପାଇଁ କୌଣସି ଦୃଷ୍ଟି ଦିଆଯାଇନାହିଁ l ଏହି ପରି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଜୀବଜନ୍ତୁଙ୍କ ପେଟ ଭିତରକୁ ଯାଇ ତାଙ୍କର ମୃତ୍ୟୁର କାରଣ ହେଉଛି l ଏବେ ଆମ ସମସ୍ତଙ୍କ ପାଇଁ ସମୟ ଆସିଛି ସଚେତନ ହେବା ପାଇଁ ଏବଂ ପ୍ଲାଷ୍ଟିକର ବ୍ୟବହାର ହ୍ରାସ କରିବା ପାଇଁ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments