1. କୃଷି ଖବର

'କୃଷିରେ ଭାରତକୁ ବିଶ୍ବଗୁରୁ କରିବ Agriculture Startups'

ଚାଷୀଙ୍କୁ ଆହୁରି ସଶକ୍ତ କରିବା ପାଇଁ କୃଷି ଷ୍ଟାର୍ଟଅପ ଉପରେ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ରାଷ୍ଟ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶୋଭା କରାନ୍ଦଲାଜେ ।

Shuvanshu Kar
Shuvanshu Kar
Agriculture startups can help make India a global leader in farming: MoS

Agriculture startups can help make India a global leader in farming: MoS

ଦିନକୁ ଦିନ ଦେଶରେ ନୂଆ ନୂଆ ଷ୍ଟାର୍ଟଅପ(startups) ଖୋଲୁଛି । ତେବେ ଘରୋଇ ଓ ବିଶ୍ୱ ବଜାରରେ ଫସଲର ଅଧିକ ଆୟ ସୁନିଶ୍ଚିତ କରିବା ସହିତ କ୍ଷୂଦ୍ର ଓ ସୀମାନ୍ତ ଚାଷୀଙ୍କୁ ଆହୁରି ସଶକ୍ତ କରିବା ପାଇଁ କୃଷି ଷ୍ଟାର୍ଟଅପ ଉପରେ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ରାଷ୍ଟ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ(MoS) ଶୋଭା କରାନ୍ଦଲାଜେ ।

ରାଜେନ୍ଦ୍ରନଗରର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚର ଏକ୍ସଟେନସନ ମ୍ୟାନେଜମେଣ୍ଟରେ ଆୟୋଜିତ ‘MANAGE- Samunnati Agri Startup Awards 2022’ କାର୍ଯ୍ୟକ୍ରମରେ ସମ୍ବୋଧିତ କରି ମନ୍ତ୍ରୀ ଶୋଭା କରାନ୍ଦଲାଜେ କୃଷି କ୍ଷେତ୍ରରେ ଭାରତକୁ ବିଶ୍ୱ ଅଗ୍ରଣୀ କରିବାକୁ ଉତ୍ସାହିତ କରିଥିଲେ ।

କୃଷି ଭିତ୍ତିଭୂମି ପାଣ୍ଠି, କୃଷି ଏବଂ ସହଯୋଗୀ କ୍ଷେତ୍ରର ପୁନଃନବୀକରଣ, ତୈଳବୀଜ ମିଶନ, କୃଷି ଉତ୍ପାଦନ ସଂଗଠନ( FPO), ଏଗ୍ରି ଷ୍ଟାର୍ଟଅପ୍ ଏବଂ ଏକ ଜିଲ୍ଲା ଏକ ଉତ୍ପାଦ (ODOP)ମାଧ୍ୟମରେ କୃଷି କ୍ଷେତ୍ରକୁ ସହାୟତା କରିବା ପାଇଁ କେନ୍ଦ୍ରର ପଦକ୍ଷେପକୁ ଆଲୋକପାତ କରି କାରନ୍ଦଲାଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ ଭିଜନକୁ ଦୋହରାଇଛନ୍ତି । ଦେଶକୁ କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ ମୋଦୀଙ୍କ ଦୂରଦୃଷ୍ଟି ସମ୍ପର୍କରେ ମଧ୍ୟ ଅବଗତ କରାଇଛନ୍ତି ମନ୍ତ୍ରୀ ।

କରନ୍ଦଲାଜେ 32 ଏଗ୍ରି ଷ୍ଟାର୍ଟଅପକୁ ପୁରସ୍କାର ପ୍ରଦାନ କରିଛନ୍ତି, ଯେଉଁଥିରେ ପାଞ୍ଚଟି ଜାତୀୟ ସ୍ତରୀୟ ପୁରସ୍କାର, ମହିଳା ନେତୃତ୍ୱାଧୀନ ଏଗ୍ରି ଷ୍ଟାର୍ଟଅପ୍ ପାଇଁ ଦୁଇଟି ସ୍ୱତନ୍ତ୍ର ଏବଂ 27 ଟି ରାଜ୍ୟ ସ୍ତରୀୟ ପୁରସ୍କାର ସାମିଲ ରହିଛି । ବିଜେତାମାନେ ନଗଦ ପୁରସ୍କାର ଏବଂ ମାନପତ୍ର ଗ୍ରହଣ କରିଥିଲେ ।
ଏହି ଗସ୍ତ ସମୟରେ କରନ୍ଦଲାଜେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର 'କୃଷି ସମ୍ପ୍ରସାରଣରେ କମ୍ପ୍ୟୁଟର ପ୍ରୟୋଗ' ଉପରେ 15 ଦିନିଆ ଆନ୍ତର୍ଜାତୀୟ ବ ଟେକ୍ନୋଲୋଜୀ ଏବଂ ଅର୍ଥନୈତିକ ସହଯୋଗ (ITEC) ତାଲିମ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଏଥିରେ ଏସିଆ, ଆଫ୍ରିକା ଏବଂ 15ଟି ଦେଶର 30 ଜଣ ପ୍ରତିନିଧୀ ଯୋଗ ଦେଇଥିଲେ।

ଦେଶରେ ୭୫ ହଜାରରୁ ଅଧିକ ଷ୍ଟାର୍ଟଅପ୍‌କୁ ମିଳିଛି ମାନ୍ୟତା

ଫେବୃଆରୀରେ ଆରମ୍ଭ ହେବ Agri Startup, cooperative & FPO summit

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments