News

SCO Summit 2022: ଖାଦ୍ୟ ସଙ୍କଟକୁ ନେଇ କଣ କହିଲେ ପ୍ରଧାନମନ୍ତ୍ରୀ ମୋଦି ? ପଢନ୍ତୁ...

କୋଭିଡ ଏବଂ ୟୁକ୍ରେନ ସଙ୍କଟ ଯୋଗୁଁ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ଅନେକ ବାଧା ସୃଷ୍ଟି ହୋଇଥିଲା। ଆମେ ଭାରତକୁ ଏକ ଉତ୍ପାଦନ ହବରେ ପରିଣତ କରିବାକୁ ଚାହୁଁଥିବା SCO Summit ରେ କହିଛନ୍ତି ପ୍ରଧାନମନ୍ତ୍ରୀ ।

16 September, 2022 4:27 PM IST By: Shuvanshu Kar

ଏସସିଓ ସମ୍ମିଳନୀ(sco summit 2022)ରେ ନିଜର ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Modi)। ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱ କୋରୋନା ମହାମାରୀ ଉପରେ କାବୁ ପାଇବାକୁ ଯାଉଛି । କୋଭିଡ ଏବଂ ୟୁକ୍ରେନ ସଙ୍କଟ ଯୋଗୁଁ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ଅନେକ ବାଧା ସୃଷ୍ଟି ହୋଇଥିଲା। ଆମେ ଭାରତକୁ ଏକ ଉତ୍ପାଦନ ହବରେ ପରିଣତ କରିବାକୁ ଚାହୁଁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତର ଅର୍ଥନୀତି ଚଳିତ ବର୍ଷ 7.5% ହାରରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଆମ ଅର୍ଥନୀତି ବିଶ୍ୱର ବୃହତ୍ତମ ଅର୍ଥନୀତି ମଧ୍ୟରୁ ଅନ୍ୟତମ। ଭାରତ ଲୋକକେନ୍ଦ୍ରିତ ବିକାଶ ମଡେଲ ଉପରେ ଧ୍ୟାନ ଦେଉଛୁ। ଆମେ ପ୍ରତ୍ୟେକ କ୍ଷେତ୍ରରେ ନବସୃଜନକୁ ସମର୍ଥନ କରୁଛୁ । ଆଜି ଆମ ଦେଶରେ 70,000 ରୁ ଅଧିକ ଷ୍ଟାର୍ଟ ଅପ୍ ଖୋଲିଥିବା କହିଛନ୍ତି ମୋଦି ।

ଷ୍ଟାର୍ଟଅପ୍ ଏବଂ ନବସୃଜନ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟ ଗୋଷ୍ଠୀ ଗଠନ କରି ଆମେ ଏସସିଓ ସଦସ୍ୟ ଦେଶମାନଙ୍କ ସହ ଅଭିଜ୍ଞତା ବାଣ୍ଟିବାକୁ ପ୍ରସ୍ତୁତ ଥିବା ମୋଦି ନିଜ ସମ୍ବୋଧନରେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ବିଶ୍ୱ ଗଣନାରେ ପ୍ରାୟ 30 ପ୍ରତିଶତ ଏସସିଓ ସଦସ୍ୟ ଦେଶ ଯୋଗଦାନ ଦିଅନ୍ତ । ବିଶ୍ବର 40 ପ୍ରତିଶତ ଲୋକ ମଧ୍ୟ ଏସସିଓ ଦେଶରେ ରୁହନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏସସିଓ ସଦସ୍ୟମାନଙ୍କ ମଧ୍ୟରେ ଭାରତ ଅଧିକ ସହଯୋଗ ଏବଂ ପାରସ୍ପରିକ ବିଶ୍ୱାସକୁ ସମର୍ଥନ କରେ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏପ୍ରିଲ 2022 ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଗୁଜରାଟରେ ପାରମ୍ପରିକ ଔଷଧ ପାଇଁ ଏହାର ଗ୍ଲୋବାଲ୍ ସେଣ୍ଟର ଉଦଘାଟନ କରିଥିଲା। WHO ଦ୍ୱାରା ଏହା ପ୍ରଥମ ଏବଂ ଏକମାତ୍ର ବିଶ୍ୱସ୍ତରୀୟ କେନ୍ଦ୍ର ।

ଇଷ୍ଟର୍ଣ୍ଣ ଅର୍ଥନୈତିକ ଫୋରମରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ଯୁଦ୍ଧ ଉପରେ କଣ ଦେଲେ ମତ ?

'କୃଷିରେ ଭାରତକୁ ବିଶ୍ବଗୁରୁ କରିବ Agriculture Startups'

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)