News

ଅକ୍ଟୋବର 17ରେ Agri Startup Conclave ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

କେନ୍ଦ୍ର ଓ କୃଷି ଓ କୃଷକ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବାକୁଯାଉଛି ଏଗ୍ରି ଷ୍ଟାର୍ଟଅପ କନକ୍ଲେଭ ଓ କିସାନ ସମ୍ମିଳନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀର ଉଦଘାନଟନ କରିବେ ।

04 October, 2022 12:34 PM IST By: Shuvanshu Kar

କେନ୍ଦ୍ର ଓ କୃଷି ଓ କୃଷକ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବାକୁଯାଉଛି ଏଗ୍ରି ଷ୍ଟାର୍ଟଅପ କନକ୍ଲେଭ ଓ କିସାନ ସମ୍ମିଳନ(Agri Startup Conclave & Kisan Sammelan) । ଆସନ୍ତା 17 ଓ 18 ଅକ୍ଟୋବର ନୂଆଦିଲ୍ଲୀ ସ୍ଥିତ IARI ମେଳା ପଡିଆରେ ଏହି ଦୁଇଦିନିଆ ସମ୍ମିଳନୀ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Modi) ଏହି ସମ୍ମିଳନୀର ଉଦଘାନଟନ କରିବେ ।

କୃଷି ଷ୍ଟାର୍ଟଅପ ଦ୍ବାରା ବିଭିନ୍ନ କ୍ଷେତ୍ରରେ ହୋଇିଥିବା କାର୍ଯ୍ୟର ପ୍ରଦର୍ଶନୀ, କୃଷି ଇନପୁଟ, କୃଷି ପ୍ରଯୁକ୍ତିବିଦ୍ୟାରେ ନାବାଚାର ଓ ବିଭିନ୍ନ ଚାଷୀ ସହଯୋଗୀ ଅଭ୍ୟାସ ଏହି ମେଳାର ମୂଳ ଉଦ୍ଦେଶ୍ୟ ରହିଛି ।

17 ଅକ୍ଟୋବର ଏହି ଏଗ୍ରି ଷ୍ଟାର୍ଟଅପ କନକ୍ଲେଭ ଓ କିସାନ ସମ୍ମିଳନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାଖାପାଖି 1500 ଷ୍ଟାର୍ଟଅପ, 13,500 ଚାଷୀ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ ।

ଏହାସହିତ ବରିଷ୍ଠ ବୈଜ୍ଞାନିକ, କୃଷି ବିଶେଷଜ୍ଞ, ନୀତି ନିର୍ମାତା, ସରକାରୀ ଅଧିକାରୀ ସମ୍ମିଳନୀରେ ଯୋଗ ଦେଇ ଦେଶର କୋଣ ଅନୁକୋଣରେ ଥିବା ଚାଷୀଙ୍କୁ ନିଜର ଅଭିଜ୍ଞତା ବାଣ୍ଟିବେ । ପ୍ରଦର୍ଶନୀରେ କୃଷି ଏବଂ ସହଯୋଗୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପଗୁଡିକର 300 ଷ୍ଟଲ ଲାଗିବ ।

କ୍ଷୂଦ୍ର ଓ ସୀମାନ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଚାଷୀଙ୍କୁ ପିଏମ କିସାନର ଦ୍ବାଦଶ କିସ୍ତି ଟଙ୍କା ମଧ୍ୟ ହସ୍ତାନ୍ତର କରାଯିବ ।

ଇଷ୍ଟର୍ଣ୍ଣ ଅର୍ଥନୈତିକ ଫୋରମରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ଯୁଦ୍ଧ ଉପରେ କଣ ଦେଲେ ମତ ?

ମିଲେଟକୁ ପ୍ରୋତ୍ସାହନ ପାଇଁ ମୋଦିଙ୍କ ବଡ ଅପିଲ, ଜନଆନ୍ଦୋଳନର ଦେଲେ ଆହ୍ବାନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)