1. କୃଷି ଖବର

PM Kisan Samman Nidhi Scheme 10th Installment : କୃଷକଙ୍କ ପାଇଁ ଖୁସି ଖବର, ଏହି ଦିନ ଆସିବ ପିଏମ କିସାନ ଯୋଜନାର ଦଶମ କିସ୍ତି

କେନ୍ଦ୍ର ସରକାର ୧୫ ଡିସେମ୍ବର ୨୦୨୧ ସୁଦ୍ଧା ପ୍ରଧାନମନ୍ତ୍ରୀ କିସାନ ସାମନ ନିଧି ଯୋଜନା (PM Kisan 10th Installment Date) ର ଦଶମ କିସ୍ତି ଜାରି କରିବାକୁ ଯୋଜନା କରୁଛନ୍ତି । ଗତ ବର୍ଷ ୨୫ ଡିସେମ୍ବରରେ ସରକାର ଚାଷୀଙ୍କୁ ଟଙ୍କା ଟ୍ରାନ୍ସଫର କରିଥିଲେ ।

Sudesna Nayak
Sudesna Nayak
PM Kisan 10th Installment Date

PM Kisan 10th Installment Date

କୃଷକମାନଙ୍କୁ ବଡ ଖୁସି ଖବର ମିଳିବାକୁ ଯାଉଛି । ଯଦି ଆପଣ ପିଏମ୍ କିସାନ ଯୋଜନାର ଲାଭାର୍ଥି ଅଟନ୍ତି, ତେବେ ଏହି ଖବର କେବଳ ଆପଣଙ୍କ ପାଇଁ ଅଟେ । ପିଏମ୍ କିସାନ ଯୋଜନା ଅଧୀନରେ ଦଶମ କିସ୍ତି ଜାରି କରିବାର ତାରିଖ ସ୍ଥିର ହୋଇଯାଇଛି । ସରକାରଙ୍କ ତରଫରୁ କିସ୍ତି ଟ୍ରାନସ୍ଫର କରିବାପାଇଁ ସମସ୍ତ ଜରୁରୀ ବ୍ୟବସ୍ଥା ମଧ୍ଯ କରାଯାଇଛି ।

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ଦଶମ କିସ୍ତି (PM Kisan Samman Nidhi Scheme 10th Installment) ଜାରି କରିବାକୁ ମୋଦି ସରକାର ତାରିଖ ସ୍ଥିର କରିଛନ୍ତି । କିସ୍ତି ଟ୍ରାନ୍ସଫର କରିବା ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି । କୃଷକମାନେ ଏହି ଯୋଜନାରେ ପୂର୍ବରୁ (PM Kisan) ପଞ୍ଜିକରଣ କରିବା ଉଚିତ୍ ଯାହାଦ୍ୱାରା ସେମାନେ ଦଶମ କିସ୍ତିର ଲାଭ ଉଠାଇ ପାରିବେ । କେନ୍ଦ୍ର ସରକାର ୧୫ ଡିସେମ୍ବର ୨୦୨୧ ସୁଦ୍ଧା ପ୍ରଧାନମନ୍ତ୍ରୀ କିସାନ ସାମନ ନିଧି ଯୋଜନା (PM Kisan 10th Installment Date) ର ଦଶମ କିସ୍ତି ଜାରି କରିବାକୁ ଯୋଜନା କରୁଛନ୍ତି । ଗତ ବର୍ଷ ୨୫ ଡିସେମ୍ବରରେ ସରକାର ଚାଷୀଙ୍କୁ ଟଙ୍କା ଟ୍ରାନ୍ସଫର କରିଥିଲେ ।

ଏହିପରି ଚେକ କରନ୍ତୁ ଆପଣ ନିଜର କିସ୍ତିର status  -

 

  • ଏଥିପାଇଁ ସର୍ବପ୍ରଥମେ pmkisan.gov.in ୱେବସାଇଟକୁ ଯାଆନ୍ତୁ ।
  • ବର୍ତ୍ତମାନ ଆପଣ କିଷାନ ୱେବସାଇଟରେ ‘Farmers Corner’ ର ଅପ୍ସନ୍ ଉପରେ କ୍ଲିକ କରନ୍ତୁ ।
  • ବର୍ତ୍ତମାନ Beneficiary Status ଉପରେ କ୍ଲିକ୍ କରନ୍ତୁ ।
  • ଏଥିରେ କୃଷକ ନିଜ ଅଞ୍ଚଳ ସହିତ ଜଡ଼ିତ ସୂଚନା ରାଜ୍ୟ, ଜିଲ୍ଲା, ଉପ ଜିଲ୍ଲା, ବ୍ଲକ ଏବଂ ଗାଁର ନାମ ଏହି ସେକ୍ସନରେ ପୂରଣ କରନ୍ତୁ ।
  • ଏହାପରେ ‘Get Report’ ର ଅପ୍ସନ୍ ରେ କ୍ଲିକ କରିବାମାତ୍ରେ ହିଁ ଆପଣଙ୍କ ସାମ୍ନାରେ ପୁରା ଲିଷ୍ଟ ଆସିଯିବ ।
  • ଏହାପରେ କୃଷକ ଏହି ଲିଷ୍ଟରେ ଆପଣ ନିଜର କିସ୍ତିର status କୁ ଦେଖିପାରିବେ ।

 

ଏହି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ୨୪ ଫେବୃଆରୀ ୨୦୧୯ରେ ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଅନ୍ତର୍ଗତ କେନ୍ଦ୍ର ସରକାର କୃଷକଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ଦିଅନ୍ତି । କୃଷକମାନଙ୍କୁ ଋଣମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ସରକାର ୩ଟି କିସ୍ତିରେ ବର୍ଷକୁ ୬୦୦୦ ଟଙ୍କା ପ୍ରଦାନ କରନ୍ତି । ଯାହା ଅଧୀନରେ ୪ ମାସରେ କୃଷକଙ୍କ ଆକାଉଣ୍ଟକୁ ଗୋଟିଏ କିସ୍ତି ପଠାଯାଏ । ପ୍ରତ୍ୟେକ କିସ୍ତିରେ ୨୦୦୦ ଟଙ୍କା ଦିଆଯାଏ ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments