News

INS Vikrant: ନୌସେନାରେ ସାମିଲ ହେଲା ଆଇଏନଏସ ବିକ୍ରାନ୍ତ

ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏୟାରକ୍ରାଫ୍ଟ କ୍ୟାରିୟର ବିକ୍ରାନ୍ତକୁ ଦେଶ ଉଦ୍ଦେଶ୍ୟରେ ସମର୍ପଣ କଲେ ପ୍ରଧାନମନ୍ତ୍ରୀ । ବିକ୍ରାନ୍ତ ହେଉଛି ଭାରତର ପ୍ରଥମ ସ୍ୱଦେଶୀ ବିମାନବାହୀ ଜାହାଜ ଓ ଭାରତର ନୌସେନା ଇତିହାସରେ ଏହା ସବୁଠୁ ବଡ଼ ।

02 September, 2022 4:45 PM IST By: Sudesna Nayak

ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏୟାରକ୍ରାଫ୍ଟ କ୍ୟାରିୟର ବିକ୍ରାନ୍ତ (Vikrant)କୁ ଦେଶ ଉଦ୍ଦେଶ୍ୟରେ ସମର୍ପଣ କଲେ ପ୍ରଧାନମନ୍ତ୍ରୀ (PM Modi)। ବିକ୍ରାନ୍ତ (Vikrant) ହେଉଛି ଭାରତର ପ୍ରଥମ ସ୍ୱଦେଶୀ ବିମାନବାହୀ ଜାହାଜ ଓ ଭାରତର ନୌସେନା ଇତିହାସରେ ଏହା ସବୁଠୁ ବଡ଼ ।

ସୂଚନା ଅନୁଯାୟୀ, ଭାରତୀୟ ନୌସେନା ପାଇଁ ସବୁ ଠୁ ବଡ ଖୁସିର ମୁହୂର୍ତ୍ତ । କୋଚିନ ଠାରେ ପ୍ରଧାନମନ୍ତ୍ରୀ (PM Modi) ଏହାକୁ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି । ବିକ୍ରାନ୍ତ (Vikrant) ସାମିଲ ହେବା ପରେ ନୌସେନାର ଶକ୍ତି ବେଶ ବଢ଼ିଯିବ ।

INS Vikrant ସମର୍ପଣ ଅବସରରେ ପ୍ରଧାନମନ୍ତ୍ରୀ (PM Modi) ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଏକ ନୂଆ ସୂର୍ଯ୍ୟୋଦୟର ସାକ୍ଷୀ ହେବାକୁ ଯାଉଛି INS Vikrant । ବିକ୍ରାନ୍ତ ଦେଶକୁ ନୂଆ ବିଶ୍ୱାସରେ ଭରି ଦେଇଛି ।

ପ୍ରକାଶ ଥାଉ ଯେ, ବିକ୍ରାନ୍ତ (Vikrant)ର ଲମ୍ବ 262 ମିଟର, ଓସାର 62 ମିଟର । ଏଥିର ଏକ ସଙ୍ଗେ 30ଟି ଯୁଦ୍ଧ ବିମାନ ରହିପାରିବ । ବିକ୍ରାନ୍ତ (Vikrant)ଙ୍କୁ ନିର୍ମାଣ କରିବାକୁ 10 ବର୍ଷରୁ ଅଧିକ ସମୟ ଲାଗିଛି ।

LPG Cylinder Price:କମିଲା ଏଲପିଜି ଦର, ଜାଣନ୍ତୁ...

ଆସୁଛି 2ଟି ଲଘୁଚାପ:ଗୋଟିଏ ସେପ୍ଟେମ୍ବର 6 ରେ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)