News

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ରାଷ୍ଟ୍ରପତି

ରାଷ୍ଟ୍ରପତି ଭବନରେ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପାଟିଲ ନୂଆ ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ।

27 July, 2022 2:07 PM IST By: Sudesna Nayak

ଦେଶର 15 ତମ ରାଷ୍ଟ୍ରପତି (President Of India)ରୂପେ ଶପଥ ଗ୍ରହଣ କରିଛନ୍ତି ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ (Draupadi murmu) । ଯାହାକୁ ନେଇ ରାଷ୍ଟ୍ରପତି ଭବନରେ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପାଟିଲ (Pratibha Patil)ନୂଆ ରାଷ୍ଟ୍ରପତି ମୁର୍ମୁ (Draupadi murmu)ଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ।

ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଭବନରେ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପାଟିଲ (Pratibha Patil)ଙ୍କ ସହ ବର୍ତ୍ତମାନର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (Draupadi murmu)ଙ୍କ ଭେଟ୍ଟ ହୋଇଛି । ଶ୍ରୀମତୀ ପ୍ରତିଭା ପାଟିଲ (Pratibha Patil)ନୂଆ ରାଷ୍ଟ୍ରପତି ମୁର୍ମୁ (Draupadi murmu)ଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ଏଥିସହିତ ଶ୍ରୀମତୀ ପ୍ରତିଭା ପାଟିଲ (Pratibha Patil)ଙ୍କ ସାଙ୍ଗରେ ତାଙ୍କ ଝିଅ ଜ୍ୟୋତି ରାଠୋର ମଧ୍ୟ ପହଞ୍ଚି ଶୁଭେଚ୍ଛା ଜଣାଇଛନ୍ତି ।

ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଛନ୍ତି ଦ୍ରୌପଦୀ ମୁର୍ମୁ (Draupadi murmu)। ଭାରତର ପ୍ରଧାନ ବିଚାରପତି ଏନ.ଭି ରାମଣା ଦ୍ରୌପଦୀ ମୁର୍ମୁ(Droupadi Murmu)ଙ୍କୁ ଶପଥ ପାଠ କରାଇଛନ୍ତି ।

ପ୍ରକାଶ ଥାଉ ଯେ, ନିକଟରେ, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (Draupadi Murmu)ପ୍ରକୃତି ଉପରେ କହିଛନ୍ତି, ମୁଁ ସେହି ଆଦିବାସୀ ପରମ୍ପରାରେ ଜନ୍ମ ହୋଇଛି ଯାହା ହଜାର ହଜାର ବର୍ଷ ଧରି ପ୍ରକୃତି ସହ ସହାବସ୍ଥାନ କରି ଆସିଛି । ଆଉ ମୁଁ ଜଙ୍ଗଲ ଓ ଜଳଉତ୍ସ ଗୁଡିକର ଗୁରୁତ୍ୱ କଣ ମୋ ଜୀବନରେ ବହୁତ ଭଲ ବୁଝିଛି ।

President Draupadi Murmu Tweets: କାରଗିଲ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଦ୍ରୌପଦୀ ମୁର୍ମୁ

ଶପଥ ଗ୍ରହଣ ପରେ ଦ୍ରୌପଦୀ ମୁର୍ମୁ କଲେ ପ୍ରଥମ ଟ୍ୱିଟ, କଣ କହିଲେ ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)