1. କୃଷି ଖବର

ହସ୍ତକଳା, ହସ୍ତତନ୍ତ, କୃଷି ଉତ୍ପାଦ ଏବଂ ପର୍ଯ୍ୟଟନ ସୁବିଧାକୁ ପ୍ରୋତ୍ସାହିତ !

ପାରମ୍ପରିକ ହସ୍ତକଳା, ହସ୍ତତନ୍ତ, କୃଷି ଉତ୍ପାଦ ଏବଂ ପର୍ଯ୍ୟଟନ ଆଦି କ୍ଷେତ୍ରରେ ଆର୍ଥିକ ସୁବିଧାକୁ ବଢ଼ାଇବା ପାଇଁ ଏହି ମହୋତ୍ସବରେ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ମହୋତ୍ସବରେ କାରିଗରୀ ପ୍ରଦର୍ଶନୀ, ଗ୍ରାମୀଣ ହାଟ, ରାଜ୍ୟୱାରି ମଣ୍ଡପ ରହିଛି ।

Tanushree Mahapatra
Tanushree Mahapatra
PM modi inaugurate Ashtalakshmi Mahotsav

PM modi inaugurate Ashtalakshmi Mahotsav

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୬ ତାରିଖ ଅର୍ଥାତ ଆଜି ଅପରାହ୍ଣ ରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଅଷ୍ଟଲକ୍ଷ୍ମୀ ମହୋତ୍ସବକୁ ଉଦଘାଟନ କରିଛନ୍ତି । ଯାହାକି ଉତ୍ତର-ପୂର୍ବ ଭାରତର ସାଂସ୍କୃତିକ ଜୀବନ୍ତତାକୁ ପ୍ରଦର୍ଶିତ କରିବାର ପ୍ରତିବଦ୍ଧତାକୁ ମହୋତ୍ସବ ଦର୍ଶାଉଛି ।

ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଥିବା ଏହି ସାଂସ୍କୃତିକ ମହୋତ୍ସବ ଡିସେମ୍ବର ୬ରୁ ୮ ତାରିଖ ପର୍ଯ୍ୟନ୍ତ ହେବ । ଏହି ମହୋତ୍ସବ ଉତ୍ତର-ପୂର୍ବ ଭାରତର ବିଶାଳ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରିବ, ଯେଉଁଥିରେ କି ପାରମ୍ପରିକ କଳା, ଶିଳ୍ପ ଏବଂ ସାଂସ୍କୃତିକ ପ୍ରଥାର ବିବିଧତାକୁ ଏକକାଳୀନ ଦେଖିବାକୁ ମିଳିବ ।

ପାରମ୍ପରିକ ହସ୍ତକଳା, ହସ୍ତତନ୍ତ, କୃଷି ଉତ୍ପାଦ ଏବଂ ପର୍ଯ୍ୟଟନ ଆଦି କ୍ଷେତ୍ରରେ ଆର୍ଥିକ ସୁବିଧାକୁ ବଢ଼ାଇବା ପାଇଁ ଏହି ମହୋତ୍ସବରେ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ମହୋତ୍ସବରେ କାରିଗରୀ ପ୍ରଦର୍ଶନୀ, ଗ୍ରାମୀଣ ହାଟ, ରାଜ୍ୟୱାରି ମଣ୍ଡପ ରହିଛି । ଉତ୍ତର-ପୂର୍ବର ବିକାଶ ପାଇଁ ବିଭିନ୍ନ ମହତ୍ୱପୂର୍ଣ୍ଣ କ୍ଷେତ୍ରରେ ପ୍ରଯୁକ୍ତିଗତ ଅଧିବେଶନ ଅନୁଷ୍ଠିତ କରାଯାଇଛି । ପ୍ରମୁଖ କାର୍ଯ୍ୟକ୍ରମ ମଧ୍ୟରେ ନିବେଶକ ଓ କ୍ରେତା-ବିକ୍ରେତାଙ୍କୁ ରାଉଣ୍ଡଟେବଲ ବୈଠକ ଆୟୋଜନ ହୋଇଛି । ଏଥିରେ ଏହି ଅଞ୍ଚଳର ନେଟୱର୍କ, ସହଭାଗିତା ଏବଂ ଆର୍ଥିକ ସୁଦୃଢ଼ୀକାରଣ ପାଇଁ ମିଳିତ ପଦକ୍ଷେପ ନେବା ପାଇଁ ସୁଯୋଗ ସୃଷ୍ଟି କରାଯିବ ।

ଏହି ମହୋତ୍ସବରେ ଡିଜାଇନ କନକ୍ଲେଭ ଏବଂ ଫେସନ୍ ଶୋ କାର୍ଯ୍ୟକ୍ରମ ରହିଛି । ଏଥିରେ ଜାତୀୟ ସ୍ତରରେ ଉତ୍ତର-ପୂର୍ବ ଭାରତର ଉନ୍ନତ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ପ୍ରଦର୍ଶିତ କରାଯିବ । ଅଞ୍ଚଳର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଗୁରୁତ୍ୱ ଦେଇ ମହୋତ୍ସବରେ ଜୀବନ୍ତ ସଙ୍ଗୀତ ପ୍ରଦର୍ଶନ ଏବଂ ଉତ୍ତର-ପୂର୍ବ ଭାରତର ଖାଦ୍ୟଦ୍ରବ୍ୟକୁ ମଧ୍ୟ ପ୍ରଦର୍ଶନ କରାଯିବ ।

Read more:

ଜଳବାୟୁ ପରିବର୍ତ୍ତନରେ ମକା ଚାଷ ହିଁ ମାନବ ସମାଜକୁ ରକ୍ଷା କରିପାରିବ

MFOI Awards 2024: ଦୁଗ୍ଧ ଚାଷୀ ରେନୁ MFOI 2024 ରେ 'ଜାତୀୟ ପୁରସ୍କାର' ରେ ସମ୍ମାନିତ !

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ