
pm modi to inaugurate idf world dairy summit 2022 on 12 september
କେନ୍ଦ୍ରୀୟ ମତ୍ସ୍ୟପାଳନ, ପଶୁପାଳନ ଓ ଦୁଗ୍ଧ ଚାଷ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ ଆଇଡିଏଫ ଓ୍ବାର୍ଲଡ ଡାଏରୀ ସମିଟ 2022 ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲା କୃଷି ଜାଗରଣ ଟିମ ।

pm modi to inaugurate idf world dairy summit 2022 on 12 september
ସାମ୍ବାଦିକ ସମ୍ମିଳନୀରେ ଏନଡିଡିବି ଅଧ୍ୟକ୍ଷ ମିନେଶ ଶାହ ଓ ଆଇଡିଏଫ ଅଧ୍ୟକ୍ଷ ପିୟରକ୍ରିଷ୍ଟିଆନୋ ବ୍ରେଞ୍ଜାଲେ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲାଙ୍କୁ ବିଶ୍ବର ସର୍ବବୃହତ ଦୁଗ୍ଧଚାଷ ଶିଖର ସମ୍ମିଳନୀ ପ୍ରସ୍ତୁତି ବିଷୟରେ ସୂଚନା ଦେଇଛନ୍ତି । ଏହି ଶିଖର ସମ୍ମିଳନୀ ଆସନ୍ତା ସେପ୍ଟେମ୍ବର 12ରୁ 15 ଯାଏଁ ଗ୍ରେଟର ନୋଏଡାରେ ଆୟୋଜିତ ହେବ ।

pm modi to inaugurate idf world dairy summit 2022 on 12 september
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 12 ସେପ୍ଟେମ୍ବର ସୋମବାର ଗ୍ରେଟର ନୋଏଡା ଠାରେ IDF ବିଶ୍ୱ ଦୁଗ୍ଧ ସମ୍ମିଳନୀ 2022ର ଉଦଘାଟନ କରିବେ। ଏହି ସମ୍ମିଳନୀ ହେଉଛି 'ପୁଷ୍ଟିକର ଖାଦ୍ୟ ଏବଂ ଜୀବିକା' ବିଷୟବସ୍ତୁ ଉପରେ ଆଧାରିତ ଏବଂ ବିଶ୍ୱ ତଥା ଭାରତୀୟ ଦୁଗ୍ଧ ଶିଳ୍ପପତି, ବିଶେଷଜ୍ଞ, କୃଷକ ଏବଂ ନୀତି ଯୋଜନାକାରୀଙ୍କ ଏକ ସମାବେଶ।

pm modi to inaugurate idf world dairy summit 2022 on 12 september
1974 ମସିହାରେ ଭାରତ ଅନ୍ତର୍ଜାତୀୟ ଦୁଗ୍ଧ କଂଗ୍ରେସ ଆୟୋଜନ କରିବାର 48 ବର୍ଷ ପରେ ଆୟୋଜିତ ଏହି ଶିଖର ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ଚାଷ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଯୋଗଦେବେ।
ଆନ୍ତର୍ଜାତୀୟ ଦୁଗ୍ଧ ଫେଡେରେସନ୍ (ଆଇଡିଏଫ୍)ର ଅଧ୍ୟକ୍ଷ ପିୟର କ୍ରିଷ୍ଟିଆନୋ ବ୍ରାଞ୍ଜେଲେ, ମହାନିର୍ଦ୍ଦେଶକ ସୁ କାରୋଲିନ୍ ଏମୋଣ୍ଡ, ଭାରତୀୟ ରାଷ୍ଟ୍ରୀୟ ଆଇଡିଏଫ ସମିତିର ଅଧ୍ୟକ୍ଷ ତଥା ସଚିବ ଜତିନ୍ଦର ନାଥ ସ୍ବାଇଁ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ।
କୃଷି କ୍ଷେତ୍ରରେ ଐତିହାସିକ ପଦକ୍ଷେପ, AJAI ପୋର୍ଟାଲ ଲୋଗ ଲଞ୍ଚକଲେ କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୂପାଲା
ଦୁଗ୍ଧ ବ୍ୟବସାୟୀଙ୍କୁ ମିଳିବ ୯୦% ଋଣ, ଜାଣନ୍ତୁ ଆବେଦନର ପୂର୍ଣ୍ଣ ପ୍ରକ୍ରିୟା
Share your comments