1. କୃଷି ଖବର

ଶପଥ ଗ୍ରହଣ ପରେ ଦ୍ରୌପଦୀ ମୁର୍ମୁ କଲେ ପ୍ରଥମ ଟ୍ୱିଟ, କଣ କହିଲେ ଜାଣନ୍ତୁ...

ଦେଶର 15 ତମ ରାଷ୍ଟ୍ରପତି ରୂପେ ଶପଥ ଗ୍ରହଣ କରିଛନ୍ତି ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ଅଫିସିଆଲ୍ ଟ୍ୱିଟରରୁ ପ୍ରଥମ ଟ୍ୱିଟରେ ଦ୍ରୌପଦୀ ମୁର୍ମୁ ସମସ୍ତ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Sudesna Nayak
Sudesna Nayak
President Of India draupadi murmu say in the first tweet after taking the oath

President Of India draupadi murmu say in the first tweet after taking the oath

ଦେଶର 15 ତମ ରାଷ୍ଟ୍ରପତି (President Of India)ରୂପେ ଶପଥ ଗ୍ରହଣ କରିଛନ୍ତି ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ (Draupadi murmu) । ରାଷ୍ଟ୍ରପତି ହେବା ପରେ ଅଫିସିଆଲ୍ ଟ୍ୱିଟରରୁ ପ୍ରଥମ ଟ୍ୱିଟରେ ଦ୍ରୌପଦୀ ମୁର୍ମୁ (Draupadi murmu)ସମସ୍ତ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଛନ୍ତି ଦ୍ରୌପଦୀ ମୁର୍ମୁ (Draupadi murmu)। ଭାରତର ପ୍ରଧାନ ବିଚାରପତି ଏନ.ଭି ରାମଣା ଦ୍ରୌପଦୀ ମୁର୍ମୁ(Droupadi Murmu)ଙ୍କୁ ଶପଥ ପାଠ କରାଇଛନ୍ତି ।

ରାଷ୍ଟ୍ରପତି ହେବା ପରେ ଅଫିସିଆଲ୍ ଟ୍ୱିଟରରୁ ପ୍ରଥମ ଟ୍ୱିଟରେ ଦ୍ରୌପଦୀ ମୁର୍ମୁ ଦ୍ରୌପଦୀ ମୁର୍ମୁ (Draupadi murmu)କହିଛନ୍ତି ଯେ, "ମୋତେ ରାଷ୍ଟ୍ରପତି ଭାବେ ଦେଶ ଏପରି ଏକ ମହତ୍ତ୍ୱପୂର୍ଣ୍ଣ ସମୟରେ ନିର୍ବାଚିତ କରିଛି ଯେତେବେଳେ ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛୁ । ଆଜି ସ୍ୱାଧୀନତାର 75 ତମ ବର୍ଷରେ ମୁଁ ଏହି ନୂତନ ଦାୟିତ୍ୱ ପାଇଛି ।

ରାଷ୍ଟ୍ରପତି ହେବା ପରେ ସେ କହିଛନ୍ତି, ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ମୋର ବ୍ୟକ୍ତିଗତ ସଫଳତା ନୁହେଁ, ଏହା ଭାରତର ପ୍ରତ୍ୟେକ ଗରିବଙ୍କ ସଫଳତା । ମୋର ନିର୍ବାଚନ ହେଉଛି ପ୍ରମାଣ ଯେ ଭାରତର ଗରିବମାନେ ସ୍ୱପ୍ନ ଦେଖିପାରିବେ ଏବଂ ତାକୁ ପୂରଣ କରିପାରିବେ ।

ରାଷ୍ଟ୍ରପତି ପଦରେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments