1. କୃଷି ଖବର

ଦେଶର ପ୍ରଥମ 24x7 ସୌରଶକ୍ତି ସମ୍ପନ୍ନ ଗ୍ରାମ ଘୋଷଣା

ପ୍ରଧାନମନ୍ତ୍ରୀ ମୋଧେରାଠାରେ ଭାରତରେ 24x7 ସୌରଶକ୍ତି ସମ୍ପନ୍ନ ଗ୍ରାମ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିର ଏହି ସୂର୍ଯ୍ୟମନ୍ଦିର ପ୍ରକଳ୍ପ ପ୍ରତିଫଳନ କହିଲେ ଅତ୍ୟୁକ୍ତି ହେବ ନାହିଁ ।

Shuvanshu Kar
Shuvanshu Kar
PM declares Modhera as India’s first 24x7 solar-powered village

PM declares Modhera as India’s first 24x7 solar-powered village

ଗୁଜରାଟକୁ ଅନେକ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବା ପ୍ରକଳ୍ପଗୁଡିକ ମଧ୍ୟରେ ମେହେଶାନା ଜିଲ୍ଲା ଯତନା ତାଳୁକାରେ ଚାଲସନା ଗ୍ରାମରେ ଜଳ ପରିଚାଳନା ପ୍ଲାଣ୍ଟ, ଦୁଗ୍ଧସାଗର ଡାଏରୀରେ ସ୍ୱୟଂ କ୍ରିୟ, ନୂତନ ଦୁଗ୍ଧ ଗୁଣ୍ଡ ପ୍ଳାଣ୍ଟ, ମେହେଶାନା ସାଧାରଣ ହସ୍‌ପିଟାଲୟର ପୁନନିର୍ମାଣ ଓ ବିକାଶ, ମେହେଶାନା ଓ ଅନ୍ୟାନ୍ୟ ଉତ୍ତର ଗୁଜରାଟ ଜିଲ୍ଲାରେ ପରିବଣ୍ଟନ ସେକ୍ଟର ଯୋଜନା ଇତ୍ୟାଦି ।

ପ୍ରଧାନମନ୍ତ୍ରୀ ମୋଧେରାଠାରେ ଭାରତରେ 24x7 ସୌରଶକ୍ତି ସମ୍ପନ୍ନ ଗ୍ରାମ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିର ଏହି ସୂର୍ଯ୍ୟମନ୍ଦିର ପ୍ରକଳ୍ପ ପ୍ରତିଫଳନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଥିରେ ସୌରଶକ୍ତି ସ୍ତମ୍ଭ ସହ ୧୩୦୦ ଘର ସ୍ଥାନରେ ସୌରଶକ୍ତି କେନ୍ଦ୍ର ସ୍ଥାପନା ଉଭୟ ଘରୋଇ ଓ ସରକାରୀ ଭବନରେ କରାଯାଇଛି । ଏଥିରେ ବ୍ୟାଟେରୀ ଶକ୍ତି ଭଣ୍ଡାରଣ ପଦ୍ଧତି ରହିଛି । ଦେଶରେ ତୃଣମୂଳ ସ୍ତରର ଜନସାଧାରଣଙ୍କୁ କିପରି ବିକଳ୍ପ ଶକ୍ତି ଦ୍ୱାରା ସଶକ୍ତ କରାଯିବା ତାହା ପ୍ରଦର୍ଶିତ ହୋଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସୌରଶକ୍ତି ଘର ଆଲୁଅକୁ ଶକ୍ତି ଦେବା ସହ ମୋଧେରାରେ କୃଷି ଓ ଯାନବାହନର ଆବଶ୍ୟକତା ମଧ୍ୟ ପୂରଣ କରିବ । ଏକ ବିଂଶ ଶତାବ୍ଦୀରେ ଆତ୍ମନିର୍ଭର ଭାରତ ନିମନ୍ତେ ଆମର ଶକ୍ତି ଆବଶ୍ୟକତା ସମ୍ପର୍କରେ ଉଦ୍ୟମ ବୃଦ୍ଧି କରିବାକୁ ପଡିବ ବୋଲି ମୋଦୀ କହିଥିଲେ ।

ଯେଉଁଠି ବିଦ୍ୟୁତ ଶକ୍ତିର ଉତ୍ପାଦନକାରୀ ଓ ଉପଭୋକ୍ତା ଏକ ସେ ସେହି ଦିଗରେ କାମ କରୁଛନ୍ତି ବୋଲି କହିଥିଲେ । ନିଜର ଆବଶ୍ୟକତା ଅନୁସାରେ ଶକ୍ତି ଉପଯୋଗ କରି ବଳକା ସରକାରଙ୍କୁ ବିକ୍ରି କରିଦିଅନ୍ତୁ ବୋଲି ଅପିଲ କରିଛନ୍ତି ମୋଦି । ଏହା ଫଳରେ ବିଦ୍ୟୁତ ବିଲ୍‌ରୁ ମୁକ୍ତି ପାଇବା ସହ ଅତିରିକ୍ତ ଆୟ ମଧ୍ୟ ହୋଇପାରିବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଗରୁ ଯେଉଁ ଧାରା ଥିଲା ସେ ଅନୁସାରେ ସରକାର ବିଦ୍ୟୁତ ଶକ୍ତି ଉତ୍ପାଦନ କରିବେ ଓ ଜନସାଧାରଣ ତାଙ୍କଠାରୁ କ୍ରୟ କରିବେ । ମାତ୍ର ଆଜି କେନ୍ଦ୍ର ସରକାର ଏକ ନୀତି ନେଇ କାର୍ଯ୍ୟ କରୁଛନ୍ତି, ଯେଉଁଠି ଜନସାଧାରଣ ନିଜ ଘରେ ସୌର ପ୍ୟାନେଲ ବସାଇ ବିଦ୍ୟୁତ ଶକ୍ତି ଉତ୍ପାଦନ କରୁଛନ୍ତି ଓ କୃଷକମାନେ ବିଲରେ ସୌର ପମ୍ପ ଜଳସେଚନ ନିମନ୍ତେ ବସାଉଛନ୍ତି ।

ପ୍ରାକୃତିକ କୃଷିରେ ଏବେ କରିପାରିବେ Phd, ରାଜ୍ୟପାଳ କଲେ ପାଠ୍ୟକ୍ରମ ଲଞ୍ଚ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments