1. କୃଷି ଖବର

ଝିଅଙ୍କୁ ମିଳୁଛି ୧,୬୦,୦୦୦ ଲକ୍ଷ; ଜାଣନ୍ତୁ କେମିତି କରିବେ ଆବେଦନ

ଝିଅମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କେନ୍ଦ୍ର ସରକାର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ଅନେକ ଯୋଜନା ଲାଗୁ କରୁଛନ୍ତି । ଏହି କ୍ରମରେ ଏବେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପ୍ରଧାନମନ୍ତ୍ରୀ ଲାଡ଼ଲି ଲକ୍ଷ୍ମୀ ଯୋଜନା ଅଧୀନରେ ଝିଅମାନଙ୍କୁ ସରକାର ନଗଦ ଟଙ୍କା ଦେଉଛନ୍ତି ।

Sudesna Nayak
Sudesna Nayak
pm ladli laxmi yojana central government gave 160000 rupees cash pib fact check

pm ladli laxmi yojana central government gave 160000 rupees cash pib fact check

ଝିଅମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କେନ୍ଦ୍ର ସରକାର (Central Government)ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ଅନେକ ଯୋଜନା ଲାଗୁ କରୁଛନ୍ତି । ଏହି କ୍ରମରେ ଏବେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପ୍ରଧାନମନ୍ତ୍ରୀ ଲାଡ଼ଲି ଲକ୍ଷ୍ମୀ ଯୋଜନା (Ladli Laxmi Yojana) ଅଧୀନରେ ଝିଅମାନଙ୍କୁ ସରକାର ନଗଦ ଟଙ୍କା ଦେଉଛନ୍ତି ।

ସରକାର ପ୍ରକୃତରେ ଏହି ଟଙ୍କା ଦେଉଛନ୍ତି କି ନାହିଁ ଚାଲନ୍ତୁ ଜାଣିବା...

ସୂଚନା ଅନୁଯାୟୀ, PIB ଟୁଇଟ୍ କରିଛନ୍ତି,

PIB ଏହାର ଅଫିସିଆଲ୍ ଟ୍ୱିଟରେ ଲେଖିଛି ଯେ ୟୁଟ୍ୟୁବ୍ ଭିଡ଼ିଓରେ ଦର୍ଶାଯାଇଛି ଯେ ପ୍ରଧାନମନ୍ତ୍ରୀ ଲାଡଲି ଲକ୍ଷ୍ମୀ ଯୋଜନା (Ladli Laxmi Yojana) ଅଧୀନରେ ଥିବା ସମସ୍ତ ଝିଅଙ୍କୁ କେନ୍ଦ୍ର ସରକାର (Central Government) ୧,୬୦,୦୦୦ ଟଙ୍କା ପ୍ରଦାନ କରୁଛନ୍ତି । ଏହି ଯୋଜନା ଅଧୀନରେ ଝିଅମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସରକାର ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ।

PIB ଏହି ଭିଡିଓର ଫ୍ୟାକ୍ଟ ଚେକ୍ କରି ପ୍ରକାଶ କରିଛି ଯେ ଏହି ଭିଡିଓଟି ସମ୍ପୂର୍ଣ୍ଣ ନକଲି । ସେପରି କୌଣସି ଯୋଜନା କେନ୍ଦ୍ର ସରକାର (Central Government)ଚଳାଉ ନାହାଁନ୍ତି । ଯଦି ଆପଣ ଏହିପରି କୌଣସି ଭିଡିଓ ଦେଖିଥିବେ ତେବେ ଏହାକୁ କାହା ସହିତ ସେୟାର କରନ୍ତୁ ନାହିଁ ।

ଆପଣଙ୍କ ଟଙ୍କା ବିପଦରେ ପଡିପାରେ,ଜାଣନ୍ତୁ...

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବାର୍ତ୍ତା ପ୍ରତି ସମସ୍ତେ ସାବଧାନ ହେବା ଉଚିତ ବୋଲି ପିଆଇବି କହିଛି । PIB ଲୋକଙ୍କୁ ଏପରି ବାର୍ତ୍ତା ପଠାଇବାକୁ ନ ଦେବାକୁ କହିଛି । ଏହିପରି ବାର୍ତ୍ତା ଦ୍ୱାରା ଭ୍ରମିତ ହୋଇ, ଆପଣ ବ୍ୟକ୍ତିଗତ ସୂଚନା ଏବଂ ଟଙ୍କାକୁ ବିପଦରେ ପକାଇବେ ।

ଆପଣ ଫ୍ୟାକ୍ଟ ଚେକ୍ ମଧ୍ୟ କରିପାରିବେ,ଜାଣନ୍ତୁ...

ପ୍ରକାଶ ଥାଉ ଯେ, ଯଦି ଏପରି କୌଣସି ବାର୍ତ୍ତା ଆପଣଙ୍କ ନିକଟକୁ ଆସେ, ତେବେ ଆପଣ ଏହାର ସତ୍ୟତା ଜାଣିବା ପାଇଁ ଏକ ଫ୍ୟାକ୍ଟ ଯାଞ୍ଚ କରିପାରିବେ । ଆପଣ PIB ମାଧ୍ୟମରେ ଫ୍ୟାକ୍ଟ ଯାଞ୍ଚ କରିପାରିବେ। ଏଥିପାଇଁ ଆପଣଙ୍କୁ ଅଫିସିଆଲ୍ ଲିଙ୍କ୍ https://factcheck.pib.gov.in/ ପରିଦର୍ଶନ କରିବାକୁ ପଡ଼ିବ। ଏହା ବ୍ୟତୀତ, ଆପଣ ଭିଡିଓକୁ ହ୍ଵାଟ୍ସଆପ ଆପ୍ ନମ୍ବର +918799711259 କିମ୍ବା ଇମେଲ୍: pibfactcheck@gmail.com କୁ ପଠାଇ ପାରିବେ ।

ପେନସନଧାରୀଙ୍କ ପାଇଁ ଖୁସି ଖବର; ହେବ ପେନସନ ବୃଦ୍ଧି! ମିଳିପାରେ ଚିକିତ୍ସା ସୁବିଧା

ଅବସରପ୍ରାପ୍ତ ପରେ ମିଳିବ ୫୦ ହଜାର ଟଙ୍କାର ପେନସନ୍!

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments