News

ପ୍ରାକୃତିକ ଚାଷରେ ମଡେଲ ହେବ ଏହି ରାଜ୍ୟ, ମୋଦି ଦେଲେ ସୂଚନା

ପ୍ରଧାନମନ୍ତ୍ରୀ କହିଛନ୍ତି, ଗୁଜୁରାଟର ପ୍ରାକୃତିକ ଚାଷରେ ପ୍ରଗତି ଦେଖି ବିଶ୍ବାସ ହୋଇଗଲାଣି ଯେ ଗୁଜୁରାଟ ଦିନେ ଦେଶରେ ପ୍ରାକୃତିକ ଚାଷର ମଡେଲ ହୋଇ ଉଭା ହେବ ।

10 July, 2022 4:38 PM IST By: Shuvanshu Kar

ଦେଶରେ ପ୍ରାକୃତିକ ଚାଷକୁ ଆଗକୁ ବଢାଇବା ପାଇଁ କ୍ରମାଗତ ପ୍ରୟାସ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କ୍ରମରେ ଗୁଜୁରାଟରେ ଆୟୋଜିତ ଏକ କାର୍ଯ୍ୟକ୍ରମ(Natural Farming Conclave )କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Prime Minister Shri Narendra Modi) କହିଛନ୍ତି, ପ୍ରାକୃତିକ ଚାଷ କେବଳ ଚାଷ ନୁହେଁ, ବରଂ ମାଟି ମା, ଗୋମାତା ଓ ପଶୁ ସେବା । ଏହା ଜରିଆରେ ଚାଷୀଙ୍କ ଆୟ ପାଇଁ ସ୍ରୋତ ଖୋଲିଥାଏ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ପ୍ରାକୃତିକ ଚାଷ(natural farming)କୁ ନେଇ ଏକ ବଡ ଅଭିଯାନ ଆରମ୍ଭ ହୋଇଛି । ସୁରଟରେ ଆୟୋଜିତ କାର୍ଯ୍ୟକ୍ରମରେ ଏହାର ଝଲକ ଦେଖିବାକୁ ମିଳିଛି । ଏହା ଦେଶର ଏକ ବଡ କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ । କିଛି ମାସ ପୂର୍ବରୁ ପ୍ରାକୃତିକ ଚାଷ(natural farming)କୁ ନେଇ ଏକ ଜାତୀୟ ସମ୍ମିଳନୀର ଆୟୋଜନ କରାଯାଇଥିଲା ।

ଗୁଜୁରାଟର ପ୍ରାକୃତିକ ଚାଷ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସୁରଟ ଜିଲ୍ଲା ପ୍ରାକୃତିକ ଚାଷ କ୍ଷେତ୍ରରେ ଦେଶର ଅମୃତ ସଙ୍କଳ୍ପକୁ ନୂଆ ରାସ୍ତା ଦେଖାଉଛି । ଏହି କାରଣରୁ ଆଜି ସୁରଟର ଭିନ୍ନ ଭିନ୍ନ ଅଞ୍ଚଳର 500 ଗ୍ରାମପଞ୍ଚାୟତର 40,000ରୁ ଅଧିକ ଚାଷୀ ଆଜି ପ୍ରାକୃତିକ ଚାଷ କରୁଛନ୍ତି । ସୁରଟର ପ୍ରାକୃତିକ ଚାଷର ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ ଜନସାଧାରଣ ଓ ଜନପ୍ରତିନିଧିଙ୍କ ପ୍ରଶଂସା କରି କହିଛନ୍ତି, ସେଠାରେ ଲୋକଙ୍କ କଠିନ ପରିଶ୍ରମକୁ ପ୍ରୋତ୍ସାହନ ଦେବା ପାଇଁ ଗାଁରେ ଟିମ ଓ ଟିମ ଲିଡର ବଛାଯାଇଛି । ପଞ୍ଚାୟତରେ ଗ୍ରାମ ସଭା ବୈଠକ କରାଯାଉଛି ଓ 75 ଚାଷଙ୍କ ଚୟନ କରାଯାଇଛି ।

ଚାଷୀଙ୍କୁ ବିଭିନ୍ନ ଯୋଜନା ଜରିଆରେ ପ୍ରାକୃତିକ ଚାଷ ବିଷୟରେ ପ୍ରଶିକ୍ଷଣ ଦିଆଯାଉଛି । ଗୁଜୁରାଟର ପ୍ରାକୃତିକ ଚାଷରେ ପ୍ରଗତି ଦେଖି ବିଶ୍ବାସ ହୋଇଗଲାଣି ଯେ ଗୁଜୁରାଟ ଦିନେ ଦେଶରେ ପ୍ରାକୃତିକ ଚାଷର ମଡେଲ ହୋଇ ଉଭା ହେବ । ଦେଶରେ ସମସ୍ତ ଚାଷୀ ପ୍ରାକୃତିକ ଚାଷ ସହ ଯୋଡି ହେଲେ ଏହି ଅଭିଯାନ ସଫଳ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପିଏମ ମୋଦି କହିଛନ୍ତି, ଆମ ଜୀବନ ଆମ ସ୍ବାସ୍ଥ୍ୟ କୃଷି ଉପରେ ନିର୍ଭର । ଭାରତ ସ୍ବଭାବ ଓ ସଂସ୍କୃତିରୁ କୃଷି ଆଧାରିତ ଦେଶ ରହିଆସିଛି । ଏଥିପାଇଁ ଦେଶରେ କୃଷି ଓ କୃଷକ ସମୃଦ୍ଧ ହେଲେ ଦେଶ ମଧ୍ୟ ବିକାଶ ପଥରେ ଆଗକୁ ବଢିବ । ପ୍ରାକୃତିକ ଚାଷ ଲୋକଙ୍କ ପାଇଁ ଅତିରିକ୍ତ ଆୟର ମାଧ୍ୟମ । କାରଣ ଏଥିରେ ଚାଷୀ ଗୋବର ପାଇଁ ଗୋପାଳନ କରିଥାଏ । ଗୋପାଳନ ମାଧ୍ୟମରେ ଚାଷୀଙ୍କ ଅତିରିକ୍ତ ଆମଦାନୀ ବଢେ । ପ୍ରାକୃତିକ ଚାଷ କାରଣରୁ ପରିବେଶ ଓ ପ୍ରକୃତିକୁ ସୁରକ୍ଷା ମିଳେ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ସୁରଟରେ ପ୍ରାକୃତିକ ଚାଷ ପାଇଁ ଗୋବର ପ୍ରସ୍ତୁତିରେ 30ରୁ 40 ଗୋଷାଳାର ପ୍ରବନ୍ଧନ ହୋଇଛି । ଏଥିରୁ ଗୋମାତାଙ୍କ ସେବା ହେବ । ପ୍ରାକୃତିକ ଚାଷରେ ରାସାୟନିକ କୀଟନାଶକର ବ୍ୟବହାର ହୋଇନଥାଏ । ଏଥିରୁ ଲୋକେ ନିରୋଗ ରୁହନ୍ତି । ଚିକିତ୍ସାର ଖର୍ଚ୍ଚ ବଞ୍ଚିଥାଏ । ପରମ୍ପରାଗତ କୃଷି ବିକାଶ ଯୋଜନା ବିଷୟରେ ମୋଦି କହିଛନ୍ତି, ଏହାକୁ ପ୍ରୋତ୍ସାହନ ଦେବା ପାଇଁ ସାରା ଦେଶରେ 30 ହଜାର କ୍ଲଷ୍ଟର ଗଠନ କରାଯାଇଛି । ଏହା ଅନ୍ତର୍ଗତ ଦେଶରେ 10 ଲକ୍ଷ ହେକ୍ଟର ଜମିକୁ ଯୋଡାଯାଇଛି ।

ଆଜି ପ୍ରାକୃତିକ କୃଷି ସମ୍ମିଳନୀରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

'ପ୍ରାକୃତିକ କୃଷିରେ ଓଡିଶାକୁ ସହଯୋଗ କରିବ କେନ୍ଦ୍ର'

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)