1. କୃଷି ଖବର

ପିଏମ କିସାନର ୧୩ତମ କିସ୍ତି ଆସିବା ପୂର୍ବରୁ ସରକାର କଲେ ଏପରି ଘୋଷଣା

ରାଜ୍ୟ ହେଉ କି କେନ୍ଦ୍ର ସରକାର କୃଷି ପାଇଁ ଅନେକ ଯୋଜନା କାର୍ଯ୍ୟ ପ୍ରଣୟନ କରିଛନ୍ତି l ଯେଉଁଥିରେ ଚାଷୀଙ୍କୁ ତଥା ତାଙ୍କ ପରିବାର କୁ ଲାଭ ମିଳୁଛି l ସେହିଭଳି ପ୍ରଧାନମନ୍ତ୍ରୀ ନବରେନ୍ଦ୍ର ମୋଦି ପିଏମ କିସାନ ଯୋଜନା କାର୍ଯ୍ୟକାରୀ କରିଛନ୍ତି ଯାହାଦ୍ୱାରା ପ୍ରତିବର୍ଷ ଚାଷୀ ଏଥିରେ ଉପକୃତ ହୋଇଥାନ୍ତି l

Tanushree Mahapatra
Tanushree Mahapatra
Pm kisan samman nidhi scheme 13th installment credited in february

Pm kisan samman nidhi scheme 13th installment credited in february

ରାଜ୍ୟ ହେଉ କି କେନ୍ଦ୍ର ସରକାର କୃଷି ପାଇଁ ଅନେକ ଯୋଜନା କାର୍ଯ୍ୟ ପ୍ରଣୟନ କରିଛନ୍ତି l ଯେଉଁଥିରେ ଚାଷୀଙ୍କୁ ତଥା ତାଙ୍କ ପରିବାର କୁ ଲାଭ ମିଳୁଛି l ସେହିଭଳି ପ୍ରଧାନମନ୍ତ୍ରୀ ନବରେନ୍ଦ୍ର ମୋଦି ପିଏମ କିସାନ ଯୋଜନା କାର୍ଯ୍ୟକାରୀ କରିଛନ୍ତି ଯାହାଦ୍ୱାରା ପ୍ରତିବର୍ଷ ଚାଷୀ ଏଥିରେ ଉପକୃତ ହୋଇଥାନ୍ତି l  କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ଓ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇବା ପାଇଁ ଉଦ୍ୟମ କରୁଛନ୍ତି ।

ନିକଟ ଅତୀତରେ ସରକାର ଦେଶର ବଜେଟ୍ ଉପସ୍ଥାପନ କରିଛନ୍ତି ।  ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଏକ ବଡ଼ ଖବର ଅଛି । ଯଦି ଆପଣ ମଧ୍ୟ ପିଏମ କିସାନ ସମ୍ମାନ ନିଧିର ୧୩ ତମ କିସ୍ତି ପାଇଁ ଅପେକ୍ଷା କରୁଛନ୍ତି, ତେବେ କେନ୍ଦ୍ରର ମୋଦି ସରକାର (Modi Government) ଏକ ବଡ଼ ଘୋଷଣା କରିଛନ୍ତି । ଯାହା ପରେ ଦେଶର ୧୪ କୋଟି ଚାଷୀ ଙ୍କୁ ଲାଭ ମିଳିବ । କୃଷକଙ୍କ ଆୟ ବୃଦ୍ଧି ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ଚଳାଉଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ଓ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇବା ପାଇଁ ଉଦ୍ୟମ କରୁଛନ୍ତି । ନିକଟ ଅତୀତରେ ସରକାର ଦେଶର ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥର ବଜେଟରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ୨.୨ ଲକ୍ଷ କୋଟି ଟଙ୍କା ନିବେଶ ଘୋଷଣା କରାଯାଇଛି ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପିଏମ କିସାନ ଯୋଜନା ଅଧୀନରେ କୃଷକମାନେ ଏକ ବଡ଼ ରିହାତି ପାଇବେ । ଅଧିକ ପାଣ୍ଠି ଥିଲେ ଅଧିକ ଯୋଗ୍ୟ କୃଷକ ଲାଭ ପାଇବେ । ପ୍ରଧାନମନ୍ତ୍ରୀ କିସାନ ଯୋଜନାର ଲାଭ ଉଠାଉଥିବା କୃଷକଙ୍କ ସଂଖ୍ୟା ସାରା ଦେଶରେ ବୃଦ୍ଧି ପାଇବ । ସରକାରଙ୍କ ଚେଷ୍ଟା ରହିଛି ସବୁବେଳେ କୃଷକ କୁ କିପରି ସାହାଯ୍ୟ ମିଳିପାରିବ ଯାହା ଦ୍ୱାରା ସେମାନେ ଅଧିକ ରୁ ଅଧିକ ଉତ୍ସାହିତ ହେବେ ଚାଷ କାର୍ଯ୍ୟ ପାଇଁ l

ଏହା ସହିତ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା  ର ୧୩ ତମ କିସ୍ତି ଏହି ମାସରେ ରିଲିଜ୍ ହୋଇପାରେ ବୋଲି ସୂଚନା ରହିଛି । ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ, କିନ୍ତୁ ହୋଲି ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ କିସାନ ଯୋଜନାର ଟଙ୍କା କୋଟି କୋଟି ଚାଷୀଙ୍କ ଆକାଉଣ୍ଟକୁ ଆସିବ ବୋଲି ମନେ କରାଯାଉଛି ।

ସରକାର ଦେଇଥିବା ସୂଚନା ଅନୁଯାୟୀ, ଯେଉଁ କୃଷକମାନେ ଇ-କେୱାଇସି କରିନାହାଁନ୍ତି । ସେମାନେ ୧୩ ତମ କିସ୍ତି ପାଇଁ ଟଙ୍କା ପାଇବେ ନାହିଁ । ଯଦି ଆପଣଙ୍କର KYC ଏପର୍ଯ୍ୟନ୍ତ ହୋଇନାହିଁ, ତେବେ ଆଜି ହିଁ ଏହାକୁ ଶେଷ କରିନିଅନ୍ତୁ, ଯେଉଁଥିପାଇଁ ଆପଣ ମଧ୍ୟ ଟଙ୍କା ପାଇବେ । ଏହା ନ କଲେ ଆପଣ ଏହି ଯୋଜନା ରୁ ମିଳୁଥିବା ଟଙ୍କା ପାଇବାରୁ ବଞ୍ଚିତ ହେବେ l ତେବେ ଡେରି ନ କରି ଆଜି ହିଁ ଏହା କରନ୍ତୁ l

କିପରି ଚେକ୍ କରିବେ ହିତାଧିକାରୀ ତାଲିକାରେ ନିଜର ନାମ -

୧. ଆପଣଙ୍କର କିସ୍ତିର ସ୍ଥିତି ଦେଖିବାକୁ ଆପଣ ପ୍ରଥମେ ୱେବସାଇଟ  (https://pmkisan.gov.in/) କୁ ଯାଆନ୍ତୁ ।

୨. ଏହା ପରେ ଡାହାଣ ପାର୍ଶ୍ୱରେ ଥିବା କୃଷକ କର୍ନର (Farmers Corner) ରେ କ୍ଲିକ୍ କରନ୍ତୁ ।

୩. ବର୍ତ୍ତମାନ ହିତାଧିକାରୀ ସ୍ଥିତି ବିକଳ୍ପ (Beneficiary Status) ଉପରେ କ୍ଲିକ୍ କରନ୍ତୁ ।

୪. ବର୍ତ୍ତମାନ ଆପଣଙ୍କ ପାଖରେ ଏକ ନୂତନ ପେଜ୍ ଖୋଲିବ ।

୫. ଏଠାରେ ଆପଣ ଆପଣଙ୍କର ଆଧାର ନମ୍ବର, ମୋବାଇଲ୍ ନମ୍ବର ପ୍ରବେଶ କରନ୍ତୁ ।

୬. ଏହା ପରେ ଆପଣ ଆପଣଙ୍କର ସ୍ଥିତି ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇବେ ।

ଆବେଦନ ପରେ ମଧ୍ୟ ଯଦି ଆପଣ ଟଙ୍କା ପାଉନାହାଁନ୍ତି । ତେବେ ଆପଣଙ୍କ ନିକଟସ୍ଥ ଆକାଉଣ୍ଟାଣ୍ଟଏବଂ ଜିଲ୍ଲା କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ । ଯଦି ସେଠାରୁ ଆପଣଙ୍କୁ କିଛି ସମାଧାନ ମିଳୁନାହିଁ । ତେବେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ତରଫରୁ ଜାରି ହେଲ୍ଫଲାଇନ୍ ନମ୍ୱର (PM-Kisan Helpline 155261) କିମ୍ବା 1800115526 (ଟୋଲ୍ ଫ୍ରି) ରେ ଯୋଗାଯୋଗ କରନ୍ତୁ । ଯଦି ସେଠାରେ ମଧ୍ୟ ଆପଣଙ୍କ ସମସ୍ୟାର କୌଣସି ସମାଧାନ ହେଉନାହିଁ । ତେବେ ମନ୍ତ୍ରଣାଳୟର ଦ୍ୱିତୀୟ ନମ୍ବର (011-24300606, 011-23381092) ରେ କଥା ହୁଅନ୍ତୁ । ଏହା ଦ୍ୱାରା ଆପଣ ଙ୍କୁ ସାହାଯ୍ୟ ହେବ ତେଣୁ ସରକାର ଏହି ନମ୍ବର ଗୁଡିକ ଜାରି କରିଛନ୍ତି l

ପିଏମ କିସାନ ଯୋଜନାରେ ବଦଳିଲା ନିୟମ, 31ମାର୍ଚ୍ଚ ପୂର୍ବରୁ କରନ୍ତୁ ଏହି କାମ...

ପିଏମ କିସାନ ଯୋଜନା E- KYC ଆବେଦନକୁ ଆଉ ୩ ଦିନ ବାକି

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments