ପାର୍ବଣରେ ଭାରତକୁ ନୂଆ ଉପହାର । ଲଞ୍ଚ ହୋଇଛି ବହୁ ପ୍ରତିକ୍ଷିତ 5ଜି(5G) ସେବା । ନୂଆ ଦିଲ୍ଲୀର ପ୍ରଗତୀ ମୈଦାନରେ 5ଜି ଲଞ୍ଚ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । କାରଣ ଭାରତରେ ଟେକ୍ନୋଲୋଜୀରେ ନୂଆ ଯୁଗର ଆରମ୍ଭ ହୋଇଛି ।
ଆଜିଠାରୁ ଭାରତୀୟ ମୋବାଇଲ୍ କଂଗ୍ରେସ ମଧ୍ୟ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ପିଏମ ମୋଦୀ 5G ସେବା ଲଞ୍ଚ କରିଛନ୍ତି । ଏହି ସମୟରେ ସେ ଟେଲିକମ୍ ଅପରେଟରମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ । ବର୍ତ୍ତମାନ 4G ରୁ ଅପଗ୍ରେଡ୍ କରି ଆମେ 5G ସେବାରେ ପହଞ୍ଚିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।
1 ଅକ୍ଟୋବରରୁ ଏହି ଇଭେଣ୍ଟ 4 ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । IMC 2022 5G ହେତୁ ଏହି ପ୍ରୋଗ୍ରାମକୁ ଅଧିକ ସ୍ୱତନ୍ତ୍ର ବିବେଚନା କରାଯାଏ । ଭାରତ ଉପରେ 5Gର ମୋଟ ଅର୍ଥନୈତିକ ପ୍ରଭାବ 20
IIT ଭୁବନେଶ୍ବର ଛାତ୍ରଛାତ୍ରୀଙ୍କୁ କଣ ଚ୍ୟାଲେଞ୍ଜ ଦେଲେ କେନ୍ଦ୍ରମନ୍ତ୍ରୀ ? ଜାଣନ୍ତୁ...
35 ସୁଦ୍ଧା 450 ବିଲିୟନ ଆମେରିକୀୟ ଡଲାର ପର୍ଯ୍ୟନ୍ତ ହେବ ବୋଲି ଆକଳନ କରାଯାଇଛି। 4G ତୁଳନାରେ, 5G ନେଟୱାର୍କ ଅନେକ ଦ୍ରୁତ ଗତିରେ ଇଣ୍ଟରନେଟ ସେବା ପ୍ରଦାନ କରିବ ।
ଏହି ସମୟରେ ପ୍ରିଧାନମନ୍ତ୍ରୀ ମୋଦୀ କେବଳ ଏହାକୁ ଲଞ୍ଚ କରିନାହାଁନ୍ତି ବରଂ ଏହାକୁ ଅନୁଭବ ମଧ୍ୟ କରିଛନ୍ତି । ଏହା କିପରି ବ୍ୟବହାର ହେବ ସେ ବିଷୟରେ ଜାଣିଛନ୍ତି ମୋଦି । 5G ର ଗତି 4G ଠାରୁ 10 ଗୁଣ ଅଧିକ ହେବ ।
ଦେଶର ତିନି ପ୍ରମୁଖ ଟେଲିକମ୍ ଅପରେଟର ଭାରତରେ 5G ଟେକ୍ନୋଲୋଜିର ସମ୍ଭାବନା ଦେଖାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଅନେକ ଟେକ୍ନୋଲୋଜି ପ୍ରଦର୍ଶନ କରିଥିଲେ। ପ୍ରଦର୍ଶନୀରେ ପ୍ରଧାନମନ୍ତ୍ରୀ ଉଚ୍ଚ-ସୁରକ୍ଷା ରାଉଟର, ସାଇବର ଥ୍ରେଟ ଡିଟେକ୍ସନ ଭଳି 5G ଟେକ୍ନୋଲୋଜିକୁ ଅନୁଭବ କରାଯାଇଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ କହିଛନ୍ତି ଯେ ଡିସେମ୍ବର 2023 ସୁଦ୍ଧା ଜିଓ 5ଜି ସେବା ଦେଶର ପ୍ରତ୍ୟେକ ଅଞ୍ଚଳରେ ପହଞ୍ଚିବ।
IIT ଭୁବନେଶ୍ବର ଛାତ୍ରଛାତ୍ରୀଙ୍କୁ କଣ ଚ୍ୟାଲେଞ୍ଜ ଦେଲେ କେନ୍ଦ୍ରମନ୍ତ୍ରୀ ? ଜାଣନ୍ତୁ...