
pm kisan samman nidhi yojana 11th installment release date
ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Yojana 11th installment)ର ୧୧ ତମ କିସ୍ତି କେବେ ରିଲିଜ୍ ହେବ ତାହା ଜାଣିବାକୁ ଚାହୁଁଛନ୍ତି ଚାଷୀ Farmers । ହେଲେ କିସ୍ତି ଚାଷୀ (Farmers)ଙ୍କ ଆକାଉଣ୍ଟକୁ ଆସିବା ପୂର୍ବରୁ ଏକ ବଡ ଅପଡେଟ ଜାରି କରାଯାଇଛି ।
ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ କିସାନ ଯୋଜନା (PM Kisan Samman Nidhi Yojana) ଅଧୀନରେ ପଞ୍ଜୀକୃତ ହୋଇଥିବା ଚାଷୀଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଚାଷୀ (Farmers)ଙ୍କ ପାଇଁ ସରକାର e-KYC ବାଧ୍ୟତାମୂଳକ କରିଛନ୍ତି । ଯେପର୍ଯ୍ୟନ୍ତ କୃଷକମାନେ ସେମାନଙ୍କ ଖାତାର ଇ-କେୱାଇସି (e-KYC) ନ କରିଛନ୍ତି, ସେପର୍ଯ୍ୟନ୍ତ କିସାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Yojana)ର ଏକାଦଶ କିସ୍ତି ସେମାନଙ୍କ ଆକାଉଣ୍ଟରେ କ୍ରେଡିଟ୍ କରାଯିବ ନାହିଁ ।
PM Kisan Samman Nidhi Yojanaରେ ଲାଭ ଉଠାଉଥିବା ଚାଷୀ (Farmers)ମାନଙ୍କ ପାଇଁ ଏହି ଯୋଜନାର ଅଫିସିଆଲ ୱେବସାଇଟରେ e-KYC ଆରମ୍ଭ ହୋଇଛି । ଯଦି ଆପଣ ଏହି ଯୋଜନା ଅଧିନରେ ୧୧ ତମ କିସ୍ତି ପାଇବାକୁ ଚାହୁଁଛନ୍ତି ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ e-KYC କରାଇନିଅନ୍ତୁ ।
ଯଦି ଆପଣ ଆପଣଙ୍କ ଆକାଉଣ୍ଟକୁ ଇ-କେୱାଇସି (e-KYC)କୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କରିବାକୁ ସକ୍ଷମ ନୁହଁନ୍ତି, ତେବେ (PM Kisan Samman Nidhi Yojana) ର ୧୧ ତମ କିସ୍ତି ଆପଣଙ୍କ ଆକାଉଣ୍ଟରେ କ୍ରେଡିଟ୍ କରାଯିବ ନାହିଁ । ପଞ୍ଜୀକୃତ ଚାଷୀ (Farmers)ଙ୍କ ପାଇଁ ଇ-କେୱାଇସି (e-KYC)ର ଶେଷ ତାରିଖ ଭାବରେ କେନ୍ଦ୍ର ସରକାର (Central Government) ମାର୍ଚ୍ଚ ୩୧ ତାରିଖକୁ ଧାର୍ଯ୍ୟ କରିଛନ୍ତି । ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ, ମାର୍ଚ୍ଚ ୩୧ ପୂର୍ବରୁ ଏକାଦଶ କିସ୍ତିର ଟଙ୍କା କୃଷକ (Farmers)ଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର ହେବ ନାହିଁ ।
ପ୍ରକାଶ ଥାଉ ଯେ, ସେମିତିରେ ବି କେନ୍ଦ୍ର ସରକାର (Central Government)କିସାନ୍ ସମ୍ମାନ ନିଧି ଯୋଜନା (PM Kisan Samman Nidhi Yojana)ର କିସ୍ତି ଏପ୍ରିଲରୁ ଜୁଲାଇ ମଧ୍ୟରେ କେବଳ ଏପ୍ରିଲ ୧ ରୁ ଜୁଲାଇ ୩୧ ମଧ୍ୟରେ ସ୍ଥାନାନ୍ତର କରନ୍ତି । ତେଣୁ ଏହା ସ୍ପଷ୍ଟ ହୋଇଛି ଯେ ଏକାଦଶ କିସ୍ତି ମାର୍ଚ୍ଚ ୩୧ ପୂର୍ବରୁ କୃଷକ (Farmers)ଙ୍କ ଆକାଉଣ୍ଟକୁ ହସ୍ତାନ୍ତର ହେବ ନାହିଁ ।
ତେବେ ନିଜ ଆକାଉଣ୍ଟକୁ ଇ-କେୱାଇସି (e-KYC) କେମିତି କରିବାକୁ ପଡ଼ିବ ଜାଣିରଖନ୍ତୁ...
-ସର୍ବପ୍ରଥମେ ପଞ୍ଜୀକୃତ ଚାଷୀମାନଙ୍କୁ ପିଏମ କିସାନ ଯୋଜନାର ଅଫିସିଆଲ୍ ୱେବସାଇଟ୍ https://pmkisan.gov.in/ କୁ ଖୋଲିବାକୁ ପଡ଼ିବ ।
-ଏହା ପରେ, ଆପଣମାନଙ୍କୁ ପରଦାରେ ଦେଖାଯାଉଥିବା 'eKYC' ଅପ୍ସନ୍ ଉପରେ କ୍ଲିକ୍ କରିବାକୁ ପଡିବ ।
-ଏହାପରେ, ଆପଣମାନଙ୍କୁ ଆପଣଙ୍କର ଆଧାର ନମ୍ବର ପ୍ରବେଶ କରିବାକୁ ପଡିବ ଏବଂ ତା ପରେ ସର୍ଚ୍ଚ ଅପ୍ସନ୍ ଉପରେ କ୍ଲିକ୍ କରିବାକୁ ପଡିବ ।
-ଏହାପରେ ଆଧାର ସହିତ ସଂଯୁକ୍ତ ମୋବାଇଲ୍ ନମ୍ବରରେ ପ୍ରାପ୍ତ OTP କୁ ପ୍ରବେଶ କରିବାକୁ ପଡିବ ।
-ଏହା କରିବା ଦ୍ୱାରା ଆପଣମାନଙ୍କର eKYC ପ୍ରକ୍ରିୟା ସମାପ୍ତ ହେବ ।
-ଏଥିସହିତ ଆପଣ ଆପଣମାନଙ୍କର ନିକଟତମ ଜନସେବା କେନ୍ଦ୍ର ପରିଦର୍ଶନ କରି ଏହି କାର୍ଯ୍ୟ ମଧ୍ୟ କରିପାରିବେ ।
PM Kisan ଯୋଜନା ସମୟରେ ଯଦି କରିଥିବେ ଏମିତି କାମ, ତେବେ ଫେରାଇବେ ସବୁ ଟଙ୍କା; ଶୀଘ୍ର କରନ୍ତୁ ଚେକ୍
PM Kisan Yojana:ବଡ ଖବର ;୧୧ ତମ କିସ୍ତି ଆସିବାରେ ହେବ ବିଳମ୍ବ, ଜାଣନ୍ତୁ ତାରିଖ ଏବଂ କାରଣ
Share your comments