1. କୃଷି ଖବର

PM Kisan: ବଢ଼ିଲା e-KYC ସମୟ ସୀମା

ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି । ଯଦି ଆପଣ ମଧ୍ୟ ଜଣେ କୃଷକ ଓ ପିଏମ କିସାନ ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି, ତେବେ ଅଗଷ୍ଟ 31 ସୁଦ୍ଧା e-KYC କାର୍ଯ୍ୟ କରେଇ ନିଅନ୍ତୁ ।

Sudesna Nayak
Sudesna Nayak
pm kisan update ekyc date extended

pm kisan update ekyc date extended

ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ (BIG NEWS) ଖବର ଅଛି । ଯଦି ଆପଣ ମଧ୍ୟ ଜଣେ କୃଷକ (Farmers)ଓ ପିଏମ କିସାନ ଯୋଜନା (PM Kisan Yojana)ରେ ପଞ୍ଜୀକୃତ ହୋଇଛନ୍ତି, ତେବେ ଅଗଷ୍ଟ 31 ସୁଦ୍ଧା e-KYC କାର୍ଯ୍ୟ କରେଇ ନିଅନ୍ତୁ ।

ଦେଶର ପ୍ରାୟ ୫୫ ରୁ ୬୦ ପ୍ରତିଶତ ଲୋକଙ୍କ ପାଇଁ କୃଷି ହେଉଛି ଏକମାତ୍ର ଆୟର ଉତ୍ସ । ଏଭଳି ପରିସ୍ଥିତିରେ କୃଷକଙ୍କ ଆୟ ବୃଦ୍ଧି ପାଇଁ ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (pm kisan samman nidhi yojana)ମାଧ୍ୟମରେ କୃଷକମାନଙ୍କୁ ପ୍ରତିବର୍ଷ 3 କିସ୍ତି ଆକାରରେ 2 ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଉଛି ।

e-KYC ପାଇଁ ସମୟସୀମା ବୃଦ୍ଧି କରାଯାଇଛି,ଜାଣନ୍ତୁ...

ବର୍ତ୍ତମାନ ପର୍ଯ୍ୟନ୍ତ କୃଷକ (Farmers)ଙ୍କ ଆକାଉଣ୍ଟରେ ମୋଟ 11ଟି କିସ୍ତି ସ୍ଥାନାନ୍ତର କରାଯାଇଛି । ଦ୍ୱାଦଶ କିସ୍ତି ଅଗଷ୍ଟ ଶେଷ ସପ୍ତାହରେ କିମ୍ବା ସେପ୍ଟେମ୍ବର ପ୍ରଥମ ସପ୍ତାହରେ କୃଷକ (Farmers)ଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର ହେବ ।

ପ୍ରକାଶ ଥାଉ ଯେ, ଏହାରି ମଧ୍ୟରେ ସରକାର ଚାଷୀ(Farmers)ମାନଙ୍କୁ ଏକ ବଡ଼ ଖବର (BIG NEWS) ଦେଇଛନ୍ତି । ପ୍ରଧାନମନ୍ତ୍ରୀ କିସାନ ଯୋଜନା (pm kisan yojana)ର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ଯେଉଁ କୃଷକମାନେ ଏପର୍ଯ୍ୟନ୍ତ e-kyc କରିନାହାଁନ୍ତି, ସେମାନଙ୍କୁ ଆଉ ଏକ ସୁଯୋଗ ଦିଆଯାଇଛି । ସରକାର ଏବେ ଏହାର ଶେଷ ତାରିଖକୁ ଅଗଷ୍ଟ 31 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହା ପୂର୍ବରୁ ଏହି ପ୍ରକ୍ରିୟା ଶେଷ କରିବାକୁ ଜୁଲାଇ 31 ତାରିଖ ଧାର୍ଯ୍ୟ କରାଯାଇଥିଲା ।

PM Kisan: ଏହି ଚାଷୀମାନେ ଫେରସ୍ତ କରିବେ ଟଙ୍କା,ଜାଣନ୍ତୁ...

PM Kisan:ଚାଷୀଙ୍କ ପାଇଁ ଜରୁରୀ ସୂଚନା; ୬ ପ୍ରତିଶତ ମିଳିବ ସବସିଡି!

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments