1. କୃଷି ଖବର

ଭାରତ ସରକାର ଙ୍କ ପଲ୍ସ ପୋଲିଓ ଯୋଜନା ..

ଭାରତ ସରକାର ଙ୍କ ପ୍ଲସ ପୋଲିଓ ଯୋଜନା ..

KJ Staff
KJ Staff

୨୦୧୯ ପାଇଁ ଦେଶବ୍ୟାପୀ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ର ଶୁଭାରମ୍ଭ କଲେ ରାଷ୍ଟ୍ରପତି .
୫ ବର୍ଷ ରୁ କମ ବୟସର ୧୬ କୋଟି ଶିଶୁଙ୍କୁ ଦିଆଯିବ ପଲ୍ସ ପୋଲିଓ ବୁନ୍ଦା

ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ୫ ବର୍ଷରୁ କମ ବୟସର ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇ ଦେଶବ୍ୟାପୀ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ୨୦୧୯ ର ଶୁଭାରମ୍ଭ କରିଛନ୍ତି |ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ |ଦେଶରୁ ପୋଲିଓ ଉନ୍ମୋଳନ ପାଇଁ ଟୀକାକରଣ ଅଭିଯାନ ଅନ୍ତର୍ଗତ ୫ ବର୍ଷରୁ କମ ବୟସର ୧୬ କୋଟି ରୁ ଅଧିକ ଶିଶୁଙ୍କୁ ପଲ୍ସ ପୋଲିଓ ବୁନ୍ଦା ଦିଆଯିବ |

ଶ୍ରୀ ନଡ୍ଡା କହିଥିଲେ ଯେ ସରକାର ଶିଶୁମାନଙ୍କୁ ଅଧିକରୁ ଅଧିକ ରୋଗରୁ ରକ୍ଷା କରିବା ଲାଗି ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି |ଟୀକାକରଣ ଅଭିଯାନ ଅନ୍ତର୍ଗତ ସମସ୍ତ ପ୍ରକାର ଟୀକା ଦେଶରେ ପ୍ରତ୍ୟେକ କୋଣରେ ଥିବା ଶିଶୁ ନିକଟରେ ପହଞ୍ଚିବା ସୁନିଶ୍ଚିତ କରିବା ନିମନ୍ତେ ସେ କହିଥିଲେ |ଏହି ପଲ୍ସ ପୋଲିଓ ଶିଶୁଙ୍କୁ ପୂର୍ବାପେକ୍ଷା ୮ ରୁ ଅଧିକ ରୋଗରୁ ସମ୍ପୂର୍ଣ ଭାବେ ସୁରକ୍ଷିତ ରଖିବା |ଏଥିପାଇଁ ନ୍ୟୂମୋକୋକଲ କଞ୍ଜୁଗେଟ ,ରୋଟା ଭାଇରସ ଏବଂ ମିଳିମିଳା ଲାଗି ନୂଆ ଟୀକା ଆରମ୍ଭ ହୋଇଛି |

ସର୍ବଜନୀନ ଟୀକାକରଣ ଅଭିଯାନ ସହିତ ଦେଶରେ ମିଶନ ଇନ୍ଦ୍ରଧନୁଷ ର ଶୁଭାରମ୍ଭ କରାଯାଇଛି ଯାହାଦ୍ୱାରା ଶତକଡା ୯୦ଭାଗ ରୁ ଅଧିକ ଶିଶୁଙ୍କୁ ଟୀକାକରଣ ପରିଧି ମଧ୍ୟକୁ ଅଣାଯିବାର ଲକ୍ଷ ହାସଲ କରାଯାଇପାରିବ ବୋଲି ସେ ସ୍ପଷ୍ଟ କରିଥିଲେ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments