
PM Kisan Samman Nidhi Scheme: 21 lakh selected beneficiaries in Uttar Pradesh found ineligible
ପ୍ରଧାନମନ୍ତ୍ରୀ କିସାନ ସମ୍ମାନନିଧି ଯୋଜନା(PM Kisan Samman Nidhi Scheme) ଅନ୍ତର୍ଗତ ଉତ୍ତରପ୍ରଦେଶରେ 21 ଲକ୍ଷ ହିତାଧିକାରୀ ଚାଷୀ(beneficiaries) ଯାଞ୍ଚରେ ଅଯୋଗ୍ୟ ବୋଲି ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ କୃଷି ମନ୍ତ୍ରୀ ସୂର୍ଯ୍ୟ ପ୍ରତାପ ଶାହି ।
ଏହି ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଯୋଜନା ଅଧୀନରେ ଦିଆଯାଇଥିବା ଟଙ୍କା ଫେରସ୍ତ କରିନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ ରାଜ୍ୟରେ କେନ୍ଦ୍ରର ପ୍ରଧାନ ମନ୍ତ୍ରୀ କିସାନ ସାମ୍ମାନନିଧି ଯୋଜନା ଅଧୀନରେ ମୋଟ 2.85 କୋଟି ହିତାଧିକାରୀ ଚୟନ କରାଯାଇଛି, ଯେଉଁଥିରୁ 21 ଲକ୍ଷ ହିତାଧିକାରୀ ଅଯୋଗ୍ୟ ବୋଲି ଜଣାପଡିଛି।
1.71 କୋଟି ହିତାଧିକାରୀଙ୍କ ଯାଞ୍ଚ କାର୍ଯ୍ୟ ଶେଷ ହୋଇଥିବାବେଳେ ଅବଶିଷ୍ଟ ଯାଞ୍ଚ ଚାଲିଛି ବୋଲି ସୂଚନା ଦେଇଛନ୍ତି । ଏପରି ଅନେକ ମାମଲା ରହିଛି ଯେଉଁଥିରେ ଉଭୟ ସ୍ୱାମୀ-ସ୍ତ୍ରୀ ଏହି ଯୋଜନାର ଲାଭ ପାଉଛନ୍ତି । ଅଯୋଗ୍ୟ ହିତାଧିକାରୀ ଚାଷୀଙ୍କଠାରୁ ଏହି ଅର୍ଥ ଫେରସ୍ତ କରାଯିବ ବୋଲି ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି ।
ସୂଚନା ଅନୁଯାୟୀ, ଦେଶର ୧୦ କୋଟିରୁ ଅଧିକ କୃଷକ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ପଞ୍ଜିକୃତ ହୋଇଛନ୍ତି । କୃଷକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ 2 ହଜାର ଟଙ୍କା ଅର୍ଥାତ୍ ବାର୍ଷିକ 6 ହଜାର ଟଙ୍କା ପଠାନ୍ତି । ହେଲେ କିଛି ଜଣ ଭୁଲ ତଥ୍ୟ ପ୍ରମାଣ ଦେଇ ଏହି ଯୋଜନାରେ ଲାଭ ଉଠାଉଛନ୍ତି । ଏଥିପାଇଁ ସରକାର ଏହି ଯୋଜନାରେ ପଞ୍ଜୀକୃତ ହୋଇଥିବା ଚାଷୀମାନଙ୍କ ଦଲିଲ ଯାଞ୍ଚ କରିବା ଆରମ୍ଭ କରିଛନ୍ତି ।
PM Kisan: ଏହି ଚାଷୀମାନେ ଫେରସ୍ତ କରିବେ ଟଙ୍କା,ଜାଣନ୍ତୁ...
PM Kisan: ଚାଷୀଙ୍କ ପାଇଁ ଖୁସି ଖବର ! ଜାଣନ୍ତୁ କେବେ ମିଳିବ ଦ୍ବାଦଶ କିସ୍ତି ?
Share your comments