1. କୃଷି ଖବର

ରାଷ୍ଟ୍ରପତି ପଦରେ ଶପଥ ନେବା ପରେ କଣ କହିଲେ ଦ୍ରୌପଦୀ ମୁର୍ମୁ? ଜାଣନ୍ତୁ...

ଶପଥ ଗ୍ରହଣ କରିବା ପରେ ଦ୍ରୌପଦୀ ମୁର୍ମୁ କହିଥିଲେ ଯେ ମୁଁ ମୋ ଗାଁର ପ୍ରଥମ ଝିଅ, ଯିଏ କଲେଜ ଯାଇଥିଲା ।

Shuvanshu Kar
Shuvanshu Kar
Draupadi Murmu First Speech After Taking Oath As President Of India

Draupadi Murmu First Speech After Taking Oath As President Of India

ଦ୍ରୌପଦୀ ମୁର୍ମୁ(Draupadi Murmu) ସୋମବାର ଭାରତର 15 ତମ ରାଷ୍ଟ୍ରପତି(President Of India) ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ CJI NV Ramana ଶପଥ ଗ୍ରହଣ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ଥିଲେ। ଶପଥ ଗ୍ରହଣ କରିବା ପରେ ଦ୍ରୌପଦୀ ମୁର୍ମୁ(Draupadi Murmu) କହିଥିଲେ ଯେ ମୁଁ ମୋ ଗାଁର ପ୍ରଥମ ଝିଅ, ଯିଏ କଲେଜ ଯାଇଥିଲା ।

ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ମୁଁ ଦେଶର ପ୍ରଥମ ରାଷ୍ଟ୍ରପତି, ଯିଏ ସ୍ୱାଧୀନ ଭାରତରେ ଜନ୍ମଗ୍ରହଣ କରିଛି । ସ୍ବାଧୀନ ଭାରତର ନାଗରିକଙ୍କ ସହ ଆମର ସ୍ୱାଧୀନତା ସଂଗ୍ରାମୀଙ୍କ ଆଶା ପୂରଣ କରିବାକୁ ଆମର ପ୍ରୟାସକୁ ଆହୁରି ବଢାଇବାକୁ ପଡିବ। ଦ୍ରୌପଦୀ ମୁର୍ମୁ କହିଛନ୍ତି, ମୁଁ ଓଡିଶାର ଏକ ଆଦିବାସୀ ଗ୍ରାମରେ ଜନ୍ମଗ୍ରହଣ କରିଛି । କିନ୍ତୁ ଦେଶର ଗଣତନ୍ତ୍ରର ଶକ୍ତି ହିଁ ମୋତେ ଏ ପର୍ଯ୍ୟନ୍ତ ଆଣିଛି ।

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ଆମ ସ୍ବଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ଦେଶ ମୋତେ ଏତେ ଗୁରୁତ୍ୱପୂର୍ଣ୍ଣ ସମୟରେ ରାଷ୍ଟ୍ରପତି ଭାବରେ ବାଛିଛି । ଏହା ମଧ୍ୟ ଏକ ସଂକେତ ଯେ ଯେତେବେଳେ ଦେଶ ସ୍ୱାଧୀନତାର 50 ତମ ବର୍ଷ ପାଳନ କରୁଥିଲା, ସେତେବେଳେ ମୋର ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା ଏବଂ ଆଜି ସ୍ୱାଧୀନତାର 75 ତମ ବର୍ଷରେ ମୁଁ ଏହି ନୂତନ ଦାୟିତ୍ୱ ପାଇଛି ।

ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ମୁଁ ଓଡ଼ିଶାର ଏକ ଛୋଟ ଆଦିବାସୀ ଗ୍ରାମରୁ ମୋର ଜୀବନ ଯାତ୍ରା ଆରମ୍ଭ କରିଛି। ମୁଁ ଯେଉଁ ପୃଷ୍ଠଭୂମିରୁ ଆସିଛି, ପ୍ରାଥମିକ ଶିକ୍ଷା ମୋ ପାଇଁ ଏକ ସ୍ୱପ୍ନ ପରି ଥିଲା । କିନ୍ତୁ ଅନେକ ବାଧାବିଘ୍ନ ସତ୍ତ୍ବେ ମୋର ସଂକଳ୍ପ ଦୃଢ ରହିଥିଲା ଏବଂ ମୁଁ ମୋ ଗାଁର ପ୍ରଥମ ଝିଅ ହୋଇ କଲେଜ ପଢିଥିଲି । ଏହା ଆମର ଗଣତନ୍ତ୍ରର ଶକ୍ତି ଯେ ଏକ ଗରିବ ଘରେ ଜନ୍ମ ହୋଇଥିବା ତଥା ସୁଦୂର ଆଦିବାସୀ ଅଞ୍ଚଳରେ ଜନ୍ମ ହୋଇଥିବା ଝିଅ ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ପହଞ୍ଚିପାରିବ ।

ମାନ୍ୟବର ମୁର୍ମୁ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ମୋର ବ୍ୟକ୍ତିଗତ ସଫଳତା ନୁହେଁ, ଏହା ଭାରତର ପ୍ରତ୍ୟେକ ଗରିବଙ୍କ ସଫଳତା । ମୋର ନିର୍ବାଚନ ହେଉଛି ପ୍ରମାଣ ଯେ ଭାରତର ଗରିବମାନେ ସ୍ୱପ୍ନ ଦେଖିପାରିବେ ଏବଂ ତାକୁ ପୂରଣ କରିପାରିବେ।

ସେପଟେ ରାଷ୍ଟ୍ରପତି ମୁର୍ମୁ ଜୁଲାଇ 26 କାର୍ଗିଲ ବିଜୟ ଦିବସ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ଏହି ଦିନ ଭାରତୀୟ ସୈନ୍ୟବାହିନୀର ସାହସିକତାର ପ୍ରତୀକ । ମୁଁ ସମସ୍ତ ନାଗରିକ ଏବଂ ସୈନ୍ୟବାହିନୀର କାର୍ଗିଲ ଦିବସର ଶୁଭେଚ୍ଛା ଜଣାଉଛି ।

ରାଷ୍ଟ୍ରପତି ପଦରେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ

ମୋଦିଙ୍କ ମୁହଁରେ ଦ୍ରୌପଦୀଙ୍କ ପ୍ରଶଂସା, ଜାଣନ୍ତୁ କଣ କହିଲେ...

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments